ମିସ୍ କଲରୁ ପ୍ରେମ: ବ୍ଲାକମେଲିଂ କରିବା ପାଇଁ ପ୍ରେମିକାକୁ ମାଗିଥିଲା ଅଶ୍ଳୀଳ ଫଟୋ, ତାପରେ ଘଟାଇଲା ଏଭଳି କାଣ୍ଡ…

ଜଗତସିଂହପୁର ୨୬।୮:  ମିସ୍ କଲରୁ ପ୍ରେମ…। ପ୍ରେମ ହେବା ପରେ ବାନ୍ଧି ହୋଇଗଲେ ଏକ ସମ୍ପର୍କ ଭିତରେ। ତାପରେ ଦିଆନିଆ ହେଲା ନିଜର ଅନ୍ତରଙ୍ଗ ଫଟୋ। ତାପରେ ଯାହା ହେଲା ଆପଣ ସହଜରେ ବିଶ୍ବାସ କରିପାରିବେନି। ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲାରେ।

ଭିଡିଓ କଲ ମାଧ୍ୟମରେ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଭଦ୍ରକର ଜଣେ ଯୁବକକୁ ଜଗତସିଂହପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଭଦ୍ରକର ଲକ୍ଷ୍ମୀକାନ୍ତ ଦାସ ନାମକ ଜଣେ ଯୁବକ ଓ ଜଗତସିଂହପୁର ଥାନା ଅଂଚଳର ଜଣେ ନାବାଳିକାଙ୍କ ମଧ୍ୟରେ ମିସ କଲରୁ ଆରମ୍ଭ ହୋଇଥିଲା ପ୍ରେମ।

କିଛିଦିନ ପ୍ରେମ ଚାଲିବା ପରେ ଭିଡିଓ କଲିଂରେ କଥା ହୋଇଥିଲେ । ଭିଡିଓ କଲିଂ ସମୟରେ ଲକ୍ଷ୍ମୀକାନ୍ତ ନାବାଳିକାର ଅଶ୍ଳୀଳ ଫଟୋ ରଖିଥିଲା। ସେହି ଫଟୋକୁ ସେଭ କରି ୩/୪ଜଣଙ୍କ ମୋବାଇଲକୁ ଛାଡିବା ସହ ଫଟୋ ଭାଇରାଲ କରିବ ବୋଲି କହି ୧ଲକ୍ଷ ଟଙ୍କା ଦାବି କରିଥିଲା । ଫଳରେ ନାବାଳିକା ଜଣକ ବାଧ୍ୟ ହୋଇ ଘର ଲୋକଙ୍କ ଆଗରେ ସବୁ କହିଥିଲା ଓ ପରେ ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଲକ୍ଷ୍ମୀକାନ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

   ସମ୍ବନ୍ଧିତ ଖବର


ବେଆଇନ ପଥର ଖାଦାନରେ ଚଢ଼ାଉ, ୫ଟି ସ୍ପଲ ବୋଝେଇ ଟିପ୍ପର ଜବତ

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !

ବାପା ଶଯ୍ୟାଶାୟୀ, ମାନସିକ ବିକାରଗ୍ରସ୍ତ ମା’: ୮ବର୍ଷର କଅଁଳ ଶିଶୁକନ୍ୟାର କାନ୍ଧରେ ୫ ପ୍ରାଣୀ କୁଟୁମ୍ବର ବୋଝ

ସ୍କୁଟିକୁ ସାମ୍ନା ପଟୁ ଧକ୍କା ଦେଲା ବସ୍: ଯୁବକ ମୃତ

ଗଞ୍ଜାମରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ

ବୋଲେରୋ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ପୀଡ଼ିତାଙ୍କ ହେଲା ଡାକ୍ତରୀମାଇନା,୨ ଦିନ ପରେ ବି ପୁଲିସ୍‌ ହାତଖାଲି