ନୂଆଦିଲ୍ଲୀରେ ପିଏମ୍‌-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ ୧୯/୯: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ସେ ମୋଦିଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିଥିଲେ ।

ବୈଠକ ପରେ ମମତା ମିଡିଆକର୍ମୀଙ୍କୁ କହିଥିଲେ ଯେ ମୋଦିଙ୍କ ସହିତ ତାଙ୍କର ସାକ୍ଷାତ ଫଳପ୍ରଦ ହୋଇଛି । ସେ ଏହି ବୈଠକରେ ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିଲେ । ଏହା ହିଁ ତାଙ୍କ ଦିଲ୍ଲୀ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ରାଜ୍ୟ ବିଧାନସଭା ପୂର୍ବରୁ ପଶ୍ଚିମବଙ୍ଗର ନାମ ବଦଳାଇ ଏହାକୁ ‘ ବାଙ୍ଗଲା’ କରିବା ପାଇଁ ପ୍ରସ୍ତାବ ଦେଇଛି । ତେଣୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମମତା ମୋଦିଙ୍କର ସହଯୋଗ ଲୋଡିଛନ୍ତି । ମୋଦି ତାଙ୍କୁ ଏଦିଗରେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିବାର ସେ ଜଣାଇଛନ୍ତି । ସେହିପରି ମୋଦିଙ୍କୁ ଦୁର୍ଗାପୂଜା ପରେ ପଶ୍ଚିମବଙ୍ଗର ଦେଓଚା ପଚମି(ବିଶ୍ୱର ଦ୍ୱିତୀୟ ବୃହତ୍‌ କୋଇଲା ଖଣି) ଉଦ୍‌ଘାଟନ କରିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି । ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସ ପ୍ରସଙ୍ଗରେ ସେ କହିଛନ୍ତି ଯେ ଆସାମ ପାଇଁ କେନ୍ଦ୍ର ସରକାର କରିଥିବା ବୁଝାମଣାରେ ଏଥିପାଇଁ ବ୍ୟବସ୍ଥା ରହିଥିଲା । ପଶ୍ଚିମବଙ୍ଗରେ ଏହାକୁ ଲାଗୁ କରିବା କଥା କେହି ଉଠାଇ ନାହାନ୍ତି କି ଏହାକୁ କେବେ ସେଠାରେ ଲାଗୁ କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ଏବଂ ସିବିଆଇ ଦ୍ୱାରା ଚିଟଫଣ୍ଡ ସ୍କାମର ଯାଞ୍ଚ କରାଯିବା ଭଳି କିଛି ପ୍ରସଙ୍ଗକୁ ନେଇ ମମତା ସରକାର ଏବଂ ମୋଦି ସରକାର ମୁହାଁମୁହିଁ ହୋଇଥିଲେ । ଲୋକସଭା ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ମମତା କ୍ରୋଧିତ ହୋଇ ଅନେକ ସମୟରେ ମୋଦିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ତେଣୁ ମୋଦିଙ୍କ ସହ ତାଙ୍କର ଭେଟ କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଥିଲା ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା