PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ବାରାଣସୀରୁ ଲଢ଼ିବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୮ ।୩(ଏଜେନ୍ସି): ଆଗାମୀ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ଆସନରୁ ଲଢ଼ିବେ । ଆଜି ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରକାରୀ ସଂସ୍ଥା ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଏହା ବିଜେପିର ଶେଷ ସଂସଦୀୟ ବୋର୍ଡ ବୈଠକ ବୋଲି କୁହାଯାଉଛି ।
ପ୍ରାୟ ୩ ଘଣ୍ଟା ଧରି ବୈଠକ ବସିଥିଲା । ଏଥିରେ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଓ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଛି । କିନ୍ତୁ ବୈଠକରେ କ’ଣ ସବୁ ନିଷ୍ପତ୍ତି ନିଆଯାଇଛି ସେ ବିଷୟରେ ବିଜେପି ପକ୍ଷରୁ କିଛି କୁହାଯାଇ ନାହିଁ । ଆସନ୍ତା ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । କିନ୍ତୁ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦି ପୁଣିଥରେ ବାରାଣସୀରୁ ପ୍ରାର୍ଥୀ ହେବେ । ୨୦୧୪ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ୫ଲକ୍ଷ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବାରାଣସୀ ଲୋକସଭା ଅଧୀନସ୍ଥ ସମସ୍ତ ୮ଟି ଯାକ ଆସନରେ ବିଜେପି ଓ ତାହାର ସହଯୋଗୀ ଦଳ ବିଜୟୀ ହୋଇଥିଲେ । ସେହିଭଳି ବିଜେପି ସଂସଦୀୟ ବୋର୍ଡ ବୈଠକରେ ବୟସ ଓ ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯିବ ବୋଲି ସୂଚନା ମିଳିଛି । ୭୫ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ନେତାଙ୍କୁ ଆଉ ଟିକେଟ ଦିଆଯିବ ନାହିଁ । ଏଭଳି ହେଲେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲରାଜ ମିଶ୍ର, ବି.ସି. ଖଣ୍ଡୁରୀ, ସୁମିତ୍ରା ମହାଜନ, ହୁକୁମ ଦେବ ନାରାୟଣ ସିଂହ ଯାଦବ ଓ ବି.ଏସ୍‌.ୟେଦୁରପ୍ପାଙ୍କ ଭଳି ବର୍ଷୀୟାନ ନେତାଙ୍କୁ ଆଉ ଟିକେଟ ମିଳିବ ନାହିଁ । କିନ୍ତୁ ଏଭଳି ବୟସ ସୀମା ଧାର୍ଯ୍ୟ ହୋଇଥିବା ଖବରକୁ ଶାହ ଖଣ୍ଡନ କରିଛନ୍ତି ।
ବୈଠକ ପରେ ବିଜେପି ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକେଟ ଦିଆଯିବ । ଏଥିସହିତ ଝାଡଖଣ୍ଡରେ ବିଜେପି ଅଲ୍‌ ଝାଡଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିଅନ (ଏଜେଏସ୍‌ୟୁ) ସହିତ ନିର୍ବାଚନ ମେଣ୍ଟ କରିବ । ରାଜ୍ୟର ମୋଟ ୧୪ ଲୋକସଭା ଆସନରୁ ବିଜେପି ୧୩ ଏବଂ ଏଜେଏସ୍‌ୟୁ ଗୋଟିଏ ଆସନରେ ଲଢ଼ିବାକୁ ସ୍ଥିର ହୋଇଥିବା ସେ କହିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିଥିଲା ଏବଂ ୧୨ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ।