PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପିଏମ୍ କିଷାନ ସମ୍ମାନ ନିଧି : ଆସନ୍ତାକାଲି କୃଷକଙ୍କ ନିକଟକୁ ଆସିବ ଷଷ୍ଠ କିସ୍ତିର ଟଙ୍କା

https://www.india.com/

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଗ୍ରିକଲଚର ଫଣ୍ଡ ଅନୁସାରେ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସୁବିଧାର ଆରମ୍ଭ ଆସନ୍ତାକାଲି ଦିନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ କରିବେ। ପ୍ରଧାନମନ୍ତ୍ରୀ ଏବେ ପିଏମ୍ ​‌କିଷାନ ଯୋଜନା ଅନ୍ତର୍ଗତ ୮.୫  କୋଟି କୃଷକଙ୍କ ପା​‌ଇଁ ୨୦୦୦ ଟଙ୍କାର ଷଷ୍ଠ କିସ୍ତି ଭାବରେ ୧୭,୦୦୦ କୋଟି ଟଙ୍କା ଜାରି କରିବ। ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ କୃଷକ, ସହକାରୀ ସମିତି ଓ ଦେଶସାରାର ଲକ୍ଷାଧିକ ନାଗରିକ ଭାଗ ନେବେ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ।

କେନ୍ଦ୍ରମନ୍ତ୍ରୀମଣ୍ଡଳ ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡ ଅନୁସାରେ ୧ ଲକ୍ଷ କୋଟି ଟଙ୍କାର ଫାଇନାନ୍ସ ସୁବିଧାକୁ ମଞ୍ଜୁରୀ ଦେଇଥିଲେ। ଏହି ଫଣ୍ଡର ବ୍ୟବହାର ପୋଷ୍ଟ ହାର୍ଭେଷ୍ଟ ମ୍ୟାନେଜମେଣ୍ଟ ଇନଫ୍ରାଷ୍ଟ୍ରକଚର ଓ କମ୍ୟୁନିଟି ଫାର୍ମିଂ ଭଳି କୋଲ୍ଡ ଷ୍ଟୋରେଜ୍ ସେଣ୍ଟର, ପ୍ରୋସୋସିଂ ୟୁନିଟ୍ ଆଦିର ନିର୍ମାଣ କରାଯିବ। ଏହାଦ୍ବାରା କୃଷକଙ୍କୁ ନିଜର ଉତ୍ପାଦକୁ ଭଲ ମୂଲ୍ୟ ମିଳିବାରେ ସାହାଯ୍ୟ ମିଳିବ। ୧ ଲକ୍ଷ କୋଟି ଟଙ୍କାର ରାଶି ବିଭିନ୍ନ ଆର୍ଥିକ ସଂସ୍ଥା ସାହାଯ୍ୟରେ ଉପଲବ୍ଧ କରାଯିବ। ୧୨ ସରକାରୀ ବ୍ୟାଙ୍କରୁ ୧୧ଟିରେ ପୂର୍ବରୁ ଡିଏସିଆଣ୍ଡଏଫଡବଲୁ ସହିତ ଚୁକ୍ତି କରିବା ନେଇ ସାକ୍ଷର ହୋଇସାରିଛି।

ପ୍ରୋଜେକ୍ଟର ବ୍ୟବହାରିକ କରିବା ପାଇଁ ଲାଭାର୍ଥୀଙ୍କୁ ୩ ପ୍ରତିଶତ ସୁଦ୍ଧରୁ ମୁକ୍ତି ଓ ୨ କୋଟି ଟଙ୍କା ପଯ୍ୟନ୍ତ କ୍ରେଡିଟ୍ ଗ୍ୟାରେଣ୍ଟି ଦିଆଯିବ। ଏହି ଯୋଜନାର ଲାଭାର୍ଥୀଙ୍କ ଭିତରେ କୃଷକ, ପିଏସି, ମାର୍କେଟିଂ କୋ-ଅପରେଟିଭ ସୋସାଇଟି, ଏଫପିଓ, ଏସଏଚଜି, ଜଏଣ୍ଟ ଲାଇବିଲିଟି ଗ୍ରୁପ୍, ମଲ୍ଟି ପପ୍ରୋଜ୍ କୋ-ଅପରେଟିଭ ସୋସିଇଟି, କୃଷି-ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ ଓ ସେଣ୍ଟର/ଷ୍ଟେଟ୍ ଏଜେନ୍ସି କିମ୍ବା ସ୍ଥାନୀୟ ୟୁନିଟ୍ ଦ୍ବାରା ସମର୍ଥିକ ପବ୍ଳିକ ପ୍ରାଇଭେଟ୍ ପାର୍ଟନରସିପ୍ ପ୍ରୋଜେକ୍ଟ ସାମିଲ ହେବ। ୧ ଅକ୍ଟୋବର ୨୦୧୮ରେ ଆରମ୍ଭ ହୋଇଥିବା କୃଷକ ସମ୍ମାନ ନିଧି ଯୋଜାନା ଅନୁସାରେ, ୯.୯ କୋଟିରୁ ଅଧିକ କୃଷକଙ୍କୁ ୭୫,୦୦୦ କୋଟିରୁ ଅଧିକ ପ୍ରତ୍ୟକ୍ଷ ଲାଭ ପ୍ରଦାନ କରାଯାଇଥାଏ। ଏହି ଯୋଜନା ଅନୁସାରେ ଆଧାର ସମ୍ପର୍କିତ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତାରେ ସିଧା ଟଙ୍କା ଜମା କରାଯାଇଥାଏ।