PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

‘ଦୃଶ୍ୟମ୍‌’ ଷ୍ଟାଇଲ୍‌ରେ ମହିଳାଙ୍କୁ ହତ୍ୟା କରି ମୃତଦେହକୁ ପୋତିଥିଲେ ଡାକ୍ତର, ଧରା ପକାଇଦେଲା ମୋବାଇଲ୍ ଲୋକେସନ୍‌

ମଧ୍ୟପ୍ରଦେଶ ୨୨।୨ : ରିଲ୍‌ରେ ନୁହେଁ ରିଏଲ୍‌ରେ। ଅର୍ଥାତ୍ ଅନେକ ଥର ଏହା ଦେଖିବାକୁ ମିଳିଛି ଯେ, ଫିଲ୍ମରେ ଦେଖାଯାଇଥିବା ଅପରାଧ କରିବାର ପ୍ରକ୍ରିୟା ବାସ୍ତବରେ ଅପରାଧୀଙ୍କୁ ସାହାଯ୍ୟ କରିଥାଏ । ଲୋକମାନେ ଅତି ସହଜରେ ସେସବୁକୁ ଶିଖି ନିଅନ୍ତି, ଆଉ ତାପରେ ସମାନ ଢ଼ଙ୍ଗରେ ଅପରାଧ କରିଥାନ୍ତି। ମଧ୍ୟପ୍ରଦେଶର ସତନାରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି।

ଜଣେ ଡାକ୍ତର ଜଣେ ମହିଳାଙ୍କୁ ହତ୍ୟା କରି ଏକ ଖାଲି ପ୍ଲଟରେ ପୋତି ଦେଇଥିଲେ। ଠିକ୍ ସେହିଭଳି ଯେମିତି ମାଲାୟାଲମ୍ ଚଳଚ୍ଚିତ୍ର ଦୃଶ୍ୟମ୍‌ରେ ଦେଖାଯାଇଥିଲା। ତେବେ ମଧ୍ୟପ୍ରଦେଶ ପୋଲିସ ଡାକ୍ତରଙ୍କୁ ତାଙ୍କ ଲୋକେସନ୍‌ ଟ୍ରାକ୍‌ କରି ଗିରଫ କରିଛି। ଯେତେବେଳେ ଡାକ୍ତରଙ୍କୁ ପୋଲିସ ପଚାରିଲେ କି, ସେ ଦୀର୍ଘ ଦିନ ଧରି ଖାଲି ପ୍ଲଟରେ କଣ କରୁଥିଲେ, ସେତେବେଳେ ଡାକ୍ତର ପୋଲିସ ଆଗରେ ଆଣ୍ଠୁମାଡି ତାଙ୍କ ଅପରାଧକୁ ସ୍ବିକାର କରିଥିଲେ। ସତନା ଜିଲ୍ଲାର ଏସପି ଧରମୀର ସିଂ ଯାଦବ କହିଛନ୍ତି ଯେ ଡକ୍ଟର ଆଶୁତୋଷ ତ୍ରିପାଠୀ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ପୋଲିସ ସୂଚନାନୁସାରେ, ଆଇପିସିର ଧାରା ୩୦୨ ଅନୁଯାୟୀ ଡକ୍ଟର ଆଶୁତୋଷ ତ୍ରିପାଠୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମହିଳାଙ୍କୁ ହତ୍ୟା କରିବା ସହ ପୋଲିସକୁ ଚଖମା ଦେବା ପାଇଁ କୁକୁର ସହିତ ତାଙ୍କ ମୃତଦେହକୁ ପୋତି ଦେଇଥିବାରୁ ଡାକ୍ତରଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ପୂରା ଘଟଣାକ୍ରମ….

ମହିଳା ବିଭା କେଭତଙ୍କ ବୟସ ୨୪ ବର୍ଷ। ସେ ସତନାର ବାସିନ୍ଦା ଥିଲେ । ବିଭା କେଭତ ଡକ୍ଟର ଆଶୁତୋଷ ତ୍ରିପାଠୀଙ୍କ ସହ କାମ କରୁଥିଲେ। ଶନିବାର ଦିନ ପୋଲିସ ଖାଲି ପ୍ଲଟରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ଏସପି କହିଛନ୍ତି ଯେ ମହିଳା ଜଣକ କେବଳ ଡାକ୍ତରଙ୍କ କ୍ଲିନିକରେ କାମ କରୁଥିଲେ। ୧୪ ଡିସେମ୍ବର ୨୦୨୦ ରେ ସେ କ୍ଲିନିକରୁ ନିଜ ଘରକୁ ଫେରି ନଥିଲେ। ଯେତେବେଳେ ବିଭାଙ୍କ ପିତା-ମାତା ଡାକ୍ତରଙ୍କୁ ପଚାରିଲେ, ସେ କହିଥିଲେ ବିଭା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ରାଗିଥିଲେ, ତେଣୁ ସେ ଏକାକୀ ରହୁଥିଲେ। ଏହା ପରେ ବିଭାଙ୍କ ପିତା-ମାତା ତାଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଜବାବ୍ ମିଳିନଥିଲା।

ମୋବାଇଲ୍‌ ଲୋକେସନ୍‌ କଲା ପର୍ଦ୍ଦାଫାଶ …

ଏହା ପରେ ଫେବୃଆରୀ ୧ ତାରିଖରେ ସେ ତାଙ୍କ ଝିଅର ନିଖୋଜ ଥିବା ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ​​। କିନ୍ତୁ ପ୍ରଥମେ ଡାକ୍ତର କିଛି କହିବାକୁ ମନା କରିଦେଇଥିଲେ। ପୋଲିସର ଯାଞ୍ଚରେ ଜଣାପଡ଼ିଲା ବିଭା ଏବଂ ଡକ୍ତରଙ୍କ ମୋବାଇଲ ଲୋକେସନ୍‌ ଡିସେମ୍ବର ୧୪ରେ ସମାନ ସ୍ଥାନରେ ଲମ୍ବା ସମୟ ପର୍ଯ୍ୟନ୍ତ ଥିଲା।

ଏହା ପରେ ପୋଲିସ ଆଶୁତୋଷ ତ୍ରିପାଠୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଥିଲା। ପରେ ଡାକ୍ତର ତାଙ୍କ ଅପରାଧ ସ୍ୱୀକାର କରିଥିଲେ। ଆଶୁତୋଷ ତ୍ରିପାଠୀ କହିଥିଲେ ଯେ, ‘ଆମେ ଦୁହେଁ ରିଲେସନ୍‌ସିପ୍‌ରେ ଥିଲୁ, ବିଭା ବିବାହ ପାଇଁ ସବୁବେଳେ ଚାପ ପକାଉଥିଲେ ଏବଂ ମୁଁ ବିବାହ କରିବାକୁ ଚାହୁଁ ନଥିଲି । ୧୪ ଡିସେମ୍ବରରେ ଏହାକୁ ନେଇ ଜୋରରେ ଝଗଡା ହୋଇଥିଲା । ଏଥିରେ ରାଗି ଯାଇ ମୁଁ ତାଙ୍କୁ ହତ୍ୟା କରିଥିଲି। ଏହାପରେ କିଛି ଶ୍ରମିକମାନଙ୍କୁ ମୃତ କୁକୁରର ଶବକୁ ପୋତିବା ପାଇଁ ଏକ ଗାତ ତିଆରି କରିବାକୁ କହିଲି। ଏହା ପରେ ମୁଁ ପ୍ରଥମେ ମହିଳାଙ୍କୁ ଏବଂ ପରେ ଏକ ମୃତ କୁକୁରକୁ ପୋତି ଦେଇଥିଲି।