ପୁଣି ରାଜଧାନୀରୁ ଧରାପଡିଲେ ଦୁଇ ବଡ଼ ବ୍ରାଉନସୁଗର ବେପାରି: ୩ ଲକ୍ଷର ବ୍ରାଉନସୁଗର ଜବତ

ଭୁବନେଶ୍ୱର ୩୧/୮ : କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍ସନ୍‌ ଟିମ୍‌(କ୍ୟୁଏଟି) ଓ ନୂଆପଲ୍ଲୀ ଥାନା ପୁଲିସ ଡେଲଟା ଛକରେ ଥିବା ଜଳେଶ୍ୱର ମନ୍ଦିର ପଛପଟରେ ଚଢ଼ଉ କରି ଦୁଇ ଜଣ ବଡ଼ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛନ୍ତି । ଗିରଫ ଦୁଇ ବେପାରୀ ହେଲେ ବାଲେଶ୍ୱରର ସୁରେନ୍ଦ୍ର ସିଂହ ଓ ଖୋର୍ଦ୍ଧାର ସନ୍ତୋଷ ରାଉତରାୟ ।

ପୁଲିସ ସୂଚନା ଅନୁଯାୟୀ, ସୁରେନ୍ଦ୍ର ଓ ସନ୍ତୋଷ ରାଜଧାନୀରେ ଛୋଟ ବେପାରୀଙ୍କୁ ବ୍ରାଉନ୍‌ସୁଗର ବିକିବା ପାଇଁ ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ମନ୍ଦିର ପଛପଟରେ ଛିଡ଼ା ହୋଇଥିଲେ । ବିଶ୍ୱସ୍ତ ସୂତ୍ରରୁ ଏହି ଖବର କ୍ୟୁଏଟି ପାଇଥିଲା । ତେଣୁ କ୍ୟୁଏଟି ନୂଆପଲ୍ଲୀ ଥାନା ପୁଲିସ ସହ ସେଠାରେ ଚଢ଼ଉ କରିଥିଲା । ସେଠାରେ ଛିଡ଼ା ହୋଇଥିବା ସୁରେନ୍ଦ୍ର ଓ ସନ୍ତୋଷଙ୍କୁ ପୁଲିସ ଧରି ସେମାନଙ୍କ ପକେଟ ଯାଞ୍ଚ କରିଥିଲା । ଉଭୟଙ୍କ ପକେଟରୁ ସମୁଦାୟ ୩୪ ଗ୍ରାମ ବ୍ରାଉନ୍‌ସୁଗର, ୩,୫୩୦ ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ କରିଥିଲା ।

ଉଭୟଙ୍କୁ ପୁଲିସ ଜେରାବେଳେ ସେମାନେ ଜଳେଶ୍ୱରରୁ ଆଣି ରାଜଧାନୀରେ ଛୋଟ ବେପାରୀମାନଙ୍କୁ ବ୍ରାଉନ୍‌ସୁଗର ଯୋଗାଇଥାନ୍ତି ବୋଲି କହିଥିଲେ । ବାଇକ୍‌ରେ ସେମାନେ ବ୍ରାଉନ୍‌ସୁଗର ଆଣି ଦୀର୍ଘଦିନ ଧରି ବିଭିନ୍ନ ବସ୍ତିରେ ଛୋଟ ବେପାରୀଙ୍କୁ ଯୋଗାଇ ଥାଆନ୍ତି । ଆଜି ପୁଲିସ ସୁରେନ୍ଦ୍ର ଓ ସନ୍ତୋଷଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା