PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ଭୋପାଳ- ଶିଖ୍‌ ଯୁବକଙ୍କ ଚୁଟି ଧରି ଘୋଷାଡିବା ଘଟଣାରେ ୨ ପୁଲିସ ଅଧିକାରୀ ନିଲମ୍ବିତ

ଭୋପାଳ- ମଧ୍ୟ ପ୍ରଦେଶର ବାରଓ୍ୱାନିରେ ଜଣେ ଶିଖ୍‌ ଯୁବକଙ୍କ ଚୁଟି ଧରି ଘୋଷଣାଡିବା ଘଟଣାରେ ଦୁଇଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏକ ଭିଡିଓରେ ଜଣେ ପୁଲିସ ଅଧିକାରୀ ଶିଖ୍‌ ଯୁବକଙ୍କର ଚୁଟି ଧରି ଘୋଷାଡୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ୫୦ ସେକେଣ୍ଡରେ ଏହି ଭିଡିଓରେ ପୁଲିସ ଅଧିକାରୀ ଏବଂ ଶିଖ୍‌ଯୁବକଙ୍କ ମଧ୍ୟରେ କୌଣସି ଏକ ଘଟଣାକୁ ନେଇ ଯୁକ୍ତି ତର୍କ ଲାଗିଥିବା ଦେଖିବା ପାଇଁ ମିଳିଥିଲା । ସେ ରାସ୍ତାପାର୍ଶ୍ୱରେ ଏକ ଷ୍ଟଲ୍‌ ତିଆରି କରୁଥିବା ନେଇ ପୁଲିସ କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରପେ ଯୁକ୍ତି ତର୍କ ଚାଲିଥିଲା । ଏବି ସମୟରେ ପ୍ରେମ ସଂହଙ୍କୁ ପୁଲିସ ଅଧିକାରୀ ଜଣଙ୍କ ଚୁଟି ଧରି ଘୋଷାଡି ଥିଲେ । ପରେ ତାଙ୍କୁ ରକ୍ଷା କରିବା ପାଇଁ ଆସୁଥିବା ଆଉ ଜଣଙ୍କୁ ମଧ୍ୟ ପୁଲିସ ଅଧିକାରୀ ଧକ୍କା ମାରିଥିଲେ। ସେ ଭିଡର ଲୋକଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ ।

ଷ୍ଟଲ୍‌ ପାଇଁ ପୁଲିସ ଲାଞ୍ଚ ମାଗିବା ସହ ସେମାନଙ୍କୁ ପୁଲିସ ମାରଧର କରୁଥିବା ଯୁବକ ଜଣଙ୍କ ଅଭିଯୋଗ କରିଥିଲେ । ମଧ୍ୟପ୍ରଦେଶ କଂଗ୍ରସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଏହି ଭିଡିଓକୁ ଟ୍ୱିଟ୍‌ କରିଛନ୍ତି । ସେ ଏହି ଘଟଣାରେ ତଦନ୍ତ ଦାବି କରିଥିଲେ । ଏହି ଘଟଣା ପାଇଁ ଦୁଇ ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବରଓ୍ୱାନିର ଏସ୍‌ପି ସୂଚନା ଦେଇଛନ୍ତି । ଏହା ସହ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ମଧ୍ୟ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ।

ବରଓ୍ୱାନୀର ଏସ୍‌ପି ନିମିଷ ଅଗ୍ରଓ୍ୱାଲ ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି । ହେଲେ ଏହି ଯୁବକ ଜଣଙ୍କ ତିନୋଟି ଚୋରି ମାମଲାରେ ସମ୍ପୃକ୍ତ ଥିବା କଥା ସେ ପ୍ରକାଶ କରିଛନ୍ତି । ଏହି ଯୁବକ ଜଣଙ୍କ ଗୋଟିଏ ମଟର ସାଇକେଲ୍‌ରେ ଯାଉଥିଲା , ତାହାର ଡ୍ରାଇଭିଂ ଲାଇସେନ୍ସ ନଥିଲା । ପୁଲିସ ଅଟକାଇବାରୁ ଯୁକ୍ତି ତର୍କ କରୁଥିଲା ବୋଲି ଏସ୍‌ପି କହିଛନ୍ତି । ନିଶାଗ୍ରସ୍ତ ଅବସ୍ଥାରେ ସେ ପୁଲିସ ସହ ଯୁକ୍ତି ତର୍କ କରୁଥିଲା ବୋଲି ଏସ୍‌ପି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର