ପୁଲିସ ଜଣେ ପିକ୍‌ଅପ୍‌ ଡ୍ରାଇଭର୍‌ଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ

ଭଦ୍ରକ – ଜଣେ ପିକ୍‌ଅପ୍‌ ଡ୍ରାଇଭର୍‌କୁ ପୁଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡିଥାନା ବାଲିଦାଣ୍ଡି ଗାଁର ଦୈତାରୀ ନାୟକଙ୍କୁ ପୁଲିସ ସଙ୍ଗବଦ୍ଧ ହୋଇ ଆକ୍ରମଣ କରି ମାରି ଦେଇଥିବା ତାଙ୍କ  ବଡ ଭାଇ ଅଭିଯୋଗ କରିଛନ୍ତି।  ମୃତ ଦୈତାରୀଙ୍କ ବଡ ଭାଇ କୈଳାସ ମଧ୍ୟ ଅଟୋ ଚଲାନ୍ତି । ସେ ରାତିରେ ଆସୁଥିବା ବେଳେ ଦୈତାରୀଙ୍କୁ ରାସ୍ତାରେ ପୁଲିସ ଅଟକାଇ ମାଡ ମାରୁଥିବା ଦେଖିଥିବା କଥା କହିଛନ୍ତି। ଏହାପରେ ଗୁରୁତର ଦୈତାରୀଙ୍କୁ ସେ ଡାକ୍ତରଖାନା ନେବା ପାଇଁ କହିଥିଲେ । ମାତ୍ର ପୁଲିସ ତାଙ୍କ କଥା ଶୁଣି ନଥିବା ଅଭିଯୋଗ କୈଳାସ କରିଛନ୍ତି।  ଦୈତାରୀଙ୍କ ଦେହ ଓ ଗୁପ୍ତାଙ୍ଗରେ ବିଭିନ୍ନ ଦାଗ ରହିଛି । ପରେ ଡାକ୍ତରଖାନାକୁ ପୁଲିସ ନେଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଖବର ପାଇଥିଲେ ।

ଏ ନେଇ ପରିବାର ଲୋକ ଥାନା ଅଭିଯୋଗ କରିଛନ୍ତି। ଭଦ୍ରକ ଏସ୍‌ପିଙ୍କ ନିର୍ଦେଶରେ ଏହାର ତଦନ୍ତ ଆରମ୍ଭ ହୋଇଛି । କୈଳାସ ଚୋରା କୋଇଲା ଆଣୁଥିବା ବେଳେ ରେଳ ଲାଇନ୍‌ନିକଟରେ ପୁଲିସ ପିଛା କରିଥିଲା । ସେଠାରେ ଏପରି ଅବସ୍ଥା ହୋଇଥିବା ପୁଲିସର ଅଧିକାରୀ ସୂଚନା ଦେଇଛନ୍ତି। ତେବେ କୈଳାସଙ୍କ  ପରିବାର ଲୋକ  କୈଳାସଙ୍କୁ ୧୦ରୁ ୧୨ ଜଣ ପୁଲିସ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତ। ତାଙ୍କ ବଡ ଭାଇ ଏହାର ପ୍ରତ୍ୟକ୍ଷ ଦର୍ଶୀ ବୋଲି ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଆଇପିଏଲ ବେଟିଂ ଚାଲିଥିବାବେଳେ ପୋଲିସର ଚଢାଉ

ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ପୁଲିସ କବ୍‌ଜାରେ ଗିଲ୍‌ଟି କାଳୁ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା