ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…

ଭୁବନେଶ୍ୱର,୨୧ ।୧୦: ଟ୍ରାଫିକ୍‌ ପରିଚାଳନା ବାଦ୍‌ ରାସ୍ତାରେ ଝାଡୁ ମାରି ଚର୍ଚ୍ଚାକୁ ଆସିଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନଙ୍କୁ ସମ୍ମାନିତ କରିଛି କମିଶନରେଟ୍‌ ପୁଲିସ । ପୁଲିସ କମିଶନର ଡ. ସଧାଂଶୁ ଷଡ଼ଙ୍ଗୀ ପୁଲିସ ସେବା ଭବନରେ ଲଳିତଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଅତିରିକ୍ତ ପୁଲିସ୍‌ କମିଶନର ରେଖା ଲୋହାନୀ ଓ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ଉପସ୍ଥିତ ରହି ଲଳିତଙ୍କୁ ସାଧୁବାଦ ଜଣାଇଛନ୍ତି ।


କଟକ ଶିଖରପୁର ଟ୍ରାଫିକ୍‌ ଛକସ୍ଥିତ ଜାତୀୟ ରାଜପଥରେ ବାଲି, ଗୋଡି଼ ପଡ଼ିଥିବାରୁ ଭାରସାମ୍ୟ ହରାଇ ଅନେକ ଲୋକେ ଦୁର୍ଘଟଣାର ଶିକାର ହେଉଥିଲେ । ଗତ ୧୭ ତାରିଖରେ ଉକ୍ତ ଟ୍ରାଫିକ୍‌ ପୋଷ୍ଟରେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଳ ଳଳିତଙ୍କ ନଜରରେ ଏହା ପଡିଥିଲା । ପାଖ ଦୋକାନରୁ ଏକ ଝାଡ଼ୁ ଆଣି ସେ ରାସ୍ତାରୁ ବାଲି ଗୋଡ଼ି ଓଳାଇ ସଫା କରିଥିଲେ । ଟ୍ରାଫିକ୍‌ ପୋଷ୍ଟରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଏହାକୁ ମୋବାଇଲରେ ରେକର୍ଡ କରିଥିଲେ । ଯାହାକି ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପରେ ଲଳିତଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟି ଥିଲା ।