PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦୀପାବଳି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ; କୃଷକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

pic-narendramodi.in

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଶାସନକୁ ତାରିଫ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଶଂସା କରି ମୋଦି କହିଛନ୍ତି ଯେ ଯୋଗୀ ସରକାର ଏମ୍‌ଏସ୍‌ପି ଉପରେ ପ୍ରତିବର୍ଷ ଚାଷୀଙ୍କଠାରୁ ରେକର୍ଡ ସଂଖ୍ୟକ ଫସଲ କିଣୁଛନ୍ତି। ଗତ ୪ ବର୍ଷ ଭିତରେ ପସଲ କିଣାରେ ନୂଆ ରେକର୍ଡ କରିଛନ୍ତି ଯୋଗୀ ସରକାର। ଗତ ବର୍ଷ ଅପେକ୍ଷା ଚଳିଚ ବର୍ଷ ଗହମ ଓ ଧାନ କିଣାରେ ରାଜ୍ୟର କୃଷକଙ୍କୁ ଲାଭ ହୋଇଛି ବୋଲି ମୋଦି କହିଛନ୍ତି।

ଭିଡିଓ କନଫେରେନ୍ସିଂ ଜରିଆରେ ୟୁପିର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାର ଲାଭାର୍ଥୀଙ୍କ ସହିତ ଆଲୋଚନା କଲା ବେଳେ ଯୋଗୀ ସରକାରଙ୍କୁ ଏପରି ପ୍ରଶଂସା କରିଛନ୍ତି ମୋଦି। ସେ କହିଛନ୍ତି ରାଜ୍ୟରେ ୧୩ ଲକ୍ଷରୁ ଅଧିକ କୃଷକଙ୍କୁ ତାଙ୍କ ଉତ୍ପାଦନର ପ୍ରାୟ ୨୪ ହଜାର କୋଟି ଟଙ୍କା ସିଧା ତାଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଛି। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦୀପାବଳି ପର୍ଯ୍ୟନ୍ତ ଗରିବଙ୍କୁ ମାଗଣା ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

ସେହିପରି କୃଷକଙ୍କ ଉତ୍ପାଦନ କ୍ଷମତାକୁ ତାରିଫ କରି ମୋଦି କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର କୌଣସି ଗୋଟିଏ ମାସରେ ଭାରତର ରପ୍ତାନୀ ୨.୫ ଲକ୍ଷ କୋଟିରୁ ଅଧିକ ହୋଇଛି। କୃଷି ସାମଗ୍ରୀ ରପ୍ତାନୀର ଦଶନ୍ଧୀ ଦଶନ୍ଧୀ ଭାରତ ଟପ୍‌-୧୦ ତାଲିକାରେ ରହିଲା ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର