ଏହି ୩ ଅଭିନେତ୍ରୀଙ୍କୁ ସାହାଯ୍ୟ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିର୍ବାଚନକୁ ନେଇ କଲେ ଆବେଦନ

ମୁମ୍ବାଇ ୧୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ଲୋକମାନଙ୍କୁ ନିଜ ଭୋଟ୍ ଦେବା ଅଧିକାର ବିଷୟରେ ଜଣାଇବା ଆରମ୍ଭ କରିଛନ୍ତି । ଗୋଟେ ଭୋଟ୍ର ଗୁରୁତ୍ୱ କେତେ ସେ ବିଷୟରେ ବୁଝାଇବା ସହ ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି ମୋଦି । ଏହି କାମ ପାଇଁ ଏବେ ମୋଦି ବିଭିନ୍ନ ବଲିଉଡ୍ କଳାକାରମାନଙ୍କୁ ମଧ୍ୟ ଟୁଇଟ୍ କରି ଆହ୍ବାନ କରିଥିବା ଦେଖା ଯାଇଛି ।

ଅଭିନେତ୍ରୀ ଆଲିଆ ଭଟ୍ଟ, ଦୀପିକା ପାଦୁକୋନ୍ ଏବଂ ଅନୁଷ୍କା ଶର୍ମାଙ୍କୁ ଟୁଇଟ୍ରରେ ଟ୍ୟାଗ୍ କରି, “ଆଗାମୀ ନିର୍ବାଚନରେ ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ମୁଁ ଆପଣମାନଙ୍କୁ ନିବେଦନ କରୁଛି । ଜଣେ ଲୋକପ୍ରିୟ କଳାକାର ହିସାବରେ ଆପଣଙ୍କ କାମକୁ ଅନେକ ଲୋକ ପସନ୍ଦ କରିବା ସହ ଆପଣଙ୍କୁ ଅନୁସରଣ କରୁଛନ୍ତି । ମୋର ବିଶ୍ୱାସ ଲୋକମାନେ ଆପଣଙ୍କ କଥା ନିଶ୍ଚୟ ଗ୍ରହଣ କରିବେ” ବୋଲି ମୋଦି ଜୀ ଲେଖିଥିବା ଦେଖା ଯାଇଛି
ଏହା ପରେ ସେ ଆଉ ଏକ ଟୁଇଟ୍ରେ ଅଭିନେତା ରଣବୀର ସିଂହ, ବରୁଣ ଧଓ୍ଵନ ଏବଂ ବିକି କୌଶଲଙ୍କୁ ଟ୍ୟାଗ୍ କରି, ଯୁବପିଢ଼ି ତୁମ ମାନଙ୍କୁ ଅନୁସରଣ କରୁଛନ୍ତି । ଏବେ ସେମାନଙ୍କୁ କହିବାର ସମୟ ଆସିଛି କି, “ଆମ ସମୟ ଆସି ଯାଇଛି । ଏବେ ନିଜ ଜୋଶ୍କୁ ଉଚ୍ଚା କରି ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦିଅନ୍ତୁ” ବୋଲି ଲେଖିଛନ୍ତି ମୋଦି । ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରୋତ୍ସାହିତ କରିବାର ମୋଦିଙ୍କ ଏଭଳି ଉପାୟକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।