ପ୍ରେମରେ ପ୍ରତାରଣା ପରେ ପ୍ରେମିକାର ଗର୍ଭନଷ୍ଟ କରିବା ଘଟଣା: ପ୍ରେମିକ ବିରୋଧରେ ମାମଲା ରୁଜୁ କଲା ପୋଲିସ

ପୁରୀ,୧୮/୧୦: ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେଲା । ପରେ ଶାରୀରିକ ସମ୍ବନ୍ଧ ରଖି ଗର୍ଭବତୀ କଲା । ଶେଷରେ ଗର୍ଭନଷ୍ଟ କରି ବିବାହକୁ ଅରାଜି ହେଲା । ଏଭଳି ଘଟଣା ନେଇ ପୀଡ଼ିତା ପ୍ରେମିକା ଆଇନ୍‌ର ଆଶ୍ରୟ ନେଲା । ଚନ୍ଦନପୁର ଥାନାରେ ଏତଲା ହୋଇଥିବାବେଳେ ପୁଲିସ ମାମଲା ରୁଜୁ କରିନଥିଲା। ତେଣୁ ପୀଡିତା ଏସ୍‌ପିଙ୍କ ନିକଟରେ ଏହି ଅଭିଯୋଗ କରି ନେଇ ଖବର ‘ପ୍ରମେୟ’ରେ ପ୍ରକାଶ ପାଇଥିଲା । ଏହାପରେ ଥାନା ପୁଲିସ ରୁଜୁ କଲା ମାମଲା । ମାମଲାରେ ଛନ୍ଦି ହୋଇଥିବା ପ୍ରେମିକ ହେଲା, ଏହି ଥାନା ଅଧୀନ ଅଚ୍ୟୁତପୁରର ପୂର୍ଣ୍ଣଚନ୍ଦ୍ର ଭୋଇ ଓରଫ ରଞ୍ଜନ ।

ସୂଚନାଯୋଗ୍ୟ ଯେ, ୧୨ ବର୍ଷ ତଳେ ପୀଡିତା ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ରଞ୍ଜନ ତାଙ୍କୁ ପ୍ରେମ ବନ୍ଧନରେ ବାନ୍ଧିଥିଲା । ଶାରୀରିକ ସମ୍ବନ୍ଧ ରଖିବା ପରେ ଯୁବତୀ ଜଣକ ଗର୍ଭବତୀ ହୋଇ ଯାଇଥିଲେ । ଏହାପରେ ରଞ୍ଜନ ତାଙ୍କୁ ଗର୍ଭନଷ୍ଟ ଔଷଧ ନେଇ ଗତ ଜୁନ୍‌ ୧୦ ତାରିଖରେ ଗର୍ଭପାତ କରାଇ ଦେଇଥିଲା । ପରେ ବିବାହ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରିଦେଇଥିଲା । ଏହାପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତା । ସେପ୍ଟେମ୍ବର ୧୧ ତାରିଖରେ ପୀଡ଼ିତା ଚନ୍ଦନପୁର ଥାନାରେ ଏତଲା ଦେଇଥିଲେ । ପୁଲିସ ଉଭୟ ପକ୍ଷଙ୍କୁ ଡାକି ସମାଧାନ କରିବାକୁ ଉଦ୍ୟମ କରିଥିଲା। ହେଲେ ସେଠାରେ ପୀଡିତାଙ୍କୁ ଚିହ୍ନିନି ବୋଲି କହିଥିଲା ଯୁବକ । ସେପଟେ ଯୁବକର କଥାକୁ ଗ୍ରହଣ କରି ନିରବ ରହିଲା ପୁଲିସ ।

ପରେ ପୀଡିତା ଜଣକ ଏସ୍‌ପିଙ୍କୁ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ।ପୁଲିସ ଗତ ୧୨ ତାରିଖରେ ଦଫା ୩୭୬ (୨) (ଏନ୍‌), ୩୧୩, ୨୯୪, ୫୦୬, ୩୪୧ ଓ ୩୪ ଆଇପିସି ବଳରେ ମାମଲା (୨୪୪/୨୦) ରୁଜୁ କରିଛି । ହେଲେ ମାମଲାକୁ ୬ ଦିନ ବିତିଥିଲେ ବି ଅଭିଯୁକ୍ତ ବାହାରେ ବୁଲୁଛି । ପୁଲିସ ରଞ୍ଜନକୁ ଗିରଫ କରିନଥିବାବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୀଡିତା ।

   ସମ୍ବନ୍ଧିତ ଖବର


ପୋଲିଓ ଟିକା ନେଇ ଶିଶୁ ମୃତ ! ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍

ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !