PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମହାପ୍ରଭୁଙ୍କୁ ଗାଳିଗୁଲଜ ଘଟଣା: ଫେସ୍‌ବୁକ୍‌କୁ ତଥ୍ୟ ମାଗିଲା ପୁଲିସ

ପୁରୀ,୨୫/୦୭: ମହାପ୍ରଭୁଙ୍କୁ ସୋସିଆଲ୍‌ ମିଡିଆରେ ଗାଳିଗୁଲଜ ଘଟଣାରେ ଫେସ୍‌ବୁକ୍‌କୁ ତଥ୍ୟ ମାଗିଲା ପୁଲିସ । ଘଟଣା ନେଇ କିଛି ସେବାୟତ ଏବଂ ଅଭିନେତ୍ରୀ ରାଣୀ ପଣ୍ଡା ସିଂହଦ୍ୱାର ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାରେ ଅଭିଯୁକ୍ତ ବୋଲି ଦର୍ଶା ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଆଳି ଅଞ୍ଚଳର ଦିଲ୍ଲୀପ କୁମାର ବିନ୍ଧାଣୀ ସହ ଫୋନ୍‌ଯୋଗେ କଥା ହୋଇଛନ୍ତି ସିଂହଦ୍ୱାର ଥାନା ଆଇଆଇସି ଗେଲି କୁମାରୀ ସାହୁ । ହେଲେ ସେ ଏଭଳି କାଣ୍ଡ କରିନାହିଁ, ଏସବୁ ଫେକ୍‌ ବୋଲି ଦିଲ୍ଲୀପ କହିଥିବା ଆଇଆଇସି ଶ୍ରୀମତୀ ସାହୁ କହିଛନ୍ତି । ତେଣୁ ସତ୍ୟତା ଅନୁସନ୍ଧାନ ଜାରି ରହିଥିବାବେଳେ ଏହାର ତଥ୍ୟ ଫେସ୍‌ବୁକ୍‌କୁ ମଗାଯାଇଥିବା ଆଇଆଇସି କହିଛନ୍ତି ।