ଘର ଦେଖାଇବା ବାହାନାରେ ଦୁଷ୍କର୍ମ, କନଷ୍ଟେବଳଙ୍କ ବିରୁଦ୍ଧରେ ଅଭିଯୋଗ

ନୂଆଦିଲ୍ଲୀ ୧୩/୧: ଉତ୍ତର ପ୍ରଦେଶ ଗୋଣ୍ଡାରେ ଜଣେ ମହିଳା ସିପାହୀ ନିଜ ସହିତ କାମ କରୁଥିବା ଜଣେ ପୁରୁଷ ସିପାହୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି । ଉଭୟ କାର୍ଯ୍ୟରେ ନିୟୋଜିତ ଥିଲେ । ପୋଲିସ ଅଧିକ୍ଷକଙ୍କ କହିବାନୁସାରେ ଦୁଷ୍କର୍ମ ମାମଲାର ଯାଞ୍ଚ ଚାଲିଛି ।

ମହିଳା ସିପାହୀଙ୍କ କହିବାନୁସାରେ ୧୦ ଜାନୁୟାରୀରେ ସିପାହୀ ତାଙ୍କୁ ଫୋନ୍ କରି ଘର ଦେଖାଇବା ବାହାନାରେ ଡକାଇଲେ । ପରେ ଜବରଦସ୍ତି ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲେ । ମହିଳା ସିପାହୀ ଏନେଇ ପ୍ରଥମେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ସେ ଲିଖିତ ଭାବେ ସିପାହୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୋଲିସ ଅଧିକ୍ଷକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ ପତ୍ର ପଠାଇଥିଲେ ।

ଅପର ପୋଲିସ ଅଧିକ୍ଷକ ମହେନ୍ଦ୍ର କୁମାରଙ୍କ କହିବାନୁସାରେ ପୋଲିସ ଲାଇନରେ ନିୟୋଜିତ ଜଣେ ମହିଳା ଆରକ୍ଷୀ ତାଙ୍କ ସହିତ କାମ କରୁଥିବା ଜଣେ ପୁରୁଷ ସିପାହୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି । ଏହାର ଗମ୍ଭୀରତାର ସହ ଯାଞ୍ଚ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।  ପୋଲିସର କହିବାନୁସାରେ ଉଭୟ ପୂର୍ବରୁ ପରସ୍ପରକୁ ଜାଣିଥିଲେ । ପିଡୀତାଙ୍କ ମେଡିକାଲ୍ ଯାଞ୍ଚ କରାଯାଇଛି । ତେବେ ଅଭିଯୁକ୍ତ ପୋଲିସକର୍ମୀଙ୍କୁ ଗିରଫ କରାଯାଇନି ।