ରିଲିଜ ହେଲା ପିଏମ୍ ମୋଦିଙ୍କ ବାୟୋପିକର ଦମଦାର ଟ୍ରେଲର, ଦେଖନ୍ତୁ…

ମୁମ୍ବାଇ ୨୧/୩: ରଙ୍ଗର ଉତ୍ସବ ହୋଲିରେ ରିଲିଜ୍ ହେଲା ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି’ଙ୍କ ବାୟୋପିକର ଟ୍ରେଲର । ଟ୍ରେଲରରେ ମୋଦିଙ୍କ ଜୀବନ ଯାତ୍ରା ଦେଖିବାକୁ ମିଳୁଛି । ଟ୍ରେଲରରେ ମୋଦିଙ୍କ ପିଲାଦିନ, ଆରଏସଏସରେ ଯୋଗଦାନ ଓ ରାଜନୈତିକ ଜୀବନ ଦେଖିବାକୁ ମିଳୁଛି । ଫିଲ୍ମରେ ମୋଦିଙ୍କ ବ୍ୟତୀତ ଅମିତ ଶାହ ଓ ଅନ୍ଯ କିଛି ବଡ ରାଜନେତାଙ୍କ ଝଲକ ମଧ୍ଯ ଦେଖିବାକୁ ମିଳୁଛି । ଟ୍ରେଲର ଦେଖି ଅନୁମାନ କରିହେଉଛି ଯେ ଫିଲ୍ମଟି ଅତି ଦମଦାର ହେବ । ଟ୍ରେଲରରେ ଅନେକ ଦମଦାର ଓ ଯୋଶ୍ ଭରା ଡାଇଲଗ୍ ଶୁଣିବାକୁ ମିଳୁଛି । ଗୁଜରାତରେ ହୋଇଥିବା ଦଙ୍ଗା ଓ ଆତଙ୍କବାଦ ବିରୁଦ୍ଧରେ ମୋଦିଙ୍କ ଲଢେଇ ମଧ୍ଯ ଟ୍ରେଲରରେ ଦେଖିବାକୁ ମିଳିଛି ।  ବିବେକ୍ ଓବରୟ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି  ।

ଫିଲ୍ମରେ ୨୦୧୪ ନିର୍ବାଚନ ସମୟର ଚିତ୍ର ମଧ୍ଯ ଦେଖିବାକୁ ମିଳିବ । ପିଏମ ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି  ଅଭିନେତା ବିବେକ ଓବରୟ । ଫିଲ୍ମରେ ବିବେକଙ୍କ ବ୍ଯତୀତ ବୋମନ୍ ଇରାନୀ  ଓ ମନୋଜ ଜୋଶୀ ମଧ୍ଯ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର । ଉମଙ୍ଗ ଏହା ପୂର୍ବରୁ ‘ମେରୀ କମ୍’ ଓ ‘ସରବଜିତ୍’ ଭଳି ବାୟୋପିକ୍ ନିର୍ମାଣ କରିସାରିଛନ୍ତି । ଫିଲ୍ମଟି ୫ ଏପ୍ରିଲରେ ରିଲିଜ ହେବ । ହିନ୍ଦୀ ବ୍ୟତୀତ ତାମିଲ ଓ ତେଲୁଗୁ ଭାଷାରେ ମଧ୍ଯ ଫିଲ୍ମକୁ ରିଲିଜ କରାଯିବ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌