PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏଥର ଚାନ୍ଦା ମାଗିଲେ ବନ୍ଧା ହେବେ

ଭୁବନେଶ୍ୱର ୨୫/୮: ପୂଜା କମିଟି ସଦସ୍ୟ ଜୋର ଜବରଦସ୍ତି ଚାନ୍ଦା ମାଗିଲେ ବନ୍ଧା ହେବେ । ଏନେଇ ଖୁବ୍‌ଶୀଘ୍ର ସମସ୍ତ ପୂଜା ମଣ୍ଡପ କମିଟିକୁ ଜଣାଇ ଦିଆଯିବ । ଯଦି କାହା ନାଁରେ ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲା ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

ଆରମ୍ଭ ହେଲାଣି ପାର୍ବଣ ୠତୁ । ଗଣେଶ ପୂଜା ପାଇଁ ଏବେ ମଣ୍ଡପର କର୍ମକର୍ତ୍ତାମାନେ ଜୋର ଜବରଦସ୍ତି ଚାନ୍ଦା ଆଦାୟରେ ଲାଗି ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୦ଟି ଗଣେଶ ପୂଜା କମିଟି କମିଶନରେଟ୍‌ ପୁଲିସ୍‌ର ଲାଇସେନ୍ସ ସେଲ୍‌ରେ ଆବେଦନ କରି ସାରିଲେଣି । ଆଉ କିଛି ଆବେଦନ କରିବେ । ତେବେ ଏସବୁ ପୂଜା କମିଟିର କର୍ମକର୍ତ୍ତାମାନେ ଉଠା ଦେକାନି ଠାରୁ ୫ ଶହରୁ ୧ ହଜାର ଓ ସ୍ଥାୟୀ ଦୋକାନୀଙ୍କ ଠାରୁ ୨ରୁ ୫ ହଜାର ଟଙ୍କା ଚାନ୍ଦା ଫିକ୍ସି କରିଥିବା ଅଭିଯୋଗ ହେଉଛି । କେହି ଯଦି ଦେବାକୁ ମନା କରୁଛି ତାଙ୍କୁ ଧମକ ମିଳୁଛି । ଘର ଘର ବୁଲି ଏବଂ ବାଟରେ ଗାଡ଼ି ଅଟକାଇ ମଧ୍ୟ ଚାନ୍ଦା ଆଦାୟ କରୁଛନ୍ତି ।

ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ୍‌ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାଛଡା ପୂଜା ସମୟରେ ସହର ଭିତରେ ଭାରି ଯାନ ପ୍ରବେଶ ଓ ୬୫ ଡେସିବଲ୍‌ରୁ ଅଧିକ ଜୋର୍‌ରେ ଡିଜି ବଜାଇବା ନିଷିଦ୍ଧ କରାଯାଇଛି । ଭାରି ଯାନ ଯାତାୟାତ ପାଇଁ ରୁଟ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି ।

ଶ୍ରୀ ସାହୁ କହିଛନ୍ତି, ଯଦି କେହି ଜୋର ଜବରଦସ୍ତି ଚାନ୍ଦା ଆଦାୟ କରୁଛନ୍ତି ତେବେ ତୁରନ୍ତ ଥାନାରେ ଜଣାନ୍ତୁ । ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେପଟେ ଗଣେଶ ପୂଜା ସୁରକ୍ଷାକୁ କମିଶନରେଟ୍‌ ପୁଲିସ୍‌ ଅଧିକ ଗୁରୁତ୍ୱ ଦେଇଛି । ୧୫ ପ୍ଲାଟୁନ ଫୋର୍ସର ବ୍ୟବସ୍ଥା ହୋଇଛି । ଜଟଣୀ ପାଇଁ ୧୨ ପ୍ଲାଟୁନ୍‌ ଓ ଭୁବନେଶ୍ୱର ପାଇଁ ୩ ପ୍ଲାଟୁନ ପୁଲିସ୍‌ ଫୋର୍ସ ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର