ମଇଁଷି ଟଣା ଶଗଡର ଚାଲାଣ କାଟିଦେଲା ପୋଲିସ

ଦେହରାଦୁନ୍ ୧୫/୯: ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ପୋଲିସ ଲଗାତର ଚାଲାଣ କାଟିବାରେ ଲାଗିପଡିଛି । କିନ୍ତୁ ଉତ୍ତରାଖଣ୍ଡରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚାଲାଣ କାଟିବାରେ ପୋଲିସ ବାବୁ ଏତେ ମଗ୍ନ ହୋଇଯାଇଥିଲେ ଯେ ସେ ଏକ ମଇଁଷି ଟଣା ଶଗଡର ଚାଲାଣ କାଟିଦେଲେ ।

ଶନିବାର ଦେହରାଦୁନର ବିକାଶନଗରର ସହସପୁର ଅଞ୍ଚଳରେ ପୋଲିସ ଏକ ମଇଁଷ ଟଣା ଶବଡର ଏମଭି ଆକ୍ଟରେ ଚାଲାଣ କାଟିଦେଇଛି । ଶବଡ ଉପରେ ୧ ହଜାର ଟଙ୍କାର ଚାଲାଣ କଟା ହୋଇଛି । ଯଦିଓ ନୂଆ ନିୟମ ଅନୁସାରେ କେଉଁଠି ବି ଶଗଡର ଚାଲାଣ କାଟିବାର କୌଣସି ନିୟମ ନାହିଁ । ଅନ୍ୟପଟେ ଚାଲାଣ କଟାଯାଇଥିବା ଚାଷୀ ଜଣକ ଏନେଇ ଚିନ୍ତିତ ଅଛନ୍ତି ।

ଘଟଣାଟି କିଛି ଏମିତି ଥିଲା । ନଦୀ ପାଖରେ ପୋଲିସକୁ ଏକ ଶଗଡ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଲା । ସେହି ସମୟରେ ଚାଷୀ ଜଣକ ଶଗଡ ପାଖରେ ନଥିଲା । ଏହା ପରେ ପୋଲିସ ଶଗଡର ଚାଲାଣ କାଟିଦେଲା । ଚାଷୀ ଜଣକ ଏହା ମଧ୍ୟ ଅଭିଯୋଗ  ଲଗାଇଛନ୍ତି ଯେ ତାଙ୍କ ଅନୁପସ୍ଥିତିରେ ତାଙ୍କ ଶଗଡ ଉପରେ ଥୁଆ ହୋଇଥିବା ଜିନିଷକୁ ପୋଲିସ କେଉଁଆଡେ ଫୋପାଡି ଦେଇଛି । ତେବେ ଏହି ଘଟଣା ଏବେ ସାରା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ଯପଟେ ଥାନାଧ୍ଯକ୍ଷ ପିଡୀ ଭଟ୍ଟ କୁହନ୍ତି ସହସପୁରରେ ଅନେକ ଲୋକ ଶଗଡକୁ ଖଣି କାମରେ ବ୍ୟବହାର କରୁଛନ୍ତି । ସେହି ସମୟରେ ମଇଁଷି ଶଗଡର ଚାଲାଣ ଖନନ କାମ ନେଇ କଟିଥାନ୍ତା । ସେଥିରେ ୮୧ ଆକ୍ଟ ଲାଗୁ ଥିଲା । କିନ୍ତୁ ପୋଲିସ ବାବୁଙ୍କୁ ଭୁଲ୍ ଯୋଗୁଁ ଏହାକୁ ଏମଭି ଆକ୍ଟ ଲେଖା ହୋଇଯାଇଥିଲା । ତେବେ ଚାଷୀଙ୍କ ଅଭିଯୋଗ ପରେ ୨ ଘଣ୍ଟାପରେ ତାଙ୍କ ଚାଲାଣ ରଦ୍ଦ କରିଦିଆଯାଇଛି ।

   ସମ୍ବନ୍ଧିତ ଖବର


ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’