ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ବୈଠକ, ୩ ମଇ ପରବର୍ତ୍ତୀ ରଣନୀତି ଉପରେ କରିବେ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ପୁଣିଥରେ ବୈଠକ କରିବେ। ପ୍ରଧାନମନ୍ତ୍ରୀ ଏହି ବୈଠକରେ କରୋନା ଭାଇରସ ସହ ସଂଗ୍ରାମ କରୁଥିବା ଦେଶର ସ୍ଥିତି ନେଇ ଚର୍ଚ୍ଚା କରିବେ ଓ ଗୃହମନ୍ତ୍ରଣାଳୟ ନିର୍ଦେଶ ସମ୍ପର୍କରେ ସୂଚନା ଦେବେ।

ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୩ଟି ମୁଖ୍ୟ ବିନ୍ଦୁ ଉପରେ ଚର୍ଚ୍ଚା କରିବେ। ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ଓ ନୂଆ କଣ୍ଟେନମେଣ୍ଟ ଜୋନ୍ ତିଆରି କରିବାରେ ରୋକିବା ପାଇଁ ଉଠାଯାଇଥିବା ପଦକ୍ଷେପ ନେଇ ମଧ୍ୟ ଚର୍ଚ୍ଚା କରିବେ। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହିତ ସକାଳ ୧୦ଟା ବେଳେ ଭିଡିଓ କନଫେରନ୍ସିଂ ଜରିଆରେ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରଣାଳୟର ୨୦ ଅପ୍ରେଲ ସମ୍ପର୍କିତ ଜାରି କରାଯାଇଥିବା ଗାଇଡଲାଇନ ପାଳନ କରିବା ନେଇ ଚର୍ଚ୍ଚା କରିବେ। ଏହି ମହତ୍ତ୍ବପୂର୍ଣ୍ଣ ବୈଠକ ୩ ମଇ ପରେ ଉଠାଯିବାକୁ ଥିବା ପଦକ୍ଷେପ ଉପରେ ଚର୍ଚ୍ଚା କରାଯିବ। ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହୋଇଥିବା ଗତ ବୈଠକରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ, ଲକଡାଉନ ବଢାଯିବା ଦରକାର।  ପ୍ରଧାନମନ୍ତ୍ରୀ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏହି ବୈଠକ କରିବାକୁ ଯାଉଛନ୍ତି।

ଏହି ବୈଠକରେ ଲକଡାଉନ୍ ବଢାଯିବା କିମ୍ବା ଶେଷ କରାଯିବ ତାହା ଉପରେ ଚର୍ଚ୍ଚା କରାଯିବ। ବର୍ତ୍ତମାନର ସ୍ଥିତି ଦେଖି କୁହାଯାଉଛି ଯେ, ସଂକ୍ରମଣ  ମାମଲାରେ ଲକଡାଉନ ପରେ ମଧ୍ୟ ଏବେ ଆସୁଛି। ସୋମବାର ହେବାକୁ ଥିବା ବୈଠକରେ ଲକଡାଉନ ୩ ପାଇଁ ମଧ୍ୟ ରାସ୍ତା ଖୋଲିପାରେ। ଉଲ୍ଲେଖନୀୟ ଯେ, ୨୪ ମାର୍ଚ୍ଚରେ ପ୍ରଥମ ଲକଡାଉନ୍ ୨୧ ଦିନ ପାଇଁ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ ୨୦ ମାର୍ଚ୍ଚରେ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଥିଲେ। ଦ୍ବିତୀୟ ଥର ୨ଅପ୍ରେଲରେ ବୈଠକ ହୋଇଥିଲା ଓ ତା ପରେ ଲକଡାଉନକୁ  ୨.୦ ଲାଗୁ କରାଯାଇଥିଲା।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା