ଘର ସାମ୍ନାରୁ କନେଷ୍ଟବଳଙ୍କ ବାଇକ୍ ଚୋରି କଲେ ଦୁର୍ବୃତ୍ତ: ଅଧା ବାଟରେ ପୁଲିସକୁ ଦେଖି ଗାଡି ଛାଡି ଚମ୍ପଟ ମାରିଲେ ଚୋର

ଲକ୍ଷ୍ମୀପୁର,୧୩ା୧୧(ଆପ୍ର): ପୁଲିସ କନେଷ୍ଟବଳଙ୍କ ବାଇକ୍‌ ଚୋରି କରି ନେଲେ ଦୁର୍ବୃତ୍ତ । ପୁଲିସ ପିଛା କରୁଥିବା ଜାଣି ରାସ୍ତାକଡରେ ପକାଇ ଫେରାର୍‌ ହୋଇଗଲେ । ଲକ୍ଷ୍ମୀପୁର ବ୍ଲକ ସଦରରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗତ ମଙ୍ଗଳବାର ରାତି ପ୍ରାୟ ୯ ଟାରେ ଏହି ଘଟଣା ଘଟିଛି ।

କୋରାପୁଟ ପୁଲିସ ହେଡକ୍ୱାଟର୍ସରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କ ଲକ୍ଷ୍ମୀପୁରସ୍ଥିତ ବାସଭବନ ସମ୍ମୁଖକୁ ୨ଜଣ ଦୁର୍ବୃତ୍ତ ଆସି ବାହାରେ ଥିବା ତାଙ୍କ ମୋଟର ସାଇକେଲକୁ ଧରି ପଳାଇଥିଲେ । ଏନେଇ ସେ ତୁରନ୍ତ ଲକ୍ଷ୍ମୀପୁର ଥାନାକୁ ଜଣାଇଥିଲେ । ପୁଲିସ ଖୋଜାଖୋଜି କରିଥିଲା । ଶଙ୍ଖା ଗାଁ ଛକ ନିକଟରେ ପୁଲିସ ପିଛା କରୁଥିବା ଦେଖି ଦୁଇ ଦୁର୍ବୃତ୍ତ ଗାଡିକୁ ପକାଇ ଦୌଡି ପଳାଇଥିଲେ । ପରେ ପୁଲିସ ଗାଡିଟିକୁ ଉଦ୍ଧାର କରିଥିଲା । ଦୁଇ ଦୁର୍ବୃତ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।

   ସମ୍ବନ୍ଧିତ ଖବର


ପିସ୍ତଲ ଛଡାଇ…ଫାୟରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରେ ୪ଦୁଷ୍କର୍ମକାରୀ ନିହତ ହେବା ପରେ ‘ନିର୍ଭୟା’ଙ୍କ ମା’ କହିଲେ- ଆତ୍ମା…

ଭୁବନ ଥାନା ଇଲାକାରେ ଆଲୋଡ଼ନ : ଦେଢ଼ ବର୍ଷର ପୁଅକୁ ବଳି ଉଦ୍ୟମ, ବାପା ଗିରଫ