PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ପୋଲାଭରମ୍ ପ୍ରକଳ୍ପକୁ ନେଇ ତାତିଲେ ପାପ୍ ସଂଗଠନ, ପ୍ରକଳ୍ପକୁ ବିରୋଧ କରି ଆସନ୍ତା ୮ ତାରିଖରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ୪ ରାଜ୍ୟବାସୀ…

ମାଲକାନଗିରି୨୩/୭: ପୋଲଭରମ ପ୍ରକଳ୍ପ ନିର୍ମାଣକୁ ନେଇ ଗତ କିଛି ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ନେତାମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ଯୋରଦାର ଆନ୍ଦୋଳନ ତେଜିଥିଲା । କିଛି ବର୍ଷର ନିରବତା ପରେ ପୁଣି ପୋଲଭରମ ଝଡ ନେତା ଓ ଜନତାଙ୍କ ମଧ୍ୟରେ ଦେଖାଦେଇଛି । ଆନ୍ଦ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆଜି ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ପିପୁଲ୍ ଏଗନ୍‌ଷ୍ଟ ପୋଲାଭରମ ପ୍ରୋଜେକ୍ଟ ମଞ୍ଚ(ପାପ୍) ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆନ୍ଦ୍ର ସରକାର ଓ କଂଗ୍ରେସ ଦଳ ବିରୋଧରେ ବିଷୋଦଗାର କରିଛନ୍ତି । ପାପ୍ ମଞ୍ଚର ସଭାପତି ପ୍ରଭାକର ହନ୍ତାଳ ଅଧିକ୍ଷତାରେ ଅନୁଷ୍ଠିତ ପ୍ରେସ୍‌ମିଟ୍‌ରେ ଆନ୍ଧ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଇଛି ।

ପୋଲାଭରମ ପ୍ରକଳ୍ପ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବା ବେଳେ ତତକାଳୀନ କଂଗ୍ରେସ ଉପା ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ । ସେତେବେଳେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ମାଲକାନଗିରି ଜିଲ୍ଲାର କିଛି କ୍ଷତି ହେବ ନାହିଁ ବୋଲି । ତାଙ୍କ ପଦବୀ ପଳାଇ ଗଲା ପରେ ପୁଣି ଗତ କିଛି ଦିନ ପରେ ମୋଟୁ ଅଂଚଳ ଗସ୍ତ କରି ସେ ଗଣମାଧ୍ୟମକୁ କହିଥିଲେ ପୋଲାଭରମ ପଛୁଆ ଜଳ ଠେସିବା ଦ୍ବାରା ମୋଟୁ ଅଂଚଳର ଅନେକ କ୍ଷତି ଘଟାଇବା ସହ ୨୦ ଟି ଗ୍ରାମ ଜଳମଗ୍ନ ହୋଇଯିବ । ଏହା ତାଙ୍କର କଗ୍ରେସ ରାଜନୀତି କହି ସିଧାସଳଖ ଭାବେ ଶ୍ରୀ ମାଝୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ଆକ୍ଷେପ କରିଥିଲେ ଶ୍ରୀ ହନ୍ତାଳ । ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହେବା ସହିତ ମୋଟୁ ତହସିଲ୍ ଅଂଚଳ ମାନଚିତ୍ରରୁ ଲିନ ହଇଯିବ । ଏଥିପାଇଁ ଆସନ୍ତା ୮ ତାରିଖ ବିଶ୍ବ ଆଦିବାସୀ ଦିବସ ଅବସରେ ଓଡିଶା, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ରାଜ୍ୟର ବାସିନ୍ଦା ଏକାଠି ହେବେ । ଏହି ୪ ରାଜ୍ୟବାସୀ ସୀମାନ୍ତ ମୋଟୁ ଅଂଚଳରେ ବିରାଟ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କୁ ,ସ୍ମାରକ ପତ୍ର ଦେବା ପାଇଁ ଶ୍ରୀହନ୍ତାଳ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର