PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବିଦାୟୀ ବର୍ଷର ଶେଷ ଦିନରେ ଅଘଟଣ: ବିଷାକ୍ତ ଦେଶୀମଦ ପିଇ ୫ ଗୁରୁତର

ଖୋର୍ଦ୍ଧା ୦୧/୧: ଟାଙ୍ଗୀ ଥାନାଞ୍ଚଳରେ ବିଗତ ଦିନରେ ମଦ ବିଭୀଷିକାର ଶିକାର ହୋଇ ଅନେକ ଲୋକ ଜୀବନ ହାରିଥିଲେ। ସେହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଗତକାଲି ଦେଶୀମଦ ପିଇ ସୋରଣ ଗ୍ରାମର ୫ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ସେମାନେ ହେଲେ ବନ ବେହେରା (୩୮), ଯୁଧିଷ୍ଠିର ବେହେରା (୫୫), ଶରତ ବେହେରା (୪୫), ମହେନ୍ଦ୍ର ବେହେରା (୫୨) ଓ ଫକୀର ବେହେରା (୪୭) । ଏମାନଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଜିଲ୍ଲା ଚିକିତ୍ସାଳୟ ଖୋର୍ଦ୍ଧକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଷାକ୍ତ ମଦ୍ୟପାନ ଫଳରେ ଏ ଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ଗୁରୁତର ଅସୁସ୍ଥମାନେ ଚିକିତ୍ସା ହେବା ପରିବର୍ତ୍ତେ ନିଜ ନିଜ ଘରକୁ ଫେରିଯାଇଛନ୍ତି । ଘଟଣା ପଛରେ ମଦମାଫିଆଙ୍କ ସମ୍ପୃକ୍ତି ଥିବା ନେଇ ଟାଙ୍ଗୀ ଅଞ୍ଚଳରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ସୋରଣ ଗ୍ରାମର ବନ, ଯୁଧିଷ୍ଠିର, ଶରତ, ମହେନ୍ଦ୍ର ଓ ଫକୀର ଭୋଜି କରିବା ପାଇଁ ହାଟବରଡ଼ି ନିକଟକୁ ଯାଇଥିଲେ । ସେଠାରେ ସମସ୍ତେ ଦେଶୀମଦ ପିଇ ଗୁରୁତର ହୋଇ ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର ପରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ନାୟକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ମାତ୍ର ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତେ୍ୱ ଜଣେହେଲେ ମଦପିଇ ଅସୁସ୍ଥ ବ୍ୟକ୍ତି ଏଠାକୁ ଆସିନଥିଲେ । ଗଣମାଧ୍ୟମ ସମ୍ମୁଖରେ ଅବକାରୀ ଇନ୍ସପେକ୍ଟର ଶ୍ରୀ ନାୟକ ମଦ ପିଇ ଅସୁସ୍ଥ ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଟାଙ୍ଗୀରୁ ଆମ୍ବୁଲାନ୍ସ ଯୋଗେ ଆସୁଥିବା କହିଥିଲେ । କିନ୍ତୁ ଅସୁସ୍ଥତା ପଛରେ ମଦ ନା ଅନ୍ୟ କିଛି କାରଣ ରହିଛି ତାହା ନ ଜାଣିବା ଯାଏ କହିବା ଠିକ୍‌ ହେବନି ବୋଲି ସେ ସଫେଇ ଦେଇଥିଲେ । ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବା ପରେ ଟାଙ୍ଗୀରୁ ଆସୁଥିବା ଆମ୍ବୁଲାନ୍ସ ଏଠାରେ ପହଞ୍ଚିନଥିଲା ।

ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ୧୬ନଂ ଜାତୀୟ ରାଜପଥରେ ଏକ ଗାଡ଼ିରେ କେତେକ ଲୋକ ଆସି ଆମ୍ବୁଲାନ୍ସରୁ ସେମାନଙ୍କୁ ଓହ୍ଳାଇ ଭୁବନେଶ୍ୱର ନେଇ ଯାଇଛନ୍ତି । କିନ୍ତୁ ପରେ ସେମାନେ ନିଜ ନିଜ ଘରକୁ ଫେରିଥିବା ଜଣାପଡ଼ିଥିଲା । ଟାଙ୍ଗୀ ଥାନା ଅଧିକାରୀ ସରୋଜ ଉପାଧ୍ୟାୟ କହିଛନ୍ତି, ଭୋଜିଭାତରେ ସେମାନେ ସରକାରୀ ଦେଶୀମଦ ପିଇବା ପରେ ଅସୁସ୍ଥତା ଅନୁଭବ କରିବାରୁ ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେହିପରି ଟାଙ୍ଗୀ ଅବକାରୀ ଅଧିକାରୀ ନୀନା ବେହୁରା ଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ସମସ୍ତ ଅସୁସ୍ଥ ବ୍ୟକ୍ତି ନିଜ ମର୍ଜିରେ ଘରୋଇ ଗାଡ଼ିରେ ଯାଇଥିବା ସଫେଇ ଦେଇଛନ୍ତି । ତେବେ ଘଟଣା ଯାହାହେଉନା କାହିଁକି କେହି ମଦମାଫିଆ ଘଟଣାକୁ ଚପାଇ ଦେବାକୁ ଆମ୍ବୁଲାନ୍ସକୁ ବାଟରେ ଅଟକାଇ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପରେ ଘରେ ଛାଡ଼ି ଦେଇଥିବା କୁହାଯାଉଛି ।