ବିଜେପି ନେତା ଭୃଗୁ ଓ ଗୋଲକଙ୍କୁ ପୁଣି ଆଶ୍ୱସ୍ତି: ମେ ୪ରେ ପରବର୍ତ୍ତୀ ଶୁଣାଣି, ଶୁଣାଣି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ ୧୯/୩: ବିଜେପି ନେତା ଭୃଗ୍ୟୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ଆଶ୍ୱସ୍ତି ମିଳିଛି । ଆଜି କୋର୍ଟରେ ପୁଣି କେସ୍ ଡାଇରୀ ଦାଖଲ କରିପାରିଲାନି ପୋଲିସ । ମେ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଛତ୍ରପୁର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ଯା ଘଟଣାରେ ଉଭୟଙ୍କୁ ହାଇକୋର୍ଟ ୧୨ ମାର୍ଚ୍ଚରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଆଜି(ମାର୍ଚ୍ଚ ୧୯)ରେ କୋର୍ଟରେ କେସ୍ ଡାଇରୀ ଦାଖଲ ହେବାର ଥିଲା । ମାତ୍ର ଆଜି କୋର୍ଟରେ ପୁଣି କେସ୍ ଡାଇରୀ ଦାଖଲ କରିପାରିଲାନି ପୋଲିସ । ତେଣୁ ମେ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅର୍ଥାତ୍ ମେ ୪ ପର୍ଯ୍ଯନ୍ତ ଅନ୍ତରୀଣ ସୁରକ୍ଷା ପୂର୍ବପରି ବଳବତ୍ତର ରହିବ । ସେହି ସମୟ ପର୍ଯନ୍ତ ପୋଲିସ ଏମାନଙ୍କୁ ଗିରଫ କରିପାରିବ ନାହିଁ ।

ସେପ୍ଟେମ୍ବର ୧୬ ୨୦୧୭ ମସିହାରେ ଲକ୍ଷ୍ମୀଦତ୍ତଙ୍କ ଛତ୍ରପୁର ସ୍ଥିତ ବାସଭାବନରେ ଗୋଷ୍ଠୀବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏଥିରେ ସେ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ମେଡିକାଲକୁ ନେବା ରାସ୍ତାରେ ସେ ମୃ୍ତ୍ଯୁବରଣ କରିଥିଲେ । ହତ୍ଯାକାଣ୍ଡର ମୁଖ୍ଯ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ । ଅଭିଯୁକ୍ତମାନଙ୍କୁ ଫେରାର କରିବାରେ ଗୋଲକ ମହାପାତ୍ର ସାହାଯ୍ଯ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଫେବୃୟାରୀ ମାସ ୭ ତାରିଖ ଓ ୯ ତାରିଖରେ ଗୋଲକ ଓ ଭୃଗୁ ବକ୍ସିପାତ୍ରଙ୍କୁ ହାଜର ହେବାପାଇଁ ପୋଲିସ ସମନ ଜାରି କରିଥିଲା । ତେବେ ଏହି ମାମଲାରେ ଆଗୁଆ ଜାମିନ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦୁଇ ବିଜେପି ନେତା  ।

   ସମ୍ବନ୍ଧିତ ଖବର


କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

ଏହି ରାଜ୍ୟରେ କରୋନା ଗାଇଡ୍ ଲାଇନ୍ ନମାନିଲେ ୩ ବର୍ଷ ଜେଲ ଓ ଜରିମନା, ଜାଣନ୍ତୁ କ’ଣ ରହିଛି ନିୟମ

ଉପବାସରେ ରାଜ୍ୟସଭାର ଉପ-ସଭାପତି: ଉପରାଷ୍ଟ୍ରପତିଙ୍କୁ ୩ ପୃଷ୍ଠାର ଚିଠି ଲେଖି କହିଲେ- ବହୁତ କଷ୍ଟ ଲାଗିଛି, ସାରା ରାତି ଶୋଇପାରିନି…’

ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ମନା କଲେ ବୟକଟ୍ କରି ଦିଆଯାଏ ନଚେତ୍ କାମ ମିଳେନି: ଅକ୍ଷରା ସିଂ

ଆଉ ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ରହିବନି ଆଳୁ-ପିଆଜ, ୬୫ ବର୍ଷ ପୁରୁଣା ନିୟମରେ ହେଲା ପରିବର୍ତ୍ତନ

ଆସିଗଲା ନୂଆ ବ୍ୟାଙ୍କିଙ୍ଗ୍ ଆଇନ୍: ସଂସଦରେ ମଞ୍ଜୁରୀ ମିଳିବା ପରେ ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡିବ ପ୍ରଭାବ?