ଆପଣଙ୍କ ସଫଳତା ନବ ଭାରତର ପ୍ରେରଣା, କେବେ ଭୁଲି ହେବନି ସବୁବେଳେ ହୃଦୟରେ ଥିବେ

ନୂଆଦିଲ୍ଲୀ,୨୦।୮: ଭାରତକୁ ଓ୍ବାର୍ଲ୍ଡ କପ୍ ବିଜେତା କରିପାରିଥିଲେ ଭାରତୀୟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି। ନିକଟରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଧୋନିଙ୍କ ଅବସରରେ ଘୋଷଣା ପରେ ତାଙ୍କର କୋଟି କୋଟି ଫ୍ୟାନଙ୍କ ହୃଦୟକୁ ଲାଗିଛି ଆଘାତ। ଏପରିକି ଧୋନିଙ୍କ ଅବସରକୁ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନିଙ୍କ ଉଦେଶ୍ୟରେ ଏକ ଆବେଗଭରା ଚିଠି ଲେଖି ତାଙ୍କର ଉପଲବ୍ଧିକୁ ଖୁବ୍ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ, ତାଙ୍କର ଚିଠିରେ ଲେଖିଛନ୍ତି, ଆପଣଙ୍କୁ କେବେ ଭୁଲି ହେବନି, ସବୁବେଳେ ହୃଦୟରେ ରହିଥିବେ। ଧୋନି କେବଳ ଜଣେ ଖେଳାଳି ଓ ଟ୍ୟାଲେଣ୍ଟ ନୁହେଁ, ଆପଣ ଏକ ଯୁଗ ଥିଲେ।  ଛୋଟ ସହରରରୁ ବାହାରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।  ଆପଣଙ୍କ ସଫଳତା ଦେଶର କୋଟି କୋଟି ଯୁବପୀଢିଙ୍କୁ ପ୍ରେରଣା ଦେବ। ଆପଣ ଏହା ପ୍ରମାଣିତ କରିଦେଇଛନ୍ତି ଯେ, ଆଜିର ଯୁବପୀଢିଙ୍କ ଭାଗ୍ୟ ତାଙ୍କର ପରିବାର ନୁହେଁ ବଂର ସେମାନେ ନିଜେ ଠିକ୍ କରିପାରିବେ। ପ୍ରଧାନମନ୍ତ୍ରୀ ଏହି ଚିଠି​‌ରେ ଧୋନିଙ୍କ ସହିତ ତାଙ୍କ ପତ୍ନୀ ସାକ୍ଷୀ ଓ ଝିଅ ପାଇଁ ମଧ୍ୟ କିଛି ବାର୍ତ୍ତା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଏହି ଇମୋସନାଲ ଚିଠିଟିକୁ ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଚିଠିକୁ ଦେଖିବା ପରେ ଧୋନି ରିଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି। ଧୋନି ଟୁଇଟ୍ କରି ଲେଖିଛନ୍ତି, ଜଣେ କଳାକାର, ସୈନିକ ଓ ଖେଳାଳିଙ୍କୁ ପ୍ରଶଂସାର କାମନା ରହିଥଏେ। ସେ ଚାହେଁ ତା’ର ପରିଶ୍ରମ ଓ ବଳିଦାନକୁ ସମସ୍ତେ ଜାଣନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରୁ ଶୁଭକାମନା ମିଳିଥିବାରୁ ମୁଁ ଧନ୍ୟବାଦ ଜଣାଉଛି।’

ଉଲ୍ଲେଖନୀୟ ଯେ, ୩୯ ବର୍ଷୀୟ ଧୋନି ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ୩୫୦ଟି ଦିନିକିଆ, ୯୦ ଟି ଟେଷ୍ଟ ଓ ୯୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଧୋନିଙ୍କ ଅଧିନାୟତ୍ବରେ ଭାରତ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ବା କପ ଜିତିଥିଲା। ଏହାପରେ ୨୦୧୧ରେ ୫୦ ଓଭର ବିଶ୍ବକପ୍ ଓ ୨୦୧୩ରେ ଚମ୍ପିଆନ୍ସ ଟ୍ରଫି ଜିତିଥିଲା। ଭାରତ ଏହା ସହିତ ୨୦୧୦ ଓ ୨୦୧୬ରେ ଏସିଆ କପ୍ ମଧ୍ୟ ଧୋନିଙ୍କ ଅଧିନାୟକତ୍ବରେ ଜିତିଥିଲା।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’