ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଉରି-ପୁଲଓ୍ବାମାର ଆମେ ପ୍ରତିଶୋଧ ନେଇଛୁ, ଏବେ ଆତଙ୍କବାଦ ସହିବୁ ନାହିଁ: ମୋଦି

କନ୍ୟାକୁମାରୀ,୧।୩:ତାମିଲନାଡୁର କନ୍ୟାକୁମାରୀରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲଓ୍ବାମା ଆକ୍ରମଣ ଘଟଣାକୁ ଆଲୋଚନା କରି କହିଥିଲେ ବୀର ଯବାନଙ୍କୁ ମୋର ସଲାମ। ପୂର୍ବ ସରକାର ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିପାରିନଥିଲେ। କିନ୍ତୁ ଆମ ସରକାର ସେନାକୁ ଆତଙ୍କବାଦୀଙ୍କ ଠାରୁ ପ୍ରତି​‌ଶୋଧ ନେବା ପାଇଁ ଖୋଲାଖୋଲି ଭାବରେ ସ୍ବାଧୀନତା ଦେଇଛି। ମୋଦି ତାଙ୍କ ଭାଷଣର ଆରମ୍ଭ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ  ପ୍ରଶଂସା କରି ଆରମ୍ଭ କରିଥିଲେ। ଅଭିନନ୍ଦନ ଭାରତ ଫେରିବା ପୂର୍ବରୁ  ମୋଦି କହିଛନ୍ତି ସାରା ଦେଶକୁ ଗର୍ବ ଯେ ଅଭିନନ୍ଦନ ତାମିଲନାଡୁର। ଗତ କିଛି ଦିନ ହେବ ଯେଉଁ ଭଳି ଘଟଣା ଘଟିଛି ତାହା ଆମ ସେନାର ଶକ୍ତି ଓ କ୍ଷମତାକୁ ଦେଖାଉଛି ଏହା ଏକ ନୂତନ ଭାରତ। ବହୁ ସମୟ ହେବ ଭାରତ ଆତଙ୍କବାଦର ସାମନା କରୁଛି। ଏବେ ଆମେ ଆତଙ୍କବାଦକୁ ସହ୍ୟ କରିବୁ ନାହିଁ। ଦେଶର ଲୋକ ଚାହାଁନ୍ତି ଆତଙ୍କବାବୀଙ୍କୁ ଦଣ୍ଡ ମିଳିବା ଦରକାର। କିନ୍ତୁ ପୂର୍ବରୁ ଏଭଳି ହୋଇନଥିଲା। ୨୬/୧୧ ଆକ୍ରମଣ ପରେ ଏଭଳି ହୋଇନଥିଲା। ତେବେ ଉରି ଓ ପୁଲଓ୍ବାମା ଆକ୍ରମଣ ଘଟଣାର ଆମେ ପ୍ରତିଶୋଧ ନେଇଛୁ।

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ବହୁ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜୟପୁର, ମୁମ୍ବାଇ, ପୁନେ, ହାଇଦ୍ରାବାଦ ଆଦି ବହୁ ସ୍ଥାନରେ ଆତଙ୍କବାଦୀ  ଆକ୍ରମଣ ହୋଇଥିଲା କିନ୍ତୁ କେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। କିଛି ଲୋକ ଏଭଳି ଅଛନ୍ତି ଯେଉଁମାନଙ୍କର ବୟାନରେ ଭାରତର କ୍ଷତି ହେଉଛି ଓ ପାକିସ୍ତାନକୁ ଲାଭ ହେଉଚି। ସେମାନଙ୍କ ବୟାନ ପକିସ୍ତାନ ସଂସଦ ଓ ପାକିସ୍ତାନ ରେଡିଓରେ ଭାରି ଖୁସିରେ କୋଟ୍ କରାଯାଉଛି। ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ ସେମାନେ ସେନାକୁ ସମର୍ଥନ କରୁଛନ୍ତି ନା ପାକିସ୍ତାନକୁ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.