PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ପୋଲ ତଳୁ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ପ୍ରେମୀଯୁଗଳ : ଆଇନ‌ର ଆଶ୍ରୟ ନେଲେ ପ୍ରେମିକା, ଫସିଗଲା ରୋମିଓ…

ପୁରୀ,୦୩/୦୨: ପ୍ରେମ ଥିଲା ୮ ମାସର । ପ୍ରେମିକା ଥିଲା ନାବାଳିକା । ନାବାଳିକା ଜାଣି ବି ପ୍ରେମିକ ଆଇନ୍‌କୁ ହାତକୁ ନେଇଥିଲା ପ୍ରେମିକ । ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇବା ପରେ ଶାରୀରିକ ସମ୍ବନ୍ଧ ବି ରଖିଥିଲା । ବାରମ୍ବାର ନାବାଳିକାର ଅସହାୟତାର ଫାଇଦା ଉଠାଉଥିଲା । ଶେଷରେ ପୋଲ ତଳୁ ଧରାପଡି ଫସିଗଲା ପ୍ରେମିକ । ନାବାଳିକା ସହ ରୋମିଓକୁ ଧରିଲେ ଗାଁ ଲୋକେ । ହେଲେ ବିବାହ ପ୍ରତିଶ୍ରୁତି ଦେଇ ଶେଷରେ ଧୋକା ଦେଲା ପ୍ରେମିକ । ଏନେଇ ଆଇନ୍‌ର ଆଶ୍ରୟ ନେଲେ ନାବାଳିକା । ଏନେଇ ସଦର ଥାନା ପୁଲିସ ପୋକ୍‌ସୋ ଆକ୍ଟରେ ବଳାତ୍କାର ମାମଲା ରୁଜୁ କରି ରୋମିଓକୁ ଗିରଫ କରିଛି । ରୋମିଓ ଜଣକ ହେଲା ଦରଝଙ୍ଗା ଗ୍ରାମର ସମୀର ପରିଡା (୨୧) ।

ପୁଲିସ ତଥ୍ୟ ଅନୁଯାୟୀ, ସମୀର ୬ ମାସ ଧରି ନାବାଳିକାଙ୍କୁ ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନ ଓ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଫସାଇଥିଲା । ନାବାଳିକାଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କୁ ବାହାରକୁ ଡାକି ନେଇ ଦୁଷ୍କର୍ମ କରୁଥିଲା । ହେଲେ ପରିସ୍ଥିତିରେ ପଡି ନାବାଳିକା ଏସବୁ କାହାରି ଆଗରେ ପ୍ରକାଶ କରିପାରୁନଥିଲେ । ଗତ ୨୭ ତାରିଖ ରାତି । ନାବାଳିକାକୁ ଡାକି ନେଇଥିଲା ସମୀର । ଗାଁ ନିକଟ ଏକ ପୋଲ ତଳେ ନାବାଳିକାଙ୍କ ଅନିଚ୍ଛା ସତ୍ତେ୍ୱ ଶାରିରୀକ ସମ୍ବନ୍ଧ ରଖିଥିବା ଅଭିଯୋଗ ହୋଇଛି । ଠିକ୍‌ ସେହି ସମୟରେ କିଛି ଲୋକ ଗହୀରକୁ ଷଣ୍ଢ ବାଡ଼େଇବା ପାଇଁ ଯାଇଥିଲେ । ସେମାନେ ଫେରିବାବେଳେ ପୋଲ ତଳେ ଦୁହିଁଙ୍କୁ ଦେଖି କାବୁ କରିଥିଲେ । ପରେ ନାବାଳିକାଙ୍କ ଗାଁରେ ବୈଠକ କରି ସେହି ରାତିରେ ସମୀରର ଗାଁକୁ ଖବର ଦିଆଗଲା । ସମୀରର ପରିବାର ଲୋକେ ଆସି ବୈଠକରେ ଯୋଗ ଦେଇଥିଲେ । ଉଭୟଙ୍କ ବିବାହ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ ସମୀର ପରିବାର ଲୋକଙ୍କ ସହ ଗାଁକୁ ଫେରିଥିଲା ।

ହେଲେ ସକାଳେ ବିବାହକୁ ଅରାଜି ହେଲା ସମୀର । ଅଳ୍ପଦିନରେ ନାବାଳିକାଙ୍କୁ ୧୮ ବର୍ଷ ହୋଇଯିବ ଓ ଏହାପରେ ବିବାହ ହେବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନାରାଜ ହୋଇଥିଲା ସମୀର । ତେଣୁ ଏନେଇ ୨୮ ତାରିଖରେ ନାବାଳିକା ଥାନାରେ ଏତଲା ଦେଇଥିଲେ । ୮ ମାସ ତଳୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି କଲେଜ ଯିବା ବାଟରେ ହଇରାଣ କରୁଥିବା ନେଇ ଅଭିଯୋଗ କରିବା ସହ ଏବେ ସେ ମାନସିକ ଭାରସାମ୍ୟ ହରାଇଛନ୍ତି । ଏନେଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରି ସମୀରକୁ ଗିରଫ କରିଛି । ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।