PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ସୁର ଆଶ୍ରମରେ ପୁଲିସ, ଆଶ୍ରମ ସିସିଟିଭି ଫୁଟେଜ୍‌ ଯାଞ୍ଚ

ଭୁବନେଶ୍ୱର,୧୭ ।୨(ବ୍ୟୁରୋ): ତ୍ରାହି ଅଚ୍ୟୁତ ଆଶ୍ରମରେ ଯୌନ କେଳେଙ୍କାରୀ ମାମଲା ଆଜି ‘ପ୍ରମେୟ’ରେ ପ୍ରକାଶ ପାଇବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇ ପଡ଼ିଛି । ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତ ସୁର ବାବା ଆଜି ମୌନ ବ୍ରତରେ ଥିବାବେଳେ ଅନ୍ୟ ଅଭିଯୁକ୍ତ ଦୀପସୁନ୍ଦର ସ୍ୱାଇଁ ଓ ତାଙ୍କ ବାପା-ମା’ଙ୍କୁ ପୁଲିସ ପଚରା ଉଚରା କରିଛି ।
ଆଜି ଅପରାହ୍ଣ ୫ଟାରେ ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡା, ବାଲିପାଟଣା ଥାନା ଅଧିକାରୀ ଆକାଶ ରଣା, ତଦନ୍ତକାରୀ ଅଧିକାରୀ ସବ୍‌ ଇନ୍ସପେକ୍ଟର ସରସ୍ୱତୀ ସାହୁଙ୍କ ସମେତ ୧୫ ଜଣିଆ ଟିମ୍‌ ତ୍ରାହି ଅଚ୍ୟୁତନଗରରେ ପହଞ୍ଚିଥିଲେ । ଏହି କଲୋନୀରେ ରହୁଥିବା ଦୀପସୁନ୍ଦରଙ୍କ ଘରକୁ ଯାଇଥିଲା ପୁଲିସ । ଦୀପସୁନ୍ଦର, ତାଙ୍କ ବାପା ଭିକାରୀ ଓ ମା’ ଜ୍ୟୋତ୍ସ୍ନାମଞ୍ଜରୀଙ୍କୁ ପଚରା ଉଚରା କରିଥିଲା । ୩ ଜଣଙ୍କୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚରା କରିବା ସହ ପୁଲିସ ସେମାନଙ୍କ ବୟାନ ରେକର୍ଡ କରିଥିଲା । ଏହା ପରେ ପୁଲିସ ଆଶ୍ରମ ଭିତରକୁ ଯାଇଥିଲା । ଆଶ୍ରମରେ ପୁଲିସ ସୁର ବାବାଙ୍କ ପାଖକୁ ଯିବାବେଳେ ସେ ମୁହଁ ଖୋଲି ନଥିଲେ । ତାଙ୍କ ସହଯୋଗୀମାନେ ପୁଲିସକୁ କହିଥିଲେ, ବାବା ମୌନବ୍ରତ କରିଛନ୍ତି । ତେଣୁ ସେ ଆଜି କିଛି କହିବେ ନାହିଁ ।
ଏହା ପରେ ପୁଲିସ ସୁର ବାବାଙ୍କ ଆଶ୍ରମ ଭିତରେ ସହଯୋଗୀମାନଙ୍କୁ ପଚରା ଉଚରା କରିଥିଲା । ଆଶ୍ରମର ବିଭିନ୍ନ ରୁମ ବୁଲି ଦେଖିବା ସହ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ୍‌ କରିଥିଲା । ସୁର ବାବାଙ୍କୁ ପୁଲିସ ନୋଟିସ୍‌ କରିଛି । ୭ ଦିନ ଭିତରେ ଥାନାରେ ହାଜର ହେବାକୁ ନୋଟିସ୍‌ରେ କୁହା ଯାଇଛି ।
ଏଠାରେ ପୁଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ ୩ ତାରିଖରେ ପୀଡ଼ିତା ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନା କେସ୍‌ ନଂ-୩୩/୧୯ରେ ଦଫା-୩୨୩/୩୪୧/୩୫୪/୫୦୬/୩୪ ଆଇପିସି ଲଗାଇ ମାମଲା ରୁଜୁ କରିଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଆଜି ‘ପ୍ରମେୟ’ରେ ଏହି ଖବର ପ୍ରକାଶ ପାଇବା ପରେ ପୁଲିସ ସୁର ବାବାଙ୍କ ଆଶ୍ରମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ଡିସିପି ଅନୁପ୍‌ ସାହୁ କହିଛନ୍ତି, ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ପ୍ରମାଣ ମିଳିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ।
ସୂଚନା ଥାଉକି, ସୁର ବାବାଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବତୀ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି, ବାଲିପାଟଣା ଥାନା ଅନ୍ତର୍ଗତ ତ୍ରାହିଅଚ୍ୟୁତ ନଗର ବାସିନ୍ଦା ଦୀପସୁନ୍ଦର ସ୍ୱାଇଁଙ୍କ ସହିତ ତାଙ୍କର ବିବାହ ପ୍ରସ୍ତାବ ପଡ଼ିଥିଲା । ଯୁବତୀଙ୍କ ବାପାଙ୍କ ପରଲୋକ ହୋଇଯାଇଥିବା ବେଳେ ମା’ ଭିନ୍ନକ୍ଷମ । ତେଣୁ ସେ ଦୀପସୁନ୍ଦରଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ । ଦୀପସୁନ୍ଦରଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିଲା । ଏହାପରେ ଦୀପସୁନ୍ଦର ଓ ତାଙ୍କ ମା’ ଯୁବତୀଙ୍କୁ ଗଞ୍ଜାମରୁ ଆଣି ତ୍ରାହିଅଚ୍ୟୁତ ନଗରରେ ଏକ ଘର ଭଡ଼ା ନେଇ ରଖିଥିଲେ ।
ଗତ ମାସ ୨୪ ତାରିଖ ରାତି ୩ଟା ବେଳେ ଦୀପସୁନ୍ଦରଙ୍କ ମା’ ଜ୍ୟୋତ୍ସ୍ନାମଞ୍ଜରୀ ଯୁବତୀଙ୍କୁ କହିଥିଲେ, ତ୍ରାହିଅଚ୍ୟୁତ ଆଶ୍ରମକୁ ଯିବା । ସେଠାରେ ପୂଜାର୍ଚ୍ଚନା ହେବ । ତାଙ୍କ କଥାରେ ଯୁବତୀ ଆଶ୍ରମକୁ ଯାଇଥିଲେ । ସେଠାରେ ଏକ ଅନ୍ଧାର କୋଠରୀ ଭିତରେ ସୁରବାବା ବସିଥିଲେ । ଉକ୍ତ କୋଠରୀକୁ ଯୁବତୀଙ୍କୁ ଠେଲି ଦେଇ ଜ୍ୟୋତ୍ସ୍ନାମଞ୍ଜରୀ ବାହାରପଟୁ କବାଟ ଆଉଜାଇ ଦେଇଥିଲେ । ଘର ଭିତରେ ସୁରବାବା ଯୁବତୀଙ୍କ ସହିତ ଅସଦାଚରଣ କରିଥିଲେ । କୌଣସିମତେ ସେଠାରୁ ଯୁବତୀ ଖସି ଆସିଥିଲେ । ବାହାରକୁ ଆସିବା ପରେ ନିଜ ସଂପର୍କୀୟ ଭାଇ ନାରାୟଣ ଗୌଡ଼ଙ୍କୁ ଖବର ଦେଇଥିଲେ । ନାରାୟଣ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଅପରପକ୍ଷେ ଥାନାରେ କୌଣସି ଏତଲା ନ ଦେବାକୁ ଯୁବତୀଙ୍କୁ ଦୀପସୁନ୍ଦରଙ୍କ ପରିବାର ଲୋକେ ଧମକାଇଥିଲେ । ତେଣୁ ବାଧ୍ୟ ହୋଇ ଯୁବତୀ ନିଜ ଗାଁ ବେଲଗୁଣ୍ଠାକୁ ପଳାଇଥିଲେ ।
ଫେବ୍ରୁଆରୀ ୧ରେ ଦୀପସୁନ୍ଦର ଓ ତାଙ୍କ ମା’ ଜ୍ୟୋତ୍ସ୍ନା ବେଲଗୁଣ୍ଠାରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ପୁଣି ତ୍ରାହିଅଚ୍ୟୁତ ନଗରକୁ ଆଣିଥିଲେ । ସେଠାରେ ତାଙ୍କୁ ଏକ କଣ୍ଟା ବାଡ଼ିରେ ନିସ୍ତୁକ ପିଟିଥିଲେ । ଚୁଟିକୁ ଟାଣି ଛାତ ଉପରେ ଏମୁଣ୍ଡ ସେମୁଣ୍ଡ ଘୋଷାଡ଼ିଥିଲେ । ଖବର ପାଇ ତାଙ୍କ ସମ୍ପର୍କୀୟ ଭାଇ ନାରାୟଣ ସେଠାରେ ପହଞ୍ଚି ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ (୧୦୦)କୁ ଫୋନ୍‌ କରିଥିଲେ । ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନେଇଥିଲା । ୩ ତାରିଖରେ ସମ୍ପର୍କୀୟ ଭାଇଙ୍କ ସହାୟତରେ ଯୁବତୀ ବାଲିପାଟଣା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ।

ବାବାଙ୍କ କଳଙ୍କିତ ଇତିହାସ
୧୯୮୬ ମସିହାରେ ବାଲିପାଟଣାର ଝିଣ୍ଟି ଶାସନରେ ଗଢ଼ି ଉଠିଥିଲା ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମ । ପାଖାପାଖି ୨୦ ଏକର ଜାଗାରେ ବାବା ବନାଇଥିଲେ ରାଜପ୍ରସାଦ ସଦୃଶ୍ୟ ବିଳାସପୂର୍ଣ୍ଣ ସାମ୍ରାଜ୍ୟ । ଏଥିରେ ବାବା ଭକ୍ତଙ୍କ ପାଇଁ ‘ଅଚ୍ୟୁତ ନଗର’ ନାଁରେ ଏକ ଅଲଗା ନଗର ନିର୍ମାଣ କରିଥିଲେ । ତାଙ୍କ ସାମ୍ରାଜ୍ୟରେ ଥିଲା ବିରାଟ ବିରାଟ ମନ୍ଦିର, ଆଖି ଝଲସିଲା ଭଳି କୃତିମ ହ୍ରଦ ଓ ବିସ୍ତୀର୍ଣ୍ଣ ଘାସ ଗାଲିଚା । କେବଳ ସେତିକି ନୁହେଁ, ଭକ୍ତଙ୍କ ସୁବିଧା ପାଇଁ ଆଶ୍ରମ ଭିତରେ ରାଷ୍ଟ୍ରାୟତ ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଚଉଡା ରାସ୍ତା ବି କରାଯାଇଥିଲା । ହେଲେ ୨୦୧୫ରେ ସବୁକିଛି ଓଲଟପାଲଟ ହୋଇଗଲା । ସୁରବାବାଙ୍କ ବିରୋଧରେ ଆସିଲା ସାଙ୍ଗାତିକ ଯୌନ କେଳେଙ୍କାରୀ ଅଭିଯୋଗ । ଅଗଷ୍ଟ ୩୧ ତାରିଖରେ ପୁଲିସ ସୁରବାବା ଓ ତାଙ୍କ ଦୁଇ ପୁଅ ତ୍ରିଲୋଚନ ଏବଂ ବିରଞ୍ଚିଙ୍କୁ ଗିରଫ କରିଥିଲା । ସେମାନଙ୍କ ନାଁରେ ମୋଟ ୬ଟି ମାମଲା ରୁଜୁ କରାଯାଇଥିଲା । ଯୌନ କେଳେଙ୍କାରୀ, ଠକେଇ ଅଭିଯୋଗ ପରେ ତାତିଥିଲେ ସ୍ଥାନୀୟ ଲୋକ । ଉତ୍ତେଜନାପ୍ରବଣ ହୋଇ ସୁରଙ୍କ ସାମ୍ରାଜ୍ୟରେ ଧସେଇ ପଶିଥିଲେ । ତ୍ରାହି ଅଚ୍ୟୁତ ଆଶ୍ରମ ଭିତରେ ଭଙ୍ଗାରୁଜା, ପୋଡାଜଳା କରିଥିଲେ । ଅଚ୍ୟୁତ ନଗରକୁ ଛାର୍‌ଖାର୍‌ କରିଦେଇଥିଲେ । ଆଉ ଧ୍ୱସଂ ହୋଇଯାଇଥିଲା ୩୦ ବର୍ଷର ସୁର ସାମ୍ରାଜ୍ୟ ।
ପରେ ସୁରବାବାଙ୍କ ଚାକଚକ୍ୟ ଓ ବିଳାସପୂର୍ଣ୍ଣ ସାମ୍ରାଜ୍ୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନଜର ପଡିଥିଲା । ଧୀରେ ଧୀରେ ତାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରି ଆରମ୍ଭ ହୋଇଥିଲା । ମୋଟ ୨୧ କୋଟି ୪୭ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା ଇଡି । ୨୦୧୭ ମାର୍ଚ୍ଚରେ ସୁରବାବାଙ୍କ ୧୪ କୋଟି ୯୫ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ବ୍ୟାଜ୍ୟାପ୍ତି କରିଥିଲା । ଏଥିରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ୫କୋଟି ୫୬ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ତ୍ରାହି ଅଚ୍ୟୁତ ଟ୍ରଷ୍ଟ ନାଁରେ ବିଭିନ୍ନ ବ୍ୟାଙ୍କରେ ଥିବା ୨ କୋଟି ୩୫ଲକ୍ଷ ଟଙ୍କାକୁ ମଧ୍ୟ ଇଡି ବାଜ୍ୟାପ୍ତି କରିଥିଲା । ୨୦୧୮ ଏପ୍ରିଲରେ ପୁଣି ୬ କୋଟି ୫୨ ଲକ୍ଷ ଟଙ୍କା ଜବତ କରିଥିଲା । ଯାହାର ମାଲିକାନା ସୁରବାବା ଓ ତାଙ୍କର ଦୁଇ ପୁଅ ତ୍ରିଲୋଚନ ଏବଂ ବିରଞ୍ଚିଙ୍କ ନାମରେ ରହିଥିଲା । ପରେ ଆଶ୍ରମରୁ ଜବରଦଖଲ ହଟାଇ ସରକାରୀ ଅଫିସ ଖୋଲାଯାଇଥିଲା ।

ମାମଲା ହଟାଇବାକୁ ପୀଡ଼ିତାଙ୍କୁ ଚାପ
ଦୀର୍ଘ ୨୭ ମାସ ଜେଲ୍‌ ସଜ୍ଜା କାଟିବା ପରେ ମୁକୁଳିଛନ୍ତି ସୁରବାବା । ଜେଲ୍‌ ଫେରିବାର କେଇଟା ମାସ ପରେ ପୁଣି ଏକ ବିବାଦରେ ଛନ୍ଦି ହୋଇପଡିଛନ୍ତି । ସାଙ୍ଘାତିକ ଯୌନ କେଳେଙ୍କାରୀ ଅଭିଯୋଗ ଆସିଛି ତାଙ୍କ ବିରୋଧରେ । ଏଥିରୁ ବର୍ତ୍ତିବା ପାଇଁ ବାବା ଓ ତାଙ୍କ ସହଯୋଗୀମାନେ ଏବେ ପୀଡିତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଯେମିତି ହେଉ, ମାମଲା ଉଠାଇ ନେବାକୁ ଯୁବତୀଙ୍କ ଉପରେ ବିଭିନ୍ନ ଦିଗରୁ ଚାପ ପ୍ରୟୋଗ କରାଯାଉଛି । ପ୍ରଲୋଭନ ସହ ଧମକ ଚମକ ବି ମିଳୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଭୟରେ ଯୁବତୀ ରାଜଧାନୀ ବାହାରକୁ ପଳାଇଥିବା ବେଳେ କେଉଁ ଯାଗାରେ ଅଛନ୍ତି, କାହାରିକୁ ଜଣାନାହିଁ ।

୩ ବର୍ଷ ତଳେ ଗିରଫ ହୋଇଥିଲେ
୩ବର୍ଷ ତଳେ ୨୦୧୫ ଅଗଷ୍ଟ ମାସରେ ତ୍ରାହି ଅଚ୍ୟୁତ ଆଶ୍ରମର ଆଶ୍ରମାଧୀଶ ସୁରବାବାଙ୍କ ଯୌନ କାରନାମା ଧରାପଡ଼ିଥିଲା । ପୂଜା ବାହାନାରେ ରାତି ଅଧରେ ମହିଳାଙ୍କୁ ଡକାଇ ବାବା ଯୌନ ଉତ୍ପୀଡ଼ନ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ତୁମୁଳ କାଣ୍ଡ ଘଟିଥିଲା । ଉତ୍ତ୍ୟକ୍ତ ଲୋକେ ଆଶ୍ରମରେ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ । ଉଜୁଡ଼ି ଯାଇଥିଲା ତ୍ରାହି ଅଚ୍ୟୁତ ଆଶ୍ରମ । ପୁଲିସ ଆଶ୍ରମରେ ଚଢ଼ଉ କରି କୋଟି କୋଟି ଟଙ୍କା ଜବତ କରିବା ସହ ସୁରବାବା, ତାଙ୍କର ଦୁଇ ପୁଅ ଏବଂ ସହଯୋଗୀମାନଙ୍କୁ ଗିରଫ କରିଥିଲା । ବାବାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା । ଗିରଫ ହୋଇ ବାବା ୨୭ ମାସ ପରେ ଜାମିନରେ୍‌ ମୁକୁଳି ଥିଲେ । ବାବାଙ୍କ ପୁଅମାନେ ବି ମୁକୁଳି ଯାଇଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଗୋଟିଏ ମାମଲାର ବିଚାର ସମ୍ପନ୍ନ ହୋଇନାହିଁ ।