ଜାଣନ୍ତି କି ପ୍ରଧାନମନ୍ତ୍ରୀ ମୋଦି କିଭଳି ଏତେ ଫିଟ୍? ଖାଇବାକୁ ପସନ୍ଦ କରିଥାନ୍ତି ଏହି ସବୁ ଖାଦ୍ୟ

ନୂଆଦିଲ୍ଲୀ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ଅର୍ଥାତ ଆସନ୍ତା କାଲି ନିଜର ୬୯ ତମ ଜନ୍ମଦିନ ପାଳନ କରିବେ। ଆପଣଙ୍କୁ ଏହା ଜାଣିକି ଆଶ୍ଚର୍ଯ୍ୟ ଲାଗିବ ଯେ, ମୋଦି ପ୍ରଧାନମନ୍ତ୍ରୀ ରହିବା ସମୟରେ ଗୋଟେ ଦିନ ମଧ୍ୟ ରୋଗରେ ପଡିନାହାନ୍ତି। ଏବେ ବୟସରେ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୋଦି ପ୍ରତିଦିନ ୧୮ ଘଣ୍ଟା କାମ କରନ୍ତି ଓ କାମରୁ କେବେ ଛୁଟି ନେଇ ନାହାନ୍ତି। ନିଜର ନିୟମିତ ଦିନଚର୍ଯ୍ୟା ଓ ସନ୍ତୁଳିତ ଆହାର ଦ୍ବାରା ପ୍ରଧାନମନ୍ତ୍ରୀ ନିଜକୁ ଏତେ ଫିଟ୍ ରଖିପାରିଛନ୍ତି।   ତାଙ୍କୁ ସବୁବେଳେ ଶାକାହାରୀ ଖାଦ୍ୟ ଖାଇବାକୁ ଖୁବ୍ ଭଲ ଲାଗେ।ତାଙ୍କର ପ୍ରିୟ ଖାଦ୍ୟ ଭିତରେ ରହିଛି ଖେଚୁଡି, ଢୋକଲା, ଖାଣ୍ଡଭି, ଆମ୍ବର ଚଟନୀ ଓ ବାଦାମ ଓ ପିସ୍ତାର ଶ୍ରୀଖଣ୍ଡ।

ରିପୋର୍ଟ ଅନୁସାରେ,ମୋଦି ରାତିରେ ଯେତେ ବିଳମ୍ବରେ ଶୋଇଲେ ମଧ୍ୟ ଭୋର ୫ଟା ବେଳକୁ ଉଠିଯାଇଥାନ୍ତି। ସକାଳେ ଯୋଗାସନ ପରେ ଜଳଖିଆରେ ଗୁଜରାଟୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।  ସକାଳ ଜଳଖିଆରେ ତାଙ୍କୁ ଚୁଡା ଉପମା ଖାଇବାକୁ ଖୁବ୍ ଭଲ ଲାଗେ। ଏହାଛଡା ଖେଚୁଡି, କଡି, ଉପମା, ଖାକରା ଆଦି ଗୁଜରାଟୀ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଅଦା ମିଶ ଚା’ ମୋଦିଙ୍କୁ ପିଇବାକୁ ଖୁବ୍ ଭଲ ଲାଗେ।

ଦିନରେ ମଧ୍ୟାହ୍ନ ଭୋଜନରେ ପ୍ରଧାନମନ୍ତ୍ରୀ ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇନଥାନ୍ତି। ଭାତ, ଡାଲି, ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ଓ ଦହି ଖାଇଥାନ୍ତି। ଅଟାରୁ ରୁଟି ଅପେକ୍ଷା ଗୁଜରଟର ଭାକରୀ ଖାଦ୍ୟ ଖୁବ୍ ପସନ୍ଦ କରନ୍ତି। ସଂସଦର କାର୍ଯ୍ୟ ଚାଲିଥିବା ବେଳେ ମଧ୍ୟାହ୍ନରେ ସଂସଦ କ୍ୟାଣ୍ଟିନରୁ ଫ୍ରୁଟ୍ ସାଲାଡ୍ ଖାଇଥାନ୍ତି।

ରାତିରେ କିଛି ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଗୁଜରାଟୀ ବିଧିରେ ପ୍ରସ୍ତୁତ ଖେଚୁଡି, ଭାକରୀ, ଡାଲି ଓ ବିନା ମସଲାରେ ତିଆରି ତରକାରୀ ରାତିରେ ଖାଇଥାନ୍ତି। ମୋଦିଙ୍କ ମତରେ ଉପବାସ ରଖିବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ମୋଦି ନବରାତ୍ରୀରେ ସମ୍ପୂର୍ଣ୍ଣ ନଦିନ ଉପବାସ ରୁହନ୍ତି। ଏହି  ସମୟରେ କେବଳ ଲେମ୍ବୁ ପାଣି ପିଇଥାନ୍ତି।  

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ପୃଥିବୀ ପୃଷ୍ଠରୁ ୪୦୮ କିମି ଉଚ୍ଚରେ ଥାଇ ରାଷ୍ଟ୍ରପତିଙ୍କ ପାଇଁ ମତଦାନ କଲେ ମହିଳା ମହାକାଶଚାରୀ