‘ପବ୍‌ରେ ଚାଲିଛି ଦେହ ବ୍ୟବସାୟ’! ଅଭିଯୋଗ ଆଣିବାରୁ ମହିଳାଙ୍କୁ ମାଡ଼ ମାରିଲେ ପବ୍‌ କର୍ମଚାରୀ

ଚନ୍ଦ୍ରଶେଖରପୁର ୦୩/୧୨ ଚନ୍ଦ୍ରଶେଖରପୁରରେ ଥିବା ଏକ ପବ୍‌ରେ ଦେହ ବ୍ୟବସାୟ ହେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ଏନେଇ ସେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରଖି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁରରେ ଥିବା ଏକ ପବ୍‌କୁ ରୋମା ଦାଶମହାପାତ୍ର ନାମ୍ନୀ ଜଣେ ମହିଳା ଯାଇଥିଲେ । ରୋମା ପବ୍‌ରେ ଥିବା ଶୌଚାଳୟକୁ ଯାଇଥିଲାବେଳେ ଭିତରେ ଜଣେ ଯୁବକ ଓ ଯୁବତୀ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିଲେ । ଏ ବିଷୟରେ ସେ ପବ୍‌ର ପରିଚାଳକଙ୍କୁ ଜଣାଇଥିଲେ । ହେଲେ ପରିଚାଳକ ଏଥିରେ ଉତ୍‌କ୍ଷିପ୍ତ ହୋଇ ମହିଳାଙ୍କ ସହ ବଚସା କରିଥିଲେ । ତେବେ ରୋମା ପବ୍‌ ବାହାରେ ପ୍ରତିବାଦ କରିବାରୁ ପବ୍‌ର କର୍ମଚାରୀମାନେ ତାଙ୍କୁ ମାଡ ମାରି ତାଙ୍କଠାରୁ ମୋବାଇଲ୍‌, ଗହଣା ଓ ଟଙ୍କା ଛଡାଇ ନେଇ ଯାଇଥିଲେ । ତାଙ୍କୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ମହିଳା ଜଣଙ୍କ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

   ସମ୍ବନ୍ଧିତ ଖବର


ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା

ଆଦିବାସୀ ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଯୁବକ ଗିରଫ

ପରିଶ୍ରା କରିବାକୁ ଯାଇ ଫେରିଲାନି ଝିଅ! ବାଟରେ ହେଲା ଗଣଦୁଷ୍କର୍ମ, ବିଲରୁ ମୃତଦେହ ଉଦ୍ଧାର