PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମିଲା ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ଖସିଲା କୋହଳ
  • ||
  • ବାହାଘରରେ ସର୍ବାଧିକ ୨୫ ଜଣ ସାମିଲ ହୋଇପାରିବେ
  • ||
  • ଓଡିଶାରେ ବଢିଲା ଲକଡାଉନ୍ ଅବଧି, ଜୁନ ୧ ଯାଏଁ ଜାରି ରହିବ କଟକଣା
  • ||
  • ଯଶିପୁର ନିର୍ବାଚନୀ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କ ଚିକିତ୍ସାଧିନ ଅବସ୍ଥାରେ କେନ୍ଦୁଝର ମେଡିକାଲରେ ପରଲୋକ
  • ||
  • ସଇଁତଳା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି, ୨୪ ଘଣ୍ଟାରେ ୨୨ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୫୭କୁ ବୃଦ୍ଧି
  • ||
  • ଓଡ଼ିଶାରେ ସଂକ୍ରମଣ କମୁଛି, ମୃତ୍ୟୁ ବଢୁଛି: ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜୀବନ ନେଲା କରୋନା
  • ||
  • ପୁରୀ : ସମ୍‌ ସହଯୋଗରେ ପୁରୀରେ ଖୋଲିବ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌, ୧୯ରୁ ସେବା ଆରମ୍ଭ
  • ||
  • ଭୁବନେଶ୍ୱର : ପୁଣି ଉପରମୁହାଁ ପାରଦ, ତାତିରେ ଛଟପଟ ଜନଜୀବନ, ଆହୁରି ୪ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ନୂଆଦିଲ୍ଲୀ : ବ୍ରହ୍ମ ମୁହୂର୍ତ୍ତରେ ଖୋଲିଲା ବଦ୍ରିନାଥଙ୍କ ଧାମ, ବିନା ଶ୍ରଦ୍ଧାଳୁରେ ହେଲା ଦ୍ଵାର ଫିଟା ନୀତି
  • ||

ୟୁପିରେ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିବା ନେଇ ହଙ୍ଗାମା, ପୋଲିସ ଫୋର୍ସ ନିୟୋଜିତ

ସହାରନପୁର ୨୧/୨: ୟୁପିର ସହାରନପୁରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ହଙ୍ଗାମା । ଏହା ଜାଣିବା ପରେ ପୋଲିସ ବିଭାଗରେ ଧାଁ ଦୌଡ ଲାଗିଯାଇଛି । ହଙ୍ଗାମା ଖବର ପାଇବା ପରେ ଆନନ ଫାନନରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଲେ ଏବଂ ସ୍ଥିତିକୁ ସମ୍ଭାଳିଲେ ।

ବଡଗାଁଓ ଥାନା ଅଞ୍ଚଳରେ କିଛି ଦୁର୍ବୃତ୍ତ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତିକୁ କ୍ଷତିଗ୍ରସ୍ତ କରିବାପାରେ  ବଡ ଧରଣର ଗଣ୍ଡଗୋଳ ହୋଇଯାଇଛି । ସୂଚନା ଅନୁସାରେ ସକାଳେ କିଛି ଲୋକ ମୂର୍ତ୍ତିକୁ ଭାଙ୍ଗିଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ହୋ ହଲ୍ଲା କରିଥିଲେ ।

ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କଲା । ଗ୍ରାମବାସୀ ତୁରନ୍ତ ଆଉ ଏକ ମୂର୍ତ୍ତି ସ୍ଥାପନ କରିବା ପାଇଁ ଦାବି କରିଥିଲେ ।  ପରେ ଏହି ଆଶ୍ୱାସନା ମିଳିବା ପରେ ଗ୍ରାମବାସୀ ଶାନ୍ତ ହୋଇଥିଲେ । ତେବେ ପୁଣି କିଛି ଘଟଣା ଘଟିବାର ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ପୋଲିସର ସୂଚନା ଅନୁସାରେ ଘଟଣାର ତଦନ୍ତ ଚାଲିଛି । କିଏ ଏବଂ କାହିଁକି ଏହି ମୂର୍ତ୍ତକୁ ଭାଙ୍ଗିଛି ତାର ତଦନ୍ତ ଚାଲିଛି ଏବଂ ଦ୍ୱିତୀୟ ମୂର୍ତ୍ତି ନଲାଗିବା ପର୍ଯ୍ଯନ୍ତ ଘଟଣାସ୍ଥଳରେ ପୋଲିସ ନିୟଜିତ ରହିବ ।

ସମ୍ବନ୍ଧିତ ଖବର