ଅଭିନେତ୍ରୀ ଆଞ୍ଚଲ ଯାଦବଙ୍କ ହତ୍ୟା ମାମଲାର ପର୍ଦାଫାଶ, ଭାଇ ଓ ମା’ ମିଶିକି ମାରିଥିଲେ

ରାୟପୁର,୧।୪: ଛତିଶଗଡର ଅଭିନେତ୍ରୀ ଆଞ୍ଚଲ ଯାଦବଙ୍କ ବହୁ ଚର୍ଚ୍ଚିତ ମର୍ଡର ମିଷ୍ଟ୍ରିର ଆଜି ପର୍ଦାଫାଶ ହୋଇଛି। ପୋଲିସ ଏହି ମାମଲାର ଖୁଲାସା କରିବା ସହ କହିଛି, ଆଞ୍ଚଲଙ୍କ ହତ୍ୟା ତାଙ୍କର ସାନ ଭାଇ ସିଦ୍ଧାର୍ଥ ଏବଂ ତାଙ୍କ ମା’ ମମତା କରିଛନ୍ତି। ପୋଲିସର କହିବା ଅନୁସାରେ ଆଞ୍ଚଲଙ୍କ କାରରୁ ମିଳିଥିବା ଫିଙ୍ଗର ପ୍ରିଣ୍ଟରୁ ହତ୍ୟାକାରୀକୁ ଧରାଯାଇଥିଲା। ୩ଘଣ୍ଟା ଧରି ପୋଲିସର ପଚରା ଉଚରା ପରେ ସିଦ୍ଧାର୍ଥ ନିଜେ ମାନିନେଇଛନ୍ତି ସେ ତାଙ୍କ ଭଉଣୀର ହତ୍ୟା କରିଥିଲେ ଏବଂ ତାଙ୍କ ସହ ମିଶି ମା’ ପ୍ରମାଣ ନଷ୍ଟ କରିଥିଲେ। ୨୫ ତାରିଖରେ ହତ୍ୟା କରି ଦୁହେଁ ୨୬ ତାରିଖ ସକାଳେ ମୃତଦେହକୁ ଏକ ନାଳରେ ଫୋପାଡିକି ଆସିଥିଲେ।

source: https://www.bhaskar.com

ସିଦ୍ଧାର୍ଥ ଓ ତାଙ୍କ ମା’ କହିଥିଲେ ହତ୍ୟା ଦିନ ଅର୍ଥାତ ଗତ ୨୫ରେ ଆଞ୍ଚଲଙ୍କ ମୋବାଇଲକୁ ଏକ ଫୋନ କଲ୍ ଆସିଥିଲା। ସେତେବେଳେ ସେ ଘରୁ ରାଗିକି ବାହାରି ଯାଇଥିଲେ। ଏହାପରେ ତାଙ୍କର ମୃତ ଦେହ ପୋଲିସକୁ ମିଳିଥିଲା ତେବେ ତଦନ୍ତ ବେଳେ ପରିବାର ଲୋକ ସ୍ବୀକାର କରିଛନ୍ତି ସେମାନେ ତାଙ୍କୁ ହତ୍ୟା କରିଛନ୍ତି। ଦୁଗର୍ର୍ ରେଞ୍ଜର ଆଇଜି ହିମାଂଶୁ ଗୁପ୍ତା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଘଟଣା ଦିନ ଧମତରିରେ ଘରେ ଆଞ୍ଚଲ ଓ ତାଙ୍କର ସାନ ଭାଇ ସିଦ୍ଧାର୍ଥଙ୍କ ଭିତରେ ଝଗଡା ହୋଇଥିଲା। ସିଦ୍ଧାର୍ଥଙ୍କୁ ଆଞ୍ଚଲଙ୍କ ପୋଷକକୁ ପିନ୍ଧିବା ଶୈଳିକୁ ନେଇ ଆପତ୍ତି ଥିଲା। ଯାହାଫଳରେ ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡରୁ ହାତିହାତି ହୋଇଥିଲେ ଉଭୟ। ଯାହାଫଳରେ ସିଦ୍ଧାର୍ଥ ତାଙ୍କ ଭଉଣୀ ଆଞ୍ଚଲଙ୍କ ପେଟକୁ ଛୁରି ଭୂଷି ହତ୍ୟା କରିଦେଇଥିଲେ।ଏଥିରେ ତାଙ୍କୁ ତାଙ୍କ ମା’ ମମତା ଯାଦବ ସାହାର୍ଯ୍ୟ କରିଥିଲେ।

source: https://www.patrika.com/

ଗତ ୧ ସପ୍ତାହ ହେବ ସିଦ୍ଧାର୍ଥ ଏବଂ ତାଙ୍କ ମା’ ହତ୍ୟା ଯୋଜନା କରିଥିଲେ। ସେମାନଙ୍କ ଯୋଜନା ଥିଲା ଯେଉଁ ଦିନ ଆଞ୍ଚଲ ଧମତରି  ଆସିବେ ତାଙ୍କୁ ହତ୍ୟା କରିବେ। ସିଦ୍ଧାର୍ଥଙ୍କ କହିବା ଅନୁସାରେ ଆଞ୍ଚଲ ପ୍ରତିଦିନ ୨୦ରୁ ୩୦ ହଜାର ଟଙ୍କା ନିଜ ପାଇଁ ଖର୍ଚ୍ଚ କରୁଥିଲେ। ଫେସବୁକରେ ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ପୋଷ୍ଟ କରୁଥିଲେ। ସେଥିପାଇଁ ବନ୍ଧୁବାନ୍ଧବ ଖୁବ ପରିହାସ କରୁଥିଲେ। ତା ଛଡା ଆଞ୍ଚଲଙ୍କ ନାଁରେ ତାଙ୍କ ବାପା ଏମଏଲ ଯାଦବ ନିଜର ସମସ୍ତ ସମ୍ପତ୍ତି କରିଦେଇଥିଲେ। ତେଣୁ ଭାଇ ଏହି ସମ୍ପତ୍ତି ପାଇବାକୁ ଭଉଣୀକୁ ହତ୍ରା କରିଥିଲା। ହତ୍ୟା କରିବାରେ ପରେ ସିଦ୍ଧାର୍ଥ ଏବଂ ତାଙ୍କ ମା’ ଏକ ପଲିଥିନରେ ଲାସ୍ ପ୍ୟାକ୍ କରି ଗୁରୁର ଥାନା ଅନ୍ତର୍ଗତ ମୁଡଗହନ ପାଖରେ ଥିବା ନାଳରେ ପକାଇ ଦେଇ ଆସିଥିଲେ।

   ସମ୍ବନ୍ଧିତ ଖବର


ସ୍ବାମୀଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି, ହାତ ଗୋଡ ବାନ୍ଧି ନଦୀରେ ଫୋପାଡିଲେ ସ୍ତ୍ରୀ

କନଷ୍ଟେବଳଙ୍କୁ ମହଙ୍ଗା ପଡିଲା ପରକୀୟା ପ୍ରୀତି: ଅବିବାହିତ କହି ଯୁବତୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ, ଫେରାର କର୍ମଚାରୀକୁ ବାନ୍ଧିଲା ପୁଲିସ୍

ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ: ହତ୍ୟା କରାଯାଇଥିବା ପ୍ରମାଣିତ ହୋଇପାରୁନି, ମାନସିକ ଚାପରୁ ଆତ୍ମହତ୍ୟା

୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ