PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଡ୍ୟୁଟି ବେଳେ ପୋଲିସ କର୍ମଚାରୀ ମୋବାଇଲ ଓ ସୋସିଆଲ ମିଡିଆ କରିପାରିବେନି ବ୍ୟବହାର

ପାଟନା,୨।୬:ଡ୍ୟୁଟିରେ ଥିବା ବେଳେ ପୋଲିସ କର୍ମଚାରୀମାନେ ମୋବାଇଲ ଫୋନ ଓ କୌଣସି ଇଲୋଟ୍ରୋନିକ ଜିନିଷ ବ୍ୟବହାର କରିପାରିବେ ନାହିଁ। କେବଳ ସେତିକି ନୁହେଁ ଏହି ସମୟରେ ପୁଲିସ କର୍ମଚାରୀମାନେ ସୋସିଆଲ ମିଡିଆରେ ମଧ୍ୟ ବ୍ୟବହାର କରିପାରିବେନିl ବିହାରର ଡିଜିପି ଏସକେ ସିଙ୍ଘାଲ ଆଜି ଏହି ନିର୍ଦେଶ ଜାରି କରିଛନ୍ତିl ସେ କହିଛନ୍ତି ବିଶେଷ କରି ଟ୍ରାଫିକ କିମ୍ବା କୌଣସି ଭିଭିଆଇପି କାର୍ଯ୍ୟକ୍ରମରେ ସାମିଲ ଥିବା କର୍ମଚାରୀମାନେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର l ତେବେ ଅତି ଜରୁରୀ ଥିଲେ ମୋବାଇଲ ଫୋନର ବ୍ୟବହାର କରାଯାଇ ପାରିବ।

ଡିଜିପି ତାଙ୍କ ନିର୍ଦେଶରେ କହିଛନ୍ତି, କାମ ସମୟରେ ସୋସିଆଲ ମିଡିଆ ଆକାଉଣ୍ଟ କିମ୍ବା ମନୋରଞ୍ଜନ ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏl ଏଭଳି କରିବା ଅନୁଶାସନ ବିରୁଦ୍ଧରେ ଯିବାl ଡିଜିପିଙ୍କ ଏହି ନିର୍ଦ୍ଦେଶନାମାକୁ ସବୁ ଜିଲ୍ଲାର ପୁଲିସ ମୁଖ୍ୟଙ୍କ ପାଖକୁ ପଠାଇ ଦିଆ ଯାଇଛିl ଯଦି କୌଣସି କର୍ମଚାରୀ ଏହି ନିୟମକୁ ପାଳନ ନକରନ୍ତି ତେଵେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।