PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

PNB ହେବ ଦେଶର ଦ୍ୱିତୀୟ ବଡ ବ୍ୟାଙ୍କ: ଗ୍ରାହକଙ୍କ ପାଇଁ ବଢିଗଲା କାମ, ଜାଣି ରଖନ୍ତୁ ଏହି ଜରୁରୀ କଥା

ନୁଆଦିଲ୍ଲୀ ୬/୯: ସରକାରୀ ବ୍ୟାଙ୍କ PNB (Punjan National Bank) ରେ OBC (Oriental Bank of Commerce) ଓ ୟୁନାଇଟେଡ୍ ବ୍ୟାଙ୍କ (United Bank of India) ର ମର୍ଜରକୁ PNB ବୋର୍ଡ ତରଫରୁ ମଞ୍ଜୁରୀ ମିଳିଯାଇଛି । ଏହି ମର୍ଜର ପରେ ପିଏନବି ଦେଶର ଦ୍ୱିତୀୟ ସବୁଠାରୁ ବଡ ସରକାରୀ  ବ୍ୟାଙ୍କ ପାଲଟିଯିବ । ଆପଣଙ୍କୁ କହିରଖୁଛୁ ଯେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଗତ ସପ୍ତାହରେ ସରକାରୀ ବ୍ୟାଙ୍କ ଗୁ଼ଡିକର ମିଶ୍ରଣର ନୂଆ ପ୍ଲାନ ସମ୍ପର୍କରେ ଘୋଷଣା କରିଥିଲେ । ବର୍ଷେ ଭିତରେ ଦେଶରେ ମର୍ଜର ପରେ ସରକାରୀ ବ୍ୟାଙ୍କଗୁ଼ଡିକର ସଂଖ୍ଯା ୨୭ରୁ ହ୍ରାସ ପାଇ ୧୨କୁ ଆସିଯିବ ।

PNB ରେ OBC ଓ ୟୁନାଇଟେଡ୍ ବ୍ୟାଙ୍କର ମିଶ୍ରଣ ଫଳରେ ଗ୍ରାହକଙ୍କୁ ଉପରେ ସିଧା ଏହି ପ୍ରଭାବ ପଡିବ ….

ଆପଣଙ୍କ ଖାତା ନମ୍ବର ଓ ଇଣ୍ଟରନେଟ୍ କଷ୍ଟମର IDରେ ହୋଇପାରେ ପରିବର୍ତ୍ତନ
ପିଏନବିରେ ଅନ୍ଯ ୨ ବ୍ୟାଙ୍କର ମିଶ୍ରଣ ପରେ ଆପଣଙ୍କୁ ଏକ ନୂଆ ଖାତା ନମ୍ବର ଓ କଷ୍ଟମର ଆଇଡି ମିଳିପାରେ । ଏଥିପାଇଁ ଆପଣ ସବୁବେଳେ ଧ୍ଯାନ ରଖନ୍ତୁ ଯେ ଆପଣଙ୍କ ଇମେଲ୍ ଆଡ୍ରେସ୍ ଓ ମୋବାଇଲ୍ ନମ୍ବର ବ୍ୟାଙ୍କ ପାଖରେ ଅପଡେଟ୍ ଜରୁରୀ ହେବା ଉଚିତ୍ । ବ୍ୟାଙ୍କ ସବୁବେଳେ ଆପଣଙ୍କ ଫୋନ୍ ନମ୍ବର  ଓ ଇ-ମେଲ୍ ଆଇଡିରେ କୌଣସି ପରିବର୍ତ୍ତନ ସମ୍ପର୍କରେ ତୁରନ୍ତ ସୂଚନା ପଠାଇଥାଏ ।

ଆପଣଙ୍କୁ ବଦଳାଇବାକୁ ପଡିବ ଚେକ୍ ବୁକ୍
ଯଦି ଆପଣଙ୍କ ଖାତା OBC କିମ୍ବା ୟୁନାଇଟେଡ୍ ବ୍ୟାଙ୍କରେ ଅଛି ତେବେ ଆପଣଙ୍କୁ ନିଡ ଚେକବୁକ୍ ବଦଳାଇବାକୁ ପଡିବ । ଅବଶ୍ଯ ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଚେକବୁକ୍ କିଛି ଦିନ ପାଇଁ ବୈଧ ରହିବ । କିନ୍ତୁ ଶେଷରେ ଏହାକୁ ବଦଳାଇବାକୁ ପଡିବ । ତେବେ ଯେଉଁ ବ୍ୟାଙ୍କରେ ମିଶ୍ରଣ ହୋଇଛି ଯଥା PNB ଗ୍ରାହକଙ୍କୁ ଏହା ଉପରେ କୌଣସି ପ୍ରଭାବ ପଡିବନି ।

ଆପଣଙ୍କୁ ଏହି ସ୍ଥାନମାନଙ୍କରେ ପରିବର୍ତ୍ତନ କରିବାକୁ ପଡିବ
ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର କିମ୍ବା IFSC କୋଡ୍ ଆଲର୍ଟ କରାଯିବ ସେମାନେ ଏହି ସମସ୍ତ ତଥ୍ଯ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଇନସ୍ଯୁରାନ୍ସ କମ୍ପାନୀ, ମ୍ଯୁଚୁଆଲ୍ ଫଣ୍ଡ ଏବଂ ନ୍ୟାସନାଲ୍ ପେନସନ୍ ସିଷ୍ଟମ ଆଦି ସ୍ଥାନରେ ଅପଡେଟ୍ କରିବାକୁ ପଡିବ ।

ନୂଆ ECS, SIP ପାଇଁ ଉଠାଇବାକୁ ପଡିବ ଏହି ପଦକ୍ଷେପ
ମର୍ଜର ହେବା ପରେ ନୂଆ ବ୍ୟାଙ୍କରେ ଅନେକ ପରିବର୍ତ୍ତନ ହେବ । ଏଭଳି ପରିସ୍ଥିତିରେ ଆପଣଙ୍କୁ ନିଜ ECSରେ ପରିବର୍ତ୍ତନ କରିବାକୁ ପଡିବ । ଇନସ୍ଯୁରାନ୍ସ କମ୍ପାନୀ ସହିତ ସମ୍ପର୍କ କରି ନୂଆ ECS ନିର୍ଦ୍ଦେଶ ଜାରି କରନ୍ତୁ । ଆବଶ୍ଯକ ଅନୁସାରେ ଆପଣଙ୍କୁ ECS ସହିତ ଜଡିତ ଫର୍ମ ଅନଲାଇନ୍ କିମ୍ବା ନିଜ ବ୍ରାଞ୍ଚ ଜରିଆରେ ଭରିବାକୁ ପଡିବ । ଅଟୋ ଡେବିଟ୍ କିମ୍ବା ସିଷ୍ଟେମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍(SIP) ପାଇଁ ଆପଣଙ୍କୁ ନୂଆ SIP ରେଜିଷ୍ଟ୍ରେସନ ଓ ଇନଷ୍ଟ୍ରକ୍ସନ ଫର୍ମ ଭରିବାକୁ ପଡିପାରେ । ଠିକ୍ ଏମିତି ଲୋନର ଇଏମଆଇ ପାଇଁ ମଧ୍ଯ କରିବାକୁ ପଡିବ ।

ବଦଳିପାରେ ଆପଣଙ୍କ ବ୍ରାଞ୍ଚ ଆଡ୍ରେସ
ମର୍ଜର ପରେ ସୃଷ୍ଟି ହେଉଥିବା ନୂଆ ବ୍ୟାଙ୍କ ନିଜର କିଛି ବ୍ରାଞ୍ଚକୁ ବନ୍ଦ କରିପାରେ । କାରଣ ସେହି ବିଲ୍ଡିଂ କିମ୍ବା ଆଖ ପାଖ OBC ଓ ୟୁନାଇଟେଡ୍ ବ୍ୟାଙ୍କର ବ୍ରାଞ୍ଚ ହେବ ତେବେ ସେହି ଗୋଟିଏ ବ୍ରାଞ୍ଚରେ ସିଫ୍ଟ କରିଦିଆଯିବ । ଏହା ଫଳରେ ବ୍ୟାଙ୍କ ଖର୍ଚ୍ଚ ବଞ୍ଚିବ । ଅର୍ଥାତ୍ ଆପଣଙ୍କ ବ୍ରାଞ୍ଚ ଆଡ୍ରେସ ବଦଳିଯିବ । ଏଥିପାଇଁ ଆପଣଙ୍କୁ ନୂଆ ବ୍ରାଞ୍ଚ ପାଇଁ ଲାଗୁ ନୂଆ  IFSC ଓ MICR କୋଡକୁ ଧ୍ଯାନରେ ରଖିବାକୁ ପଡିବ । ନଚେଚ୍ ଫଣ୍ଡ ଟ୍ରାନଫର ସମୟରେ ଆପଣ ଅସୁବିଧା ଭୋଗିପାରନ୍ତି ।