ନିର୍ବାଚନ ପରେ ମଧ୍ଯ ଆପଣମାନଙ୍କ ସହିତ ‘ମନ୍ କୀ ବାତ୍’ କରିବି: ନମୋ

ନୁଆଦିଲ୍ଲୀ ୨୪/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ନିଜ ୫୩ତମ ମନକୀ ବାତ୍ ଜରିଆରେ ଦେଶବାସୀଙ୍କୁ ସମ୍ବୋନ୍ଧନ କଲେ । ମନ କୀ ବାତ୍ କାର୍ଯ୍ଯକ୍ରମ ପୂର୍ବରୁ ମୋଦି ଟ୍ୱିଟ୍ କରି କହିଲେ, ‘ଆଜି ମନ କୀ ବାତ୍ କାର୍ଯ୍ଯକ୍ରମ ବହୁତ ଖାସ୍ ହେବ ।‘ ନିଜ ସମ୍ବୋନ୍ଧନରେ ଆଗାମୀ ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ପୁଣି ପ୍ରଧାନମନ୍ତ୍ରୀ ହେବାର ସଙ୍କେତ ଦେଇଥିଲେ ନମୋ ।  

ସେ କହିଥିଲେ ନିର୍ବାଚନ ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ । ଆଗାମୀ ୨ ମାସରେ ଆମେ ସମସ୍ତେ ନିର୍ବାଚନରେ ବ୍ଯସ୍ତ ରହିବୁ । ମୁଁ ନିଜେ ବି ଏହି ନିର୍ବାଚନରେ ଜଣେ ପ୍ରାର୍ଥୀ ରହିବି । ଏକ ସୁସ୍ଥ ଗମତାନ୍ତ୍ରିକ ପରମ୍ପରାର ସମ୍ମାନ କରି ଆଗାମୀ ମନ କୀ ବାତ୍ ମେ ମାସ ଶେଷ ରବିବାର ହେବ । ମୁଁ ଲୋକସଭା ନିର୍ବାଚନ ପରେ ଏକ ନୂଆ ବିଶ୍ୱାସର ସହିତ ଆପଣଙ୍କ ଆଶୀର୍ବାଦ ସହିତ ପୁଣି ଥରେ ମନ କୀ ବାତ୍ ମାଧ୍ୟମରେ ଆମ ଆଲୋଚନା ଆରମ୍ଭ କରିବି । ଏବଂ ବର୍ଷ ବର୍ଷ ଧରି ଆପଣଙ୍କ ସହିତ ମନ କୀ ବାତ୍ କରିବି ।

ସେ ଏହା ମଧ୍ଯ କହିଲେ ଭାରତ-ମାତାଙ୍କ ସୁରକ୍ଷାରେ ନିଜ ପ୍ରାଣବଳୀ ଦେଇଥିବା ବୀରପୁତ୍ରଙ୍କୁ ମୋର ପ୍ରଣାମ । ଏହା ଆମକୁ ଆତଙ୍କ ନଷ୍ଟ କରିବା ପାଇଁ ଲଗାତାର ପ୍ରେରଣା ଯୋଗାଇବ । ଆମ ସଙ୍କଳ୍ପକୁ ଆହୁରି ମଜଭୁତ କରିବ । ପିଏମ୍ ମୋଦି କହିଥିଲେ ସୁରକ୍ଷାବଳ ଆତଙ୍କୀଙ୍କୁ ତାଙ୍କ ଭାଷାରେ ଜବାବ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ଏହି ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଭାଙ୍ଗିଲେ ଧୋନିଙ୍କ ଓ୍ବାର୍ଲ୍ଡ ରେକର୍ଡ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ