PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବଡିଗାର୍ଡକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ ୩୧।୫: ବଲିଉଡ୍‌ର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତଙ୍କ ବ୍ୟକ୍ତିଗତ ବଡିଗାର୍ଡ କୁମାର ହେଗଡେଙ୍କୁ ଗିରଫ କରିଛି ପୋଲିସ। କର୍ଣ୍ଣାଟକ ସ୍ଥିତ ତାଙ୍କ ଗାଁ ମାଣ୍ଡ୍ୟାର ଡେଗାଡାହଲ୍ଲୀରୁ ଗିରଫ କରିଛି ପୋଲିସ। ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଏବଂ ଚାଟିଂ ଅଭିଯୋଗରେ ହେଗଡେକୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଡିଏନ ନଗର ଥାନା​‌ରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା।

ସେପଟେ ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ ମୁମ୍ବାଇ ପୋଲିସର ଏକ ଟିମ୍‌ ଶନିବାର କୁମାର ହେଗଡେକୁ ଗିରଫ କରିଛି। ଜଣେ ୩୦ ବର୍ଷୀୟା ବ୍ୟୁଟିସିଆନ୍‌ ତାଙ୍କ ବିରୋଧରେ ଏତଲା ଦେଇଥିଲେ ବୋଲି କୁହାଯାଉଛି। ସେ ଅଭିଯୋଗ କରିଥିଲେ,​‌ ହେଗଡେ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମାମଲା ଅନୁସାରେ, ଗତବର୍ଷ ଜୁନରେ ଅଭିଯୁକ୍ତ ହେଗଡେ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୁକ୍ତ ଲିଭ୍‌ ଇନ୍‌ରେ ରହିବାକୁ ବି କହିଥିଲେ । ଏଥିପାଇଁ ପୀଡ଼ିତା ମଧ୍ୟ ରାଜି ହୋଇଥିଲେ । ରିପୋର୍ଟ ଅନୁସାରେ ଦୁହେଁ ଦୁହିଁଙ୍କୁ ୮ବର୍ଷ ହେଲା ଜାଣିଛନ୍ତି। ପୀଡ଼ିତା ଶାରୀରିକ ସମ୍ପର୍କ ରଖିବାକୁ ମନାକରି ଥିଲେ ସୁଦ୍ଧା ହେଗଡେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ଗତ ବର୍ଷ ଜୁନ୍ ମାସରେ କୁମାରଙ୍କୁ ତାଙ୍କ ସାମ୍ନାରେ ବିବାହ କରିବାକୁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ ମହିଳା ଗ୍ରହଣ କରିଥିଲେ ଏବଂ ଦୁହେଁ ଗୋଟିଏ ଫ୍ଲାଟରେ ଏକାଠି ରହିବା ଆରମ୍ଭ କରିଥିଲେ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ପରେ କୁମାର ବିବାହ କରିବାକୁ ସ୍ବିକାର କରୁନଥିଲେ। ଏହା ସହ ଅଭିଯୁକ୍ତ ମାଙ୍କ ଦେହ ଖରାପ ଅଛି, ଗାଁକୁ ଯିବାକୁ ପଡ଼ିବ କହି ପୀଡ଼ିତାଙ୍କ ପାଖରୁ ୫୦ ହଜାର ଟଙ୍କା ଧାର ନେଇ କର୍ଣ୍ଣାଟକ ଚାଲିଯାଇଥିବା ମଧ୍ୟ ଏଫଆଇଆରରେ ଉଲ୍ଲେଖ ରହିଛି।

ଅଭିଯୋଗ ଅନୁଯାୟୀ, ସେଠାକୁ ଯିବା ପରେ ଅଭିଯୁକ୍ତ ମହିଳାଙ୍କ ଫୋନ ଉଠାଇବା ବନ୍ଦ କରି ଦେଇଥିଲେ। କିଛି ଦିନ ପୂର୍ବରୁ ମହିଳା ଅଭିଯୁକ୍ତକୁ ଫଟୋ କରି କହିଥିଲେ ମୁଁ କୁମାରଙ୍କ ମାଆ କହୁଛି। ସେ କହିଥିଲେ ଯେ,  କୁମାରଙ୍କ ପରିବାର ଅନ୍ୟ ଝିଅ ସହିତ ବିବାହ କରିବାକୁ  ନିଷ୍ପତ୍ତି ନେଇଛନ୍ତି। ଏହା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦୁଷ୍କର୍ମ ଓ ପ୍ରତାରଣା ଅଭିଯୋଗରେ ପୋଲିସ ଆଇପିସିର ଧାରା ୩୭୬, ୩୭୭ ଏବଂ ୪୨୦ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।