
ନୂଆଦିଲ୍ଲୀ – ଯଦି ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକ ତ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ । ପିଏନ୍ବି ୧ ଡିସେମ୍ୱରରୁ କ୍ୟାସ୍ ବାହାର କରିବାର ନିୟମ ବଦଳେଇବାକୁ ଘୋଷଣା କରିଛି । ବ୍ୟାଙ୍କ୍ ମୁତାବିକ୍ ନୂଆ ନିୟମ ବହୁତ ସୁରକ୍ଷିତ ହେବ ।

ଏହି ନୂଆ ନିୟମଟି କଣ –
୧ ଡିସେମ୍ୱରରୁ ପିଏନ୍ବି ୱାନ ଟାଇମ୍ ପାସ୍ୱାର୍ଡ ( ଓଟିପି) ତରିକାରେ କ୍ୟାସ୍ ୱିଡ୍ରାଲ୍ କରିବାର ସୁବିଧା ଲାଗୁ କରିବାକୁ ଯାଉଛି । ପିଏନ୍ବି ତରଫରୁ ଦିଆଯାଇଥିବା ସୂଚନା ଆଧାରରେ ଗୋଟିଏ ଥରକେ ୧୦,୦୦୦ଟଙ୍କାରୁ ଅଧିକ କ୍ୟାସ୍ ବାହାର କରିବା ପ୍ରକ୍ରିୟା ଓଟିପି ମାଧ୍ୟମରେ ହେବ ।

ଆପଣଙ୍କୁ କହି ରଖୁଛୁ କି ପିଏନ୍ବିରେ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଓ ଓରିଏଣ୍ଟଲ ବ୍ୟାଙ୍କ୍ ଅଫ୍ କମର୍ସ ମିଶି ସାରିଛି , ଯାହା କି ୧ ଅପ୍ରେଲ୍ ୨୦୨୦ରୁ ସକ୍ରିୟ ରହିଛି। କହିବା ଅର୍ଥ ପିଏନ୍ବିର ଓଟିପି ମାଧ୍ୟମରେ ସୁବିଧା ଏହି ସବୁ ବ୍ୟାଙ୍କ୍ର ଗ୍ରାହକମାନେ ପାଇ ପାରିବେ ଓ ଏହା ଏଟିଏମ୍ରେ ମଧ୍ୟ ଲାଗୁ ହେବ ।

ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ( ଏସ୍ବିଆଇ) ମଧ୍ୟ ଏଟିଏମ୍ରୁ ଓଟିପି ମାଧ୍ୟମରେ କ୍ୟାସ୍ ୱିଡ୍ରାଲ୍ ସୁବିଧା ଆରମ୍ଭ କରିଥିଲା । ଗତ ସେପ୍ଟେମ୍ୱର ମାସରେ ଏସ୍ବିଆଇ ୧୦୦୦୦ଟଙ୍କା ବା ଏହା ଠାରୁ ଅଧିକ କ୍ୟାସ୍ ବାହାର କରିବା ପାଇଁ ଓଟିପି ମାଧ୍ୟମରେ ଏଟିଏମ୍ ୱିଡ୍ରାଲ୍ ସୁବିଧା ସପ୍ତାହରେ ୨୪ ଘଣ୍ଟା ଲାଗୁ କରିଦେଇଥିଲା । ଏହା ପୂର୍ବରୁ ଏହି ସୁବିଧା ସୀମିତ ସମୟ ଯାଏ ଥିଲା ।