ଭିଜିଲାନ୍ସ ଜାଲରେ ବାଲେଶ୍ୱର ଟାଉନ ଥାନା ଏଏସ୍ଆଇ

ବାଲେଶ୍ୱର,୧୬ା୪(ସ୍ୱପ୍ର): ଲାଞ୍ଚ ନେବାବେଳେ ବାଲେଶ୍ୱର ଟାଉନ ଥାନା ଏଏସ୍ଆଇ ନରହରି ମହାଳିକ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏକ ଜମିବାଡ଼ି ମାମଲାରେ ଜାମିନ କରାଇ ଦେବା ଲାଗି ଶ୍ରୀ ମହାଳିକ ବାଲେଶ୍ୱର ସହରସ୍ଥ ସୁନହଟ ନିକଟ ଫିରୋଜୁଦ୍ଦିନ୍ ଲେନ୍ର ଶେଖ ସକିଲ ଅହମ୍ମଦଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦାବି ମୁତାବକ ଟଙ୍କା ମିଳିବା ପରେ ପୁଣି ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ସକିଲ୍ ସୋମବାର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ । ପୂର୍ବ ସର୍ତ୍ତ ମୁତାବକ ପୂର୍ବାହ୍ନରେ କ୍ରିଷ୍ଣା ସୁଇଟ୍ସ ହୋଟେଲରେ ଶ୍ରୀ ମହାଳିକ ସକିଲଙ୍କଠାରୁ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସର ୩ଟି ଟିମ୍ ପୃଥକ ପୃଥକ ଭାବେ ଏଫ୍ଏମ୍ ନଗରରେ ଥିବା ଶ୍ରୀ ମହାଳିକଙ୍କ ବାସଭବନ, କ୍ରିଷ୍ଣା ମିଷ୍ଟାନ୍ନ ଭଣ୍ଡାର ଓ ଟାଉନ ଥାନାରେ ଚଢ଼ଉ କରିଥିଲା ।