ଶ୍ରୀମନ୍ଦିରରେ ଲକଡାଉନ୍ କଟକଣାକୁ ଭାଙ୍ଗିଲେ ପୋଲିସ ବାବୁ, ପରିବାର ସହିତ ଶ୍ରୀଜିଉଙ୍କ ଦର୍ଶନ କଲେ

ପୁରୀ ୧୯/୪: ଶ୍ରୀମନ୍ଦିରରେ କରୋନା କଟକଣାକୁ ଉଲ୍ଲଙ୍ଘନ । ଖୋଦ୍ ଜଣେ ପୋଲିସ୍ ଅଧିକାରୀ ଏବଂ ତାଙ୍କ ପରିବାର ନିୟମ ଉଲ୍ଲଙ୍ଘନ କରିଛନ୍ତି । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲ୍ଲଙ୍ଘନ କରି ବଡଚଣା ଆଇଆଇସି ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ନିଜ ପରିବାର ସହିତ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ ପୋଲିସ ବାବୁ । ତାଙ୍କ ବିରୁଦ୍ଧରେ ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଛି । ସମ୍ପୃକ୍ତ ପୋଲିସ ଅଧିକାରୀ ଏବଂ ତାଙ୍କ ପରିବାରକୁ ଅଟକ ରଖାଯାଇଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି