ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝାଡ଼ଖଣ୍ଡ ଗସ୍ତ; ‘କିଷାନ ମନ ଧନ ଯୋଜନା’ର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ ୧୨।୯:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନିକିଆ ଝାଡ଼ଖଣ୍ଡ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ମୋଦୀ ରାଜ୍ୟର ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନ ଧନ ଯୋଜନା’ ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ନବନିର୍ମିତ ଝାଡ଼ଖଣ୍ଡ ବିଧାନସଭା କୋଠାକୁ ଉଦଘାଟନ କରିବେ । ଏହା ପରେ ଝାଡ଼ଖଣ୍ଡର ସଚିବାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ ।

ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହେଉଥିବା ‘କିଷାନ ମନ ଧନ’ ଯୋଜନାରୁ ୫ କୋଟି ଚାଷୀ ଉପକୃତ ହେବେ । ଯୋଜନା ଅନ୍ତର୍ଗତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ ପାଇବେ । କେନ୍ଦ୍ର ସରକାର ଏହି ଯୋଜନା ପାଇଁ ୧୦ ହଜାର ୭୭୪ କୋଟି ଟଙ୍କା ଖର୍ଚ୍ଚ କରୁଛି । ଏହି ରାଶି ଆଗାମୀ ୩ ବର୍ଷ ମଧ୍ୟରେ ବିନିଯୋଗ ହେବ । ବର୍ତ୍ତମାନ ଯେଉଁମାନଙ୍କର ବୟସ ୧୮ରୁ ୪୦ ବର୍ଷ, ସେହି କ୍ଷୁଦ୍ର ଓ ନାମାମାତ୍ର ଚାଷୀମାନେ ‘ପ୍ରଧାନମନ୍ତ୍ରୀ ମନ ଧନ’ ଯୋଜନାରୁ ଉପକୃତ ହୋଇପାରିବେ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now