PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ
  • ||
  • କଟକ: ମାତା ମଠ ନିକଟରେ ସିଲଭରସିଟି ବୋଟିଂ କ୍ଲବର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ: କାର୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
  • ||
  • ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ
  • ||
  • କର୍ଲାମୁଣ୍ଡା : କରୋନାରେ ଚାଲିଗଲା ଯୁବ ଶିକ୍ଷକଙ୍କ ଜୀବନ
  • ||
  • ତେଲକୋଇ: ଶାବକ ବାରହା ଢ଼ୁଡ ପୁଣି ନିଖୋଜ, ଗତ କିଛି ଦିନ ତଳେ ମାଆ କୁନ୍ତଳାଙ୍କ କୋଳକୁ ଫେରିଥିଲା
  • ||
  • ସମ୍ବଲପୁର: ଭିମସାରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ବାସ୍ଥ୍ୟ ସଚିବ ପ୍ରମୁଖଙ୍କ କୋଭିଡ ମୁକାବିଲା ସମୀକ୍ଷା, ବୁର୍ଲାରେ ମୋଟ୍ ୫୨୫ ଶଯ୍ୟା କୋଭିଡ ହସପିଟାଲ ହେବ ବୋଲି ଶ୍ରୀ ମହାପାତ୍ରଙ୍କ ସୂଚନା
  • ||
  • ନିଆଳି: ବାଲିକୁଦା ଜଙ୍ଗଲରୁ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ୩ଦିନ ଧରି ଏହି ଯୁବକ ନିଖୋଜ ଥିଲେ
  • ||
  • ମେଲଚ୍ଛାମୁଣ୍ଡା : ହାତୀ ଆକ୍ରମଣରେ ଜଣେ ମୃତ
  • ||
  • ବୌଦ୍ଧ: ବୌଦ୍ଧ ଆଇ.ଟି.ଆଇ. ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ଘେରିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ
  • ||
  • ସାଲେପୁର: ବିଦ୍ୟୁତଘାତରେ କେବୁଲ ଅପେରେଟର ମୃତ୍ୟୁ। ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାର୍ଯ୍ୟ କରୁଥିବା ବେଳେ ଅଘଟଣ
  • ||
  • ଭୁବନେଶ୍ଵର: ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ ବିଏମ୍‌ସିର କଟକଣା, ଖୁବଶୀଘ୍ର ଆସିବ ଏସ୍‌ଓପି
  • ||
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||

କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଲେ ଆଲୋଚନା

ନୂଆଦିଲ୍ଲୀ – ଦେଶରେ କରୋନାର ସଂକ୍ରମଣ ବୃଦ୍ଧି ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ଯର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ସମୟରେ କରୋନାର ବିକରାଳ ସ୍ଥିତି ଓ ଭାକ୍ସିନେସନ ଉପରେ ଚର୍ଚ୍ଚା କରିଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି , ଏବେ  ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ। ମିଟିଂ ସମୟରେ ପ୍ରଧାନମନ୍ତ୍ରୀ ମୋଦି କରୋନାରୁ ରକ୍ଷା କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ପୁଣି ଥରେ ଜଟିଳ ସ୍ଥିତି ଉପୁଜିଛି। କିଛି ରାଜ୍ୟରେ କରୋନା ସମସ୍ୟା ବଢ଼ି ଚାଲିଛି। ଆମକୁ ଗଭର୍ଣ୍ଣେସ୍‌ ଉପରେ ଶକ୍ତି ଦେବାକୁ ହେବ। ଚଳିତ ଥର ଲୋକେ ପୂର୍ବ ଅପେକ୍ଷା ବହୁତ ଅଧିକ କାଜୁଆଲ ହୋଇ ଯାଇଛନ୍ତି ।  ପ୍ରଧାନମନ୍ତ୍ରୀ କହିଛନ୍ତି ପୁଣି ଆମକୁ ଯୁଦ୍ଧ ସ୍ତରରେ କାମ କରିବାକୁ ହେବ ।  ନାଇଟ୍‌ କର୍ଫ୍ୟୁ  ବଦଳରେ କରୋନା କର୍ଫ୍ୟୁ ଶବ୍ଦ ବ୍ୟବହୃତ ହେଉ ।

ଆଉ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି , ଆମକୁ ଟେଷ୍ଟ, ଟ୍ରାକ୍‌ ଓ ଟ୍ରିଟ୍‌ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ରହିଛି। ଏବେ ଅଧିକ ସଂଖ୍ୟକ ବିନା ଲକ୍ଷଣ ଯୁକ୍ତରୋଗୀ ଚିହ୍ନଟ ହେଉଛନ୍ତି। ଟେଷ୍ଟି ରେଟ୍‌ ଆଗକୁ ଆହୁରି ବଢ଼ାଇବାକୁ ପଡ଼ିବ। କରୋନାର ପ୍ରଥମ ଲହରୀ ଅପେକ୍ଷ ଦ୍ୱିତୀୟ ଲହରୀ ସାଙ୍ଘାତିକ ହୋଇଛି । ଆମ ପାଖେ ଅମୋଘ ଅସ୍ତ୍ର ଭାବେ କରୋନା ଟିକା ରହିଛି।ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଫୋକସ କରିବା ଜରୁରୀ । ୧୧ରୁ ୧୪ ଅପ୍ରେଲକୁ ଟିକା ଉତ୍ସବ ଭାବେ ପାଳନ କରାଯାଉ। ୭୦ ପ୍ରତିଶତ ପର୍ଯ୍ୟନ୍ତ ଆରଟି-ପିସିଆର ଟେଷ୍ଟ କରିବା ଲକ୍ଷ୍ୟ ରଖାଯାଉ  ।

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି କି ଭାକ୍‌ସିନ୍‌ ନେବା ପରେ ବି ଆମକୁ ସାବଧାନତା ଅବଲମ୍ୱନ କରିବା ଜରୁରୀ। ଆମକୁ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ଆବଶ୍ୟକ ।ସେ ଯୁବାବର୍ଗଙ୍କୁ ଆହ୍ୱାନ କରି କହିଛନ୍ତି  ସବୁ ଯୁବାବର୍ଗ ଟିକାକରଣର ସଚେତନତା ପାଇଁ ଆଗକୁ ଆସନ୍ତୁ ଏବଂ ଲୋକମାନଙ୍କ ପାଖରେ ଭାକ୍ସିନ୍ ନେବାର ବାର୍ତ୍ତା ପହଞ୍ଚାନ୍ତୁ ।

ସମ୍ବନ୍ଧିତ ଖବର