ଥମୁନି ବିବାଦ: ଏବେ ୟୁଟ୍ୟୁବରେ ଦେଖିପାରିବେ ନାହିଁ ‘ପିଏମ୍ ନରେନ୍ଦ୍ର ମୋଦୀ’ ବାୟୋପିକ ଟ୍ରେଲର

ମୁମ୍ବାଇ ୧୭।୪: ‘ପିଏମ୍ ନରେନ୍ଦ୍ର ମୋଦୀ’ କୁ ନେଇ ଏତେ ସବୁ ବିବାଦ ହେଲାପରେ ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ୟୁଟ୍ୟୁବ୍‌ରୁ ମୋଦୀଙ୍କ ବାୟୋପିକ୍‌ର ଅଫିସିଆଲ ଟ୍ରେଲର ହଠାତ୍‌ ଉଭାନ ହୋଇ ଯାଇଥିବା ଦେଖାଯାଇଛି। ଅର୍ଥାତ୍ ୟୁଟ୍ୟୁବରେ ଆଉ ଦେଖିପାରିବେ ନାହିଁ ‘ପିଏମ୍ ନରେନ୍ଦ୍ର ମୋଦୀ’ ବାୟୋପିକର ଟ୍ରେଲର।

କିଛି ଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହାର ରିଲିଜ୍‌କୁ ନେଇ ଦ୍ୱନ୍ଦ୍ବ ସୃଷ୍ଟି ହୋଇଛି । ପ୍ରଥମେ ଏପ୍ରିଲ ୫ ଏବଂ ପରେ ଏପ୍ରିଲ ୧୧ରେ ଫିଲ୍ମଟି ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମକୁ ରିଲିଜ୍‌ କରାଯାଇ ପାରିବ ନାହିଁ ବୋଲି କହିଥିଲେ ନିର୍ବାଚନ କମିସନ । ଏହା ପରେ ଫିଲ୍ମର ନିର୍ମାତା ସୁପ୍ରିମ କୋର୍ଟରେ ପୁନଃ ଆବେଦନ କରିବା ପରେ ଫିଲ୍ମର ଟ୍ରେଲର ଦେଖିଥିଲେ ସୁପ୍ରିମ କୋର୍ଟ । ଫିଲ୍ମ ଦେଖିବା ପରେ ସୁପ୍ରିମ କୋର୍ଟ ନିର୍ବାଚନ କମିସନକୁ ପ୍ରଥମେ ଫିଲ୍ମ ଦେଖି ପରେ ନିଷ୍ପତ୍ତି ନେବା ପାଇଁ କହିଥିଲେ।

ଏବେ ୟୁଟ୍ୟବ୍‌ରେ ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ ଟ୍ରେଲର ଲେଖି ସର୍ଚ୍ଚ କରିବା ପରେ ଭିଡିଓଟି ନାହିଁ ବୋଲି ଲେଖୁଥିବା ଦେଖା ଯାଇଛି । ଏହା ସହ ପିଏମ୍‌ ନରେନ୍ଦ୍ର ମୋଦୀ ବାୟୋପିକ୍‌ ଓ୍ବେବ୍‌ ସିରିଜ୍‌ର ଏପିସୋଡ୍‌ ନଜର ଆସୁଛି । ନିର୍ବାଚନ କମିସନ ଫିଲ୍ମ ଉପରେ ରୋକ୍‌ ଲଗାଇବା ପରେ ଟ୍ରେଲରକୁ ହଟାଇ ଦିଆଯାଇଥିବା ଆଶଙ୍କା କରାଯାଉଛି । ନିର୍ବାଚନ କମିସନ ନିଜ ଆଦେଶରେ କହିଛନ୍ତି କି, କୈାଣସି ପ୍ରକାର ପୋଷ୍ଟର କିମ୍ବା ପବ୍ଳିସିଟି ମେଟେରିଆଲ୍ ଯେଉଁଥିରେ ପ୍ରାର୍ଥୀଙ୍କୁ ଦେଖାଯାଇଛି ତାହାକୁ କୈାଣସି  ଇଲେକ୍ଟ୍ରୋନିକ୍ ମିଡ଼ିଆରେ ଦେଖାଯିବ ନାହିଁ ଯେଉଁ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍