ପ୍ରମୁଖ ଖବର
  • ରାୟଗଡା : ସଂଘବଦ୍ଧ ଆକ୍ରମଣରେ ମହିଳା ମୃତ , ୭ ଗିରଫ
  • ||
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ବ୍ରିଟେନ ରାଜାଙ୍କଠାରୁ ଧନୀ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାଣନ୍ତୁ କେତେ ରହିଛି ସମ୍ପତି

ନୂଆଦିଲ୍ଲୀ,୧୯ /୫:କୌଣସି ଦେଶର ରାଜା ହେବା ଅର୍ଥ ସେହି ଦେଶର ସବୁଠାରୁ ଧନୀ ଓ କ୍ଷମତାଶାଳୀ ବ୍ୟକ୍ତି ବୋଲି ବୁଝାଏ। ବ୍ରିଟେନରେ କିନ୍ତୁ ଅର୍ଥ ଏହା ନୁହେଁ । ଏଠାରେ ଦେଶର ପ୍ରଧାନମନ୍ତ୍ରୀ ଋଷି ସୁନକ ଧନୀ ମାମଲାରେ ବ୍ରିଟେନର ରାଜା କିଙ୍ଗ୍ ଚାର୍ଲସଙ୍କୁ ପଛରେ ପକାଇ ଦେଇଛନ୍ତି । ବ୍ରିଟିଶ ସମ୍ବାଦପତ୍ର ସଣ୍ଡେ ଟାଇମ୍ସରେ ପ୍ରକାଶିତ ଧନୀଙ୍କ ତାଜା ଲିଷ୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି କି, ପ୍ରଧାନମନ୍ତ୍ରୀ ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସଂପତ୍ତି ଗତ ଏକ ବର୍ଷ ମଧ୍ୟରେ ୧୨ କୋଟି ପାଉଣ୍ଡ(୧୨.୭ ଅରବ ଟଙ୍କା)ରୁ ଅଧିକ ବୃଦ୍ଧି ପାଇ ମୋଟ ୬୫.୧ କୋଟି ପାଉଣ୍ଡ ଅର୍ଥାତ୍ ୬୮.୬୭ ଅରବ ଟଙ୍କାରେ ପହଞ୍ଚିଛି । ଏହି ସମୟରେ କିଙ୍ଗ ଚାର୍ଲସଙ୍କ ମୋଟ ସଂପତ୍ତି ୬୦କୋଟି ପାଉଣ୍ଡରୁ ବୃଦ୍ଧି ପାଇ ୬୧ କୋଟି ପାଉଣ୍ଡ ହିଁ ହୋଇଛି । 

ଏହି ରିପୋର୍ଟରେ କୁହାଯାଇଛି କି ବ୍ରିଟେନରେ ଅରବପତିଙ୍କ ସଂଖ୍ୟାରେ ବହୁତ ହ୍ରାସ ଘଟିଛି । ଏହା ବର୍ଷ ୨୦୨୨ରେ ୧୭୭ରୁ ହ୍ରାସ ଘଟି ୧୬୫ରେ ପହଞ୍ଚିଛି । ଏହି ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ବ୍ୟବସାୟୀ ଗୋପୀ ହିନ୍ଦୁଜା ଓ ତାଙ୍କ ପରିବାର ୩୭.୨ ବିଲିୟନ ପାଉଣ୍ଡ ମୋଟ ସଂପତ୍ତି ସହ ଶୀର୍ଷରେ ଅଛନ୍ତି । ୨୦୨୪ ସଣ୍ଡେ ଟାଇମ୍ସ ରିଚ୍ ଲିଷ୍ଟର ଟପ୍ ୧୦ରେ ଆର୍ସେଲର ମିତ୍ତଲ ଷ୍ଟିଲୱାର୍କସର ଏନଆରଆଇ ଲକ୍ଷ୍ମୀ ନାରାୟଣ ମିତ୍ତଲ ୮ମ ସ୍ଥାନରେ ଅଛନ୍ତି। ଏହାପରେ ବେଦାନ୍ତ ରେସୋର୍ସେସର ପ୍ରତିଷ୍ଠାତା ତଥା ଉଦ୍ୟୋଗପତି ଅନିଲ ଅଗ୍ରୱାଲ ୭ଅରବ ପାଉଣ୍ଡ ସହ ୨୩ତମ ସ୍ଥାନରେ ଅଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.