PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ଶିକ୍ଷୟିତ୍ରୀ ନିଖୋଜ ଘଟଣା : ଫେରାର ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ଧରିବା ପାଇଁ ପୁରସ୍କାର ଘୋଷଣା

ବଲାଙ୍ଗିର ୧୯।୧୦: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଲାଙ୍ଗିର ପୋଲିସ ପୁରସ୍କାର ଘୋଷଣା କରିଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ମାଲିକ ଗୋବିନ୍ଦ ସାହୁ ସମ୍ପର୍କରେ ଯିଏ ସୂଚନା ଦେଵ ତାକୁ ୨୦ ହଜାର ଟଙ୍କା ପୁରଷ୍କାର ଦିଆଯିବ ବୋଲି ସୂଚନା ଦିଆଯାଇଛି । ପୁଲିସ ତରଫରୁ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପରେ ପୋଷ୍ଟିଂ କରାଯାଉଛି । ଗତ ୧୭ ତାରିଖ ରାତିରୁ ଟିଟିଲାଗଡ ପୋଲିସ ବ୍ୟାରେକରୁ ଗୋବିନ୍ଦ ସାହୁ ଫେରାର ହେବା ପରେ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ ତଥା ବିଭିନ୍ନ ରାସ୍ତାରେ ଖୋଜା ଚାଲିଛି । ଏଥିପାଇଁ ୪ଟି ଟିମ ଗଠନ କରାଯାଇ ସେମାଙ୍କୁ ଦାୟିତ୍ବ ଦିଆଯାଇଥିବା ବଲାଙ୍ଗିର ଏସପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୋବିନ୍ଦ ସାହୁ ଗତ ୧୭ ତାରିଖରୁ ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି । ସୋମବାର ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ ହେବାର ଥିଲା । କିନ୍ତୁ ତାହାପୂର୍ବରୁ ସେ ସମସ୍ତଙ୍କୁ ଚକମାଦେଇ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଟିଟିଲାଗଡ଼ ପୁଲିସ ବାରାକ ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଏନେଇ ଖବର ମିଳିବା ପରେ ପୁଲିସ ପକ୍ଷରୁ ବଲାଙ୍ଗିର ସମେତ କଳାହାଣ୍ଡି, ନୂଆପଡା, ସୋନପୁର, ବୌଦ୍ଧ ଏବଂ ଛତିଶଗଡ଼ ସୀମାକୁ ସିଲ କରିଛି । ପରେ ଜିଲ୍ଲା ବାହାରକୁ ଯାଉଥିବା ବିଭିନ୍ନ ରାସ୍ତାରେ ପୁଲିସ ନାକାବନ୍ଦୀ କରିଛି ।

ବଲାଙ୍ଗିର ଏସପି ନୀତିନ କୁଶଲକର ଟିଟିଲାଗଡ଼ ଯାଇ ଦାୟିତ୍ୱରେ ଅବହେଳା ଅଭିଯୋଗରେ ୩ଜଣ କନେଷ୍ଟବଳ ରାକେଶ ବିଶ୍ୱାଳ, ଦୟା ଜାନୀ ଏବଂ ରବୀନ୍ଦ୍ର ଝିନୋଲିଙ୍କୁ ନିଲମ୍ବିତ କରିଛନ୍ତି । ଫେରାର ଗୋବିନ୍ଦ ସାହୁଙ୍କୁ ଖୋଜିବା ପାଇଁ ୪ଜଣ ବିଶେଷଜ୍ଞ ଅଧିକାରୀଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ଖୋଜାଚାଲିଛି । ପୁଲିସ ହେପାଜତରୁ ଗୋବିନ୍ଦ ସାହୁ ଫେରାର ହେବା ଘଟଣାକୁ ନେଇ ନିଖୋଜ ମମିତାଙ୍କ ପରିବାରବର୍ଗ ଏବଂ ବିରୋଧି ଦଳ ପକ୍ଷରୁ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ଏହି ସମ୍ପର୍କରେ କଳାହାଣ୍ଡି ବିଜେପିର ଏକ ପ୍ରତିନିଧି ଦଳ ମମିତାଙ୍କ ଘର ଏବଂ ଟିଟିଲାଗଡ଼ରେ ଏସପିଙ୍କୁ ଭେଟି ଆଲୋଚନା କରିଛନ୍ତି ।