PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

କମିଶନରେଟ୍‌ ପୁଲିସର ମାନବସମ୍ବଳକୁ ଫୋକସ୍‌: ବଦଳିଲେ ୬୦ ଏସ୍‌ଆଇ, ଏଏସ୍‌ଆଇ

ଭୁବନେଶ୍ୱର ୨୨/୯(ବ୍ୟୁରୋ): କମିଶନରେଟ୍‌ ପୁଲିସର ମାନବସମ୍ବଳ ସଙ୍କଟ ଯୋଗୁଁ ଅଧିକାଂଶ ମାମଲା ଅଧାପନ୍ତରିଆ ପଡୁଛି । ତଦନ୍ତ ହୋଇପାରୁନି । ଲୋକେ ନ୍ୟାୟ ପାଉ ନାହାନ୍ତି । ଏଥିପାଇଁ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ), ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର (ଏଏସ୍‌ଆଇ) ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରିଜର୍ଭ ଅଫିସ୍‌ରୁ ପ୍ରାୟ ୨୬ ଜଣ ଏଏସ୍‌ଆଇଙ୍କୁ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ର ବିଭିନ୍ନ ଥାନାକୁ ପଠାଯାଇଛି । ମୋଟ ୬୦ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ବଦଳି କରାଯାଇଛି ।କ୍ୟାପିଟାଲ ଥାନାରୁ ଏସ୍‌ଆଇ ସନ୍ତୋଷିନୀ ବେହେରା ସହିଦନଗର ଥାନା, ଶ୍ରୀଲିଙ୍ଗରାଜ ଥାନା ଟୁରିଜିମ୍‌ ସେଲ୍‌ରେ ଥିବା ଏସ୍‌ଆଇ ସନ୍ତୋଷ କୁମାର ନାୟକ ତମାଣ୍ଡୋ ଥାନାକୁ ବଦଳି ହୋଇଛନ୍ତି । ଖଣ୍ଡଗିରିରୁ ଏସ୍‌ଆଇ ନିରଞ୍ଜନ ଓଝା, ଧଉଳିରୁ ଶ୍ୟାମଘନ ବାରିକ, ବାଲିଅନ୍ତାରୁ ଏସ୍‌ଆଇ ପ୍ରଫୁଲ୍ଲ ସାହୁଙ୍କୁ ଜଟଣୀ ଥାନାକୁ ପଠାଯାଇଛି । ଖଣ୍ଡଗିରିରୁ ଏସ୍‌ଆଇ ସୁଶାନ୍ତ କୁମାର ସ୍ୱାଇଁ ଓ ସହିଦ୍‌ ନଗରରୁ ଏସ୍‌ଆଇ ସୁଶାନ୍ତ କୁମାର ସେଠୀଙ୍କୁ ଚନ୍ଦ୍ରଶେଖପୁର ଥାନାକୁ ବଦଳି କରାଯାଇଛି । ଧଉଳି ଥାନାର ଏସ୍‌ଆଇ ମଧୁସୂଦନ ଭୋଇ ଏୟାରଫିଲ୍ଡ ଥାନାକୁ, ସହିଦନଗର ଥାନାରୁ ଏସ୍‌ଆଇ ସଂଯୁକ୍ତା ସାହୁ ଆଇୟୁସିଏଡବ୍ଲୁକୁ ବଦଳି ହୋଇଛନ୍ତି ।

ରିଜର୍ଭ ଅଫିସରେ କନଷ୍ଟେବଳ ପଦବିରେ ଥିବା ୨୬ଜଣ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏଏସ୍‌ଆଇ ର‌୍ୟାଙ୍କ ପଦୋନ୍ନତି ପାଇଥିଲେ । ସେମାନଙ୍କୁ ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନାରେ ଅବସ୍ଥାପିତ କରାଯାଇଛି । ଅଦଳବଦଳରେ ସହିଦନଗର ଥାନା ଜଣେ ଏସ୍‌ଆଇ, ୨ ଏଏସ୍‌ଆଇଙ୍କୁ ପାଇଛି । ତମାଣ୍ଡୋକୁ ଜଣେ ଏସ୍‌ଆଇ ଓ ୨ ଏଏସ୍‌ଆଇ, ଜଟଣୀକୁ ୩ ଏଏସ୍‌ଆଇ ଓ ୨ ଏସ୍‌ଆଇ, ଧଉଳିକୁ ୩ ଏଏସ୍‌ଆଇ, ଚନ୍ଦ୍ରଶେଖରପୁରକୁ ୨ ଏସ୍‌ଆଇ ଓ ଜଣେ ଏସ୍‌ଆଇ, ଶ୍ରୀଲିଙ୍ଗରାଜକୁ ୨ ଏଏସ୍‌ଆଇ, ଏୟାରଫିଲ୍ଡକୁ ୩ ଏଏସ୍‌ଆଇ ଓ ଜଣେ ଏସ୍‌ଆଇ, ଖଣ୍ଡଗିରିକୁ ୩ ଏଏସ୍‌ଆଇ, ନୂଆପଲ୍ଲୀକୁ ୨ ଏସ୍‌ଆଇ ଯୋଗାଯାଇଛି । ସେହିପରି ମଞ୍ଚେଶ୍ୱରକୁ ୪ ଏଏସ୍‌ଆଇ, ଲକ୍ଷ୍ମୀସାଗରକୁ ୨ ଏଏସ୍‌ଆଇ, ବାଲିପାଟଣାକୁ ୨ ଏଏସ୍‌ଆଇ, କ୍ୟାପିଟାଲକୁୁ ଜଣେ ଏସ୍‌ଆଇ ଓ ୨ ଏଏସ୍‌ଆଇ ପଠାଯାଇଛି । ତେବେ ୨ ମାସ ପୂର୍ବେ ଏସ୍‌ଆଇଙ୍କ ସ୍ତରରେ ହୋଇଥିବା ଛୋଟ ଅଦଳବଦଳର କିଛି ଫଳ ମିଳିନି । ବଦଳି ହୋଇଥିବା ପ୍ରାୟ ଅଧିକାରୀ ନୂଆ ସ୍ଥାନାରେ ଯୋଗ ନଦେଇ ପୂର୍ବ ଥାନାରେ ନିଜ ଗାଦିରେ ଆସ୍ଥାନ ଜମାଇଛନ୍ତି । ବଦଳିକୁ ବାତିଲ୍‌ କରିବାକୁ ଜୋର୍‌ ଲଗାଇ ଦେଇଛନ୍ତି ।