ଆଗାମୀ ନିର୍ବାଚନକୁ ନେଇ ଟ୍ୱିଟ୍ କଲେ ମୋଦି, କହିଲେ ‘ଅପନା ଟାଇମ୍ ଆ ଗୟା..’

source:www.deccanchronicle.com
ମୁମ୍ବାଇ ୧୩/୩: ବଲିଉଡ ସେଲିବ୍ରିଟିମାନେ ଦେଶର ହିତ ପାଇଁ ଆରମ୍ଭ ହୋଇଥିବା ପ୍ରାୟ ଯୋଜନାକୁ ପ୍ରମୋଟ କରିବା ଦେଖିବାକୁ ମିଳିଥାଏ । ଏଥିରେ ରଣବୀର ସିଂ, ଅନୁଷ୍କା ଶର୍ମା, ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, କରଣ ଜୋହର ଓ କଙ୍ଗନା ଭଳି ବଡ ବଡ ଷ୍ଟାର୍ସମାନେ ଭାଗ ନେଇଥାନ୍ତି । ଗତ କିଛି ଦିନ ତଳେ ବଲିଉଡର ଷ୍ଟାର୍ସମାନେ ପିଏମ୍ ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ଏବେ ପିଏମ୍ ମୋଦି ଏହି ଷ୍ଟାର୍ସମାନଙ୍କୁ ଟ୍ଯାଗ୍ କରି ଲୋକସଭା ନିର୍ବାଚନକୁ ନେଇ ଚ୍ୱିଟ୍ କରିଛନ୍ତି ।
Requesting @deepikapadukone, @aliaa08 and @AnushkaSharma to urge people to vote in large numbers for the coming elections.
— Narendra Modi (@narendramodi) March 13, 2019
As renowned film personalities whose work is admired by many, I am sure their message will have a positive impact on our citizens.
ପିଏମ୍ ମୋଦି ଏହି ଷ୍ଟାର୍ସମାନଙ୍କୁ କହିଛନ୍ତି ଯେ ସେମାନେ ଲୋକଙ୍କୁ ଭୋଟ୍ ଦେବାକୁ ସଚେତନ କରିବେ । ଲୋକସଭା ନିର୍ବାଚନ ଏପ୍ରିଲରେ ହେବ । ୧୧ ଏପ୍ରିଲରେ ଭୋଟିଂର ପ୍ରଥମ ପର୍ଯ୍ୟାୟ ହେବ ।
ପିଏମ୍ ମୋଦି ଆଲିଆ, ଦିପିକା ଓ ଅନୁଷ୍କାଙ୍କୁ ଟ୍ୟାଗ୍ କରି ଟ୍ୱିଟ୍ କରିଛନ୍ତି ଯେ ‘ଆପଣମାନେ ଲୋକଙ୍କୁ ଭୋଟ୍ ଦେବା ପାଇଁ କୁହନ୍ତୁ । ଆପଣମାନଙ୍କୁ ଲୋକମାନେ ଆଇଡଲ୍ ବୋଲି ମାନନ୍ତି । ମୋତେ ପୂର୍ଣ୍ଣ ଭରସା ଅଛି ଯେ ଜନତା ଆପଣଙ୍କ କଥା ନିଶ୍ଚୟ ଶୁଣିବେ ।’
When @mangeshkarlata Didi, @sachin_rt and @arrahman say something, the nation takes note!
— Narendra Modi (@narendramodi) March 13, 2019
I humbly request these remarkable personalities to inspire more citizens to come out and vote in the 2019 elections.
A vote is a great way to make the people's voice heard.
ଲତା ମଙ୍ଗେସକରଙ୍କୁ ଓ ଏଆର୍ ରେହମାନଙ୍କୁ ମଧ୍ଯ ଟ୍ଯାଗ୍ କରିଛନ୍ତି ମୋଦି । ସେ କହିଛନ୍ତି ଯେ ‘ଆପଣମାନଙ୍କ ଭଳି ଷ୍ଟାର୍ସ ଯଦି ଲୋକମାନଙ୍କୁ ଭୋଟ୍ ଦେବାପାଇଁ ନିବେଦନ କରିବେ ତେବେ ସେମାନେ ନିଶ୍ଚୟ ଶୁଣିବେ । ଭୋଟ୍ ଜନତାଙ୍କ ସ୍ୱରର ଏକ ମାଧ୍ୟମ ।’
My young friends @RanveerOfficial, @Varun_dvn & @vickykaushal09,
— Narendra Modi (@narendramodi) March 13, 2019
Many youngsters admire you.
It is time to tell them: Apna Time Aa Gaya Hai and that it is time to turn up with high Josh to a voting centre near you.
ଏହା ବ୍ଯତୀତ ପିଏମ୍ ମୋଦି ରଣବୀର ସିଂ ଓ ବିକ୍କି କୌଶଲଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ‘ ମୋର ଯୁବ ବନ୍ଧୁ, ଆପଣମାନେ ଯୁବଗୋଷ୍ଠୀଙ୍କୁ ଭୋଟ୍ ଦେବାପାଇଁ ପ୍ରେରିତ କରନ୍ତୁ । ଏବେ ସେମାନଙ୍କୁ କୁହନ୍ତୁ ଯେ- ଅପନା ଟାଇମ୍ ଆ ଗୟା ହୈ ଏବଂ ନିଜ ଜୋଶକୁ ହାଇ କରି ଭୋଟିଂ ସେଣ୍ଟରକୁ ଯାଇ ମତଦାନ ନିଶ୍ଚୟ କରନ୍ତୁ ।’