ସେଭିଂ ଆକାଉଣ୍ଟରେ ମିଳୁଥିବା ସୁଧ ଦରରେ ହ୍ରାସ କଲା ପିଏନବି

ନୂଆଦିଲ୍ଲୀ ୨/୬: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ(ପିଏନବି) ସଞ୍ଚୟ ଖାତା(ସେଭିଂ ଆକାଉଣ୍ଟ)ରେ ମିଳୁଥିବା ସୁଧ ଦରରେ ୦.୫୦ ପ୍ରତିଶତ ହ୍ରାସ କରିଛି । ୧ ଜୁଲାଇରୁ ବ୍ୟାଙ୍କର ସଞ୍ଚୟ ଖାତାରେ ସର୍ବାଧିକ ୩.୨୫ ପ୍ରତିଶତ ବାର୍ଷିକ ସୁଧ ମିଳିବ । ପିଏନବିର ସଞ୍ଚୟ ଖାତାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାଲାନ୍ସରେ ୩ ପ୍ରତିଶତ ବାର୍ଷିକ ଓ ୫୦ ଲକ୍ଷରୁ ଅଧିକ ବାଲାନ୍ସରେ ୩.୨୫ ପ୍ରତିଶତ ବାର୍ଷିକ ସୁଧ ଦର ହିସାବରେ ସୁଧ ମିଳିବ । ଏହା ପୂର୍ବରୁ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ସଞ୍ଚୟ ଖାତାରେ ମିଳୁଥିବା ସୁଧ ହ୍ରାସ କରିଥିଲା ।

ଏସବିଆଇ ୧୫ ଏପ୍ରିଲରେ ସମସ୍ତ ପ୍ରକାର ସଞ୍ଚୟ ଖାତା ପାଇଁ ନିଜ ସୁଧ ଦର ୦.୨୫ ପ୍ରତିଶତ ହ୍ରାସ କରି ୨.୭୫ ପ୍ରତିଶତ କରିଥିଲା । ଏଥିରେ ଏବେ ଜମାରେ ୨.୭୫ ପ୍ରତିଶତ  ବାର୍ଷିକ ସୁଧ ଦିଆଯାଉଛି ଯାହା ପୂର୍ବରୁ ୩ ପ୍ରତିଶତ ଥିଲା । ସେହିଭଳି କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ସଞ୍ଚୟ ଖାତାରେ ମିଳୁଥିବା ସୁଧ ହ୍ରାସ କରିଥିଲା । ଏବେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରେ ୩.୫୦ ପ୍ରତିଶତ ଏବଂ ୧ ଲକ୍ଷରୁ ଅଧିକ ଜମାରେ ୪ ପ୍ରତିଶତ ବାର୍ଷିକ ସୁଧ ମିଳୁଛି । ଏହା ପୂର୍ବରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରେ ୩.୭୫ ପ୍ରତିଶତ ଓ ଏକ ଲକ୍ଷରୁ ଅଧିକ ଜମାରେ ୪.୫୦ ପ୍ରତିଶତ ସୁଧ ମିଳୁଛି ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା