ନାବାଳିକା ଗଣ ଦୁଷ୍କର୍ମ ମାମଲା : ଥାନାରେ ଓଟିଭି ଏଚ୍ଆର୍ ହେଡ୍ ହାଜର

ଭୁବନେଶ୍ବର ୧୮।୯ : ନାବାଳିକା ଗଣଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି ଓଟିଭି କର୍ତ୍ତୃପକ୍ଷ। ଆଜି ମହିଳା ଥାନାରେ ହାଜର ହେଲେ ଓଟିଭି ଏଚ୍‌ଆର୍‌ ହେଡ୍‌। ପୂର୍ବରୁ ଇନପୁଟ୍‌ ହେଡ୍‌ ଓ ଆଉଟପୁଟ୍‌ ହେଡ୍‌ ହୋଇଥିଲେ ହାଜର।  ଏଚ୍‌ଆର୍‌ ସହଯୋଗୀ ମଧ୍ୟ ଥାନାରେ ହୋଇଥିଲେ ହାଜର। ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ମହିଳା ପୋଲିସ।

ଆଜି ଏହି ମାମଲାରେ ମହିଳା ଥାନାରେ ହାଜର ହୋଇଛନ୍ତି ଓଟିଭି ଏଚ୍‌ଆର୍‌ ହେଡ୍‌। ପୋଲିସ ତାଙ୍କୁ ପଚରାଉଚରା କରିବ। ଏହି ଘଟଣାରେ ପୀଡ଼ିତାଙ୍କ ମାଆଙ୍କ ସହିତ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥାର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶିକା (ଏମ୍‌ଡି) ଜାଗିମଙ୍ଗତ ପଣ୍ଡାଙ୍କ ଅଡ଼ିଓ କ୍ଲିପ ମହିଳା କମିଶନଙ୍କ ନିକଟରେ ଦାଖଲା କରାଯାଇଥିଲା। ଘଟଣାକୁ ଚପାଇବା ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବା ଅଭିଯୋଗରେ ଜାଗିମଙ୍ଗତ ପଣ୍ଡାଙ୍କୁ ନୋଟିସ ଜାରି କରିଥିଲା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ । ୪୮ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଜଣଙ୍କ ପରେ ଜଣଙ୍କୁ ଡାକି ପୋଲିସ ଅଧିକାରୀ ଜେରା କରୁଛନ୍ତି।

   ସମ୍ବନ୍ଧିତ ଖବର


ଟ୍ରେଲର୍‌କୁ ପିଟିଲା ଟ୍ରକ୍‌,ଅଳ୍ପକେ ବର୍ତ୍ତିଲେ ଗଲେ ଡ୍ରାଇଭର୍‌ ଓ ହେଲପର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ଅବସରପ୍ରାପ୍ତ ପୁଲିସ ଆଇଜି ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପରଲୋକ

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ: ୨.୮୩ କୋଟିର ସମ୍ପତ୍ତି ଠାବ, ଘରୁ ମିଳିଲା ନଗଦ ୩୧ ଲକ୍ଷ ଟଙ୍କା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି