ଭଦ୍ରକ: ପୁରୁଣା ବଜାରରେ ଉତ୍ତେଜନା, ଲାଠିଚାର୍ଜ କଲା ପୋଲିସ

ଭଦ୍ରକ ୧୬/୯: ପୁରୁଣା ବଜାର ଅଞ୍ଚଳରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏହାପରେ ସଠାରେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ପରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା । ଏଥିପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିଲା ।

ପୁଲିସର ଲାଠି ମାଡରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ମୁହଁ ମୁଣ୍ଡରେ ଆଘାତ ଲାଗିଛି । ଚିକିତ୍ସାପାଇଁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ଓ ଭଦ୍ରକ ଏସ୍‌ପି ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ନିକଟରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ ଖରାପ ବ୍ୟବହାର କରିଥିବା ଅଧିକାରୀଙ୍କ ବିରୋଧରେ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି । ଏଥିପାଇଁ ଦାୟୀ ଅଧିକାରୀ ଦଣ୍ଡିତ ହେବେ ବୋଲି ଆଇଜି ଦୀପ୍ତେଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ପ୍ରଶାସନର କଟକଣା : ପୁରୋହିତ, କର୍ମକର୍ତ୍ତାଙ୍କ ସମେତ ୭ଜଣରୁ ଉର୍ଦ୍ଧ୍ବ ଲୋକ ରହିପାରିବେନି, କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ଭଦ୍ରକ: ବିକ୍ଷୋଭ ବେଳେ ପୋଲିସ ଓ ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ

ଅଗ୍ନି ବିପନ୍ନଙ୍କୁ ବସ୍ତ୍ର ଓ ଖାଦ୍ୟ ଦେଲା ଭଦ୍ରକ ନୀଳଲୋହିତ ପୂଜା କମିଟି

ପ୍ରବାସୀ ଥିବାବେଳେ ହୋଇଥିଲା ପ୍ରେମ, କରୋନାରେ ହେଲା ବିବାହ ଆଉ ଏବେ ସ୍ତ୍ରୀଙ୍କୁ ବୋତଲ ଭୁସିଲା ସ୍ୱାମୀ…

ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….