PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବଜ୍ରକାପ୍ତା ଚୋରାଚାଲାଣର ଖୋଲୁଛି ଗୁମର: ଶ୍ୱଶୁର-ଜ୍ୱାଇଁ ସମେତ ୪ ମୁଖ୍ୟ ଡିଲର୍‌, ମୋବାଇଲ୍‌ ଡାଟାରୁ ମିଳିଲା ଗୁପ୍ତ ତଥ୍ୟ

କଟକ ୧୫/୧୨: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ରହିଛନ୍ତି ୪ ମୁଖ୍ୟ ଡିଲର୍‌। ଏମାନଙ୍କ ଘର ଆଠଗଡ, ନରସିଂହପୁର, କଣ୍ଟିଲୋ ଅଞ୍ଚଳରେ । ଏହି ଡିଲର୍‌ଙ୍କ ମଧ୍ୟରେ ମୁଖ୍ୟ କାର୍ପଟ୍‌ଦାର୍‌ ହେଉଛନ୍ତି ଶ୍ୱଶୁର-ଜ୍ୱାଇଁ ଯୋଡ଼ି । ଆଜି ରିମାଣ୍ଡ୍‌ରେ ଆସିବା ପରେ ଚୋରାଚାଲାଣ ଗ୍ୟାଙ୍ଗ୍‌ର ୧୦ ଅଭିଯୁକ୍ତ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ବନ ବିଭାଗକୁ ଦେଇଛନ୍ତି। ଆଉ ଏହି ତଥ୍ୟ ପାଇବା ପରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ୪ ମୁଖ୍ୟ ଡିଲର୍‌ଙ୍କୁ ଖୋଜିବାରେ ଲାଗି ପଡିଛି । ଏମାନେ ଧରାପଡିଲେ ସମ୍ପୂର୍ଣ୍ଣ ର‌୍ୟାକେଟ୍‌ର ପର୍ଦ୍ଦାଫାସ୍‌ ହେବ ।
  

ସେହିପରି ରିମାଣ୍ଡ ବେଳେ କରାଯାଇଥିବା ପଚରାଉଚରାରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବଜ୍ରକାପ୍ତାର ଚୋରା ଚାଲାଣ ତା’ର ଓଜନ ଉପରେ ନିର୍ଭର କରୁଛି । ପ୍ରାୟ ୧ କେଜି ଓଜନର ବଜ୍ରକାପ୍ତାକୁ ୧ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ଏମିତିକି ପ୍ରାୟ ୧୨ ଦିନ ତଳେ ଏକ ୧୮ କେଜିର ବଜ୍ରକାପ୍ତାକୁ ୧୮ଲକ୍ଷ ଟଙ୍କାରେ ଡିଲ୍‌ କରାଯାଇଛି । ସେହିପରି ଅଭିଯୁକ୍ତମାନଙ୍କ ମୋବାଇଲ୍‌ ଡାଟାରୁ ଅନେକ ଗୁପ୍ତ ତଥ୍ୟ ହାତେଇଛି ବନବିଭାଗ । ଅଭିଯୁକ୍ତମାନେ ରିମାଣ୍ଡରେ ଆସିବା ପରେ ସେମାନଙ୍କୁ ମୋବାଇଲ୍‌ ଭିଡ଼ିଓ, ଫଟୋ ଦେଖାଇ ଜେରା କରାଯାଇଥିଲା । ଅଭିଯୁକ୍ତମାନେ ସେଥିରେ ଡିଲର୍‌ମାନଙ୍କୁ ଚିହ୍ନାଇଥିବା ଜଣାପଡିଛି ।

ତେବେ ଆଜିର ରିମାଣ୍ଡ ବହୁ ରହସ୍ୟରୁ ପର୍ଦ୍ଦା ଉଠାଇଥିବା ବେଳେ ଖୁବ୍‌ଶୀଘ୍ର ବଜ୍ରକାପ୍ତା ଚୋରାଚାଲାଣ ଘଟଣାର ମୁଖ୍ୟ ଡିଲର୍‌ ଏବଂ ମାଷ୍ଟର୍‌ ମାଇଣ୍ଡ ଧରାପଡିବାର ଆଶା ଦିଶିଛି ।  ବଜ୍ରକାପ୍ତା ଶିକାର ଓ ଚୋରା ଚାଲାଣ ଘଟଣାରେ ଆଠଗଡ ବନଖଣ୍ଡ ଅଧିକାରୀ ୧୦ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ପୂର୍ବରୁ ଆବେଦନ କରିଥିଲେ। ଗତକାଲି କୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ ।

ଆଜି ଅଭିଯୁକ୍ତମାନଙ୍କୁ ସକାଳୁ ରିମାଣ୍ଡରେ ଅଣାଯାଇଥିଲା । ପ୍ରଥମେ ଆଠଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରେ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଅଡ଼ାଳସ୍ଥିତ ବନ ବିଭାଗର ନର୍ସରୀକୁ ସମସ୍ତଙ୍କୁ ନିଆଯାଇଥିଲା। ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କ ସମେତ ୱାଇଲ୍‌ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ ଟିମ୍‌ର ସଦସ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ଯାହା ସୂଚନା ମିଳିଛି, ଏ ସବୁ କାରବାର ଫୋନ୍‌ରେ ଚାଲୁଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଅଭିଯୁକ୍ତ ଓ ଡିଲର୍‌ମାନଙ୍କର ସାମ୍ନାସାମ୍ନି ପ୍ରାୟ ହୋଇନାହିଁ । ବଜ୍ରକାପ୍ତା ଭିଡ଼ିଓ, ଫଟୋକୁ ଦେଖାଇ ସବୁ ଡିଲ୍‌ କରାଯାଉଥିଲା ।

ତେବେ ଏନେଇ କିଛି କୋଡ୍‌ ୱାର୍ଡ ବ୍ୟବହାର କରୁଥିଲେ ଅଭିଯୁକ୍ତ। ଅନ୍ତର୍ଜାତୀୟ ଚାଲାଣ ସମ୍ପର୍କରେ ଅଭିଯୁକ୍ତମାନେ ବିଶେଷ କିଛି ଜାଣିନଥିବା ପ୍ରକାଶ କରିଛନ୍ତି । ଏମାନେ କେବଳ ମଧ୍ୟସ୍ଥି ସାଜି କାରବାର କରୁଥିଲେ । ମୁଖ୍ୟ ଡିଲର୍‌ମାନେ ଏମାନଙ୍କୁ କାମରେ ଲଗାଉଥିଲେ । ଯେମିତିକି ପାର୍ଟିକୁ ମାଲ୍‌ ଦେଖାଇବା, ବଜ୍ରକାପ୍ତା ଥିବା ଅଖା ବସ୍ତାକୁ ସ୍ଥାନାନ୍ତର କରିବା ଆଦି କାମ ଏମାନେ କରୁଥିଲେ । ଡିଲର୍‌ଙ୍କ ମଧ୍ୟରେ ଶ୍ୱଶୁର-ଜ୍ୱାଇଁ ଅଛନ୍ତି ମୁଖ୍ୟ । ଏମାନଙ୍କୁ ଧରିବା ପରେ ସମ୍ପୂର୍ଣ୍ଣ ର‌୍ୟାକେଟ୍‌ର ପର୍ଦ୍ଦାଫାସ୍‌ ହେବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଯାହା ସୂଚନା ମିଳିଛି, ୪ ମୁଖ୍ୟ ଡିଲର୍‌ଙ୍କ ମଧ୍ୟରୁ ଦୁଇଜଣ ଆଗୁଆ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି। ଗତ କିଛି ଦିନ ଧରି ଆଠଗଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବଜ୍ରକାପ୍ତା ଚାଲାଣ ନେଇ ତଦନ୍ତ କରୁଥିବା ବନବିଭାଗ ଏବେ ସୁଦ୍ଧା ୧୨ଜଣଙ୍କୁ ଗିରଫ କରିସାରିଛି ।

ସମ୍ବନ୍ଧିତ ଖବର