ଆଜି କର୍‌ତାରପୁର କରିଡର ଉଦ୍‌ଘାଟନ କରିବେ ମୋଦି

ନୂଆଦିଲ୍ଲୀ ୯/୧୧: ପାକିସ୍ତାନର ନରୋୱାଲ ଜିଲ୍ଲାର କର୍‌ତାରପୁର ଠାରେ ଥିବା ଦରବାର ସାହିବ ଗୁରୁଦାରା ସହିତ ପଞ୍ଜାବର ଗୁର୍‌ଦାସପୁରରେ ଥିବା ଡେରା ବାବା ନାନକ ପୀଠକୁ ସଂଯୋଗ କରୁଥିବା ୯ କି.ମି. ବ୍ୟାପୀ କର୍‌ତାରପୁର କରିଡର ପ୍ରକଳ୍ପର ଉଦ୍‌ଘାଟନ ଆଜି ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସୀମାରେ ଏହି ପ୍ରକଳ୍ପ ସହିତ ଜଡିତ ସମନ୍ୱିତ ତନଖି ଫାଟକର ଉଦ୍‌ଘାଟନ କରିବେ । ଏହି ଫାଟକ ଦେଇ ଦୈନିକ ୫ ହଜାର ଭାରତୀୟ ଶିଖ୍‌ ତୀର୍ଥଯାତ୍ରୀମାନେ କରତାରପୁର ସାହିବ ପରିଦର୍ଶନରେ ଯାଇପାରିବେ । ଫାଟକ ଉଦ୍‌ଘାଟନ ପରେ ମୋଦି ସେଠାରେ ଜନସଭାକୁ ସମ୍ବୋଧନ କରିବେ ।

ସେଠାରେ ୧୫ ଏକର ଜମିରେ ଏକ ପାସେଞ୍ଜର ଟର୍ମିନାଲ ବିଲ୍‌ଡିଂ ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ୫୦ଟି ଇମିଗ୍ରେସନ କାଉଣ୍ଟର ଖୋଲାଯିବା ସହିତ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ କିଓସ୍କ ଖୋଲାଯାଇଛି । ତା’ଛଡା ସେଠାରେ ୱାଶରୁମ୍‌, ଶିଶୁ ଯତ୍ନ କେନ୍ଦ୍ର, ଫାଷ୍ଟ ଏଡ୍‌ ଚିକିତ୍ସା କେନ୍ଦ୍ର, ପ୍ରାର୍ଥନା ଗୃହ ଓ ସ୍ନାକ୍ସ କାଉଣ୍ଟର ମଧ୍ୟ ଖୋଲିଛି। ସେଠାରେ ୩୦୦ ଫୁଟ ଉଚ୍ଚ ସ୍ତମ୍ବରେ ଭାରତର ଜାତୀୟ ପତାକା ଉଡାଯାଇଛି । ନଭେମ୍ବର ୧୨ ତାରିଖରେ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ (ଗୁରୁ ପରବ) ଉତ୍ସବକୁ କେବଳ ଦେଶ ନୁହେଁ, ସମଗ୍ର ବିଶ୍ୱରେ ମହାସମାରୋହରେ ପାଳନ କରିବା ଲାଗି କେନ୍ଦ୍ର ସରକାର ପୂର୍ବରୁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ ଅବିଭକ୍ତ ପଞ୍ଜାବର କରତାରପୁର ନାମକ ଏକ ଛୋଟ ଗ୍ରାମରେ ଗୁରୁ ନାନକ ଦେବ ତାଙ୍କ ଶେଷ ଜୀବନର ୧୮ ବର୍ଷ ବିତାଇଥିଲେ । କିନ୍ତୁ ଦେଶ ବିଭାଜନ ସମୟରେ ସେହି ଅଞ୍ଚଳ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲା ।

   ସମ୍ବନ୍ଧିତ ଖବର


ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…

ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍