ମହିଳାଙ୍କୁ ମାଡ ମାରୁଛନ୍ତି ପୋଲିସ ବାବୁ, ଭିଡିଓ ଭାଇରାଲ

ଭୁବନେଶ୍ୱର ୧/୩: ମହିଳାଙ୍କୁ ମାଡ ମାରୁଛନ୍ତି ପୋଲିସ ବାବୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ । ଭିଡିଓରେ ଜଣେ ପୋଲିସ ବାବୁ ଜଣେ ମହିଳାଙ୍କୁ ଚାପୁଡା ମାରୁଥିବାର ଦୃଶ୍ଯ ଦେଖିବାକୁ ମିଳିଛି । ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ଅନୁସାରେ ମହିଳା ଜଣକ କୌଣସି କାରଣ ପାଇଁ ଥାନାକୁ ଅଭିଯୋଗ କରିବାକୁ ଯାଇଛନ୍ତି । ଏବଂ ସେ ସାମାନ୍ୟ ଉତ୍ୟକ୍ତ ହୋଇ କହୁଛନ୍ତି, ‘ମୁଁ କଣ ଚୋରୀ କରିଛି ନା ମର୍ଡର କରିଛି’ । ଏପରି କହି ସେ ଟେବୁଲରେ ହାତ ବାଡେଇ ଜୋରରେ ପାଟି କରୁଛନ୍ତି । ପୋଲିସ ବାବୁ ଜଣକ ତାଙ୍କୁ ଜୋରରେ ପାଟି ନକରିବା ପାଇଁ କହୁଛନ୍ତି । ମାତ୍ର ମହିଳା ଜଣକ ନଶୁଣିବାରୁ ପୋଲିସ ବାବୁ ଜଣକ ମହିଳାଙ୍କୁ ଚାପୁଡା କଷି ଦେଉଛନ୍ତି । ଏବଂ କହୁଛନ୍ତି, ‘ପୁରୁଣା ମାଡ ଭୁଲିଗଲୁଣି ବୋଧେ ।‘ ଦେଖନ୍ତୁ ଭିଡିଓ…
ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଏହାକୁ ନିନ୍ଦା କରି ଅନେକ କମେଣ୍ଟ୍ସ ଦେଇଛନ୍ତି । ତେବେ ଘଟଣାଟି କେଉଁ ପୋଲିସ ଷ୍ଟେସନର ତାହା ଏପର୍ଯ୍ଯନ୍ତ ଜଣାପଡିନାହିଁ ।